ଭାଇରାଲ ହେଲା ନବନିର୍ବାଚିତ ବଙ୍ଗୀୟ ସାଂସଦଙ୍କ ଟିକଟିକ ଭିଡିଓ


୨୦୧୯ ସାଧାରଣ ନିର୍ବାଚନରେ ମମତା ବାନାର୍ଜିଙ୍କ ଦଳ ତୃଣ ମୂଳ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିବା ବଙ୍ଗୀୟ ଅଭିନେତ୍ରୀ ‘ମିମି ଚକ୍ରବର୍ତ୍ତୀ’ ଏବଂ ‘ନୁସରତ ଜାହାଁ ’ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । କାରଣ ଏହା ଯେ, ସାଂସଦ ରୂପେ ନିର୍ବାଚିତ ହୋଇଥିବା ‘ନୁସରତ ଏବଂ ମିମି’ଙ୍କ ଫଟୋସପିକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚାଲିଛି । କେବଳ ଏତିକି ନୁହେଁ ସଂସଦ ବାହାରେ ତାଙ୍କ ଫଟୋ ଉଠାଇବାର ଶୈଳୀ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
କେବଳ ଏତିକି ନୁହେଁ ଉଭୟଙ୍କର ଏକ ଟିକଟକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଟ୍ୱିଟରରେ ଜଣାଶୁଣା ନିର୍ଦ୍ଦେଶକ ‘ରାମ ଗୋପାଲ ବର୍ମା’ ନିଜେ ସେୟାର କରିଛନ୍ତି ।

ରାମ ଗୋପାଲ ଏହି ଭିଡିଓକୁ ଟ୍ୱିଟରେ ସେୟାର କରି ଲେଖିଛନ୍ତି ଯେ, “ପଶ୍ଚିମବଙ୍ଗର ନୂଆ ସାଂସଦ । ମିମି ଚକ୍ରବର୍ତୀ ଏବଂ ନୁସରତ ଜାହାଁ ଭଳି ସାଂସଦ ପାଇଁ ହିନ୍ଦୁସ୍ତାନ ପ୍ରକୃତରେ ଭାଗ୍ୟଶାଳୀ ଅଟେ । ଏଭଳି ସାଂସଦଙ୍କୁ ସ୍ୱାଗତ । ”

ପ୍ରକାଶ ଥାଉକି ମିମି ପଶ୍ଚିମବଙ୍ଗର ଯାଦବପୁର ଏବଂ ନୁସରତ ବସୀରହାଟ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ।


Share It

Comments are closed.