ସିଡବ୍ଲ୍ୟୁସି ବୈଠକ କୁ ନେଇ ରାହୁଲଙ୍କୁ ଟ୍ୱିଟରେ ପ୍ରହାର କଲେ ବିଜେପି ନେତା


ରବିବାର କଂଗ୍ରେସ ପକ୍ଷରୁ ଆୟୋଜିତ ସିଡବ୍ଲ୍ୟୁସି ବୈଠକ କୁ ନେଇକରି ବିଜେପି ପୁଣି ଥରେ ରାହୁଲଙ୍କୁ କଟାକ୍ଷ କରିଛି । ବିଜେପି କହିଛି ଯେ “ପ୍ରଦର୍ଶନ ନ କରୁଥିବା” ପାର୍ଟି ଅଧକ୍ଷଙ୍କର ଅଧକ୍ଷତାରେ ‘କାମ ନ କରୁଥିବା ଦଳ’ର ଏହା ବୈଠକ ଥିଲା ।
ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଏହି ବୈଠକରେ ମାତ୍ର ଦୁଇ ଧାଡିର ନିର୍ଣ୍ଣୟ ନିଆଯାଇଛି, ଯାହାକି ବହୁତ ଭୟଙ୍କର । କଂଗ୍ରେସ ପକ୍ଷରୁ ନିଆଇଯାଇଥିବା ଏହି ଦୁଇଟି ଧାଡିର ନିର୍ଣ୍ଣୟ ହେଲା ‘କଂଗ୍ରେସ ନିଜେ ତ ନିର୍ବାଚନ ଜିତିପାରିବ ନାହିଁ , କିନ୍ତୁ ବିଜେପିକୁ କୌଣସି ମୂହୁର୍ତ୍ତେ ଜେତାଇ ଦେବ ନାହିଁ ।’ ସେ କହିଛନ୍ତି କଂଗ୍ରେସ ଏହି ନିର୍ଣ୍ଣୟ କୌଣସି ‘ଆତ୍ମଘାତି ଆକ୍ରମଣ’ ଠାରୁ କମ ନୁହେଁ । ଏଥିରୁ ସେମାନଙ୍କର ସମ୍ପୂର୍ଣ୍ଣ ରୂପେ ମୂଳ ଉଦ୍ଦେଶ୍ୟ ସ୍ପଷ୍ଟ ରୂପେ ବାରି ହେଇଯାଉଛି ଯେ, କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ନିଷ୍ଟ ହେଉଯାଏ ପଛେ କିନ୍ତୁ ବିଜେପିକୁ ଜିତେଇବାକୁ ଦେବୁ ନାହିଁ ।
କଂଗ୍ରେସ ଏକମାତ୍ର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୯ରେ ପୁଣି ଥରେ ନିର୍ବାଚିତ କିପରି ନକରାଯିବ ଏବଂ ଏନଡିଏ ସରକାର ଦ୍ୱାରା କରାଯାଉଥିବା ବିକାଶ ମୂଳକ ଏଜେଣ୍ଡା ଗୁଡିକ ବନ୍ଦ କରାଇବା ।

ସେପଟେ ବିଜେପିର ରାଷ୍ଟ୍ରିୟ ମିଡିଆ ପ୍ରଭାରୀ ଅନିଲ ବଲୁନୀ ମଧ୍ୟ ରାହୁଲଙ୍କ ଉପରେ କଡା ପ୍ରହାର କରିଛନ୍ତି । ସେ କହିଛନ୍ତି , ହୁଏତ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିଥାଇ ପାରନ୍ତି କିନ୍ତୁ ୨୦୧୯ରେ ଦେଶର ଜନତା ତାଙ୍କୁ ଆଲିଙ୍ଗନ କରିବାକୁ ଚାହୁଁ ନାହାନ୍ତି । ସେଥିପାଇଁ ଆପଣ ୨୦୨୪ରେ ଅନସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହୁଅନ୍ତୁ ।
ସେ ଟ୍ୱିଟ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ହତାଶ ଏବଂ ନିରାଶରେ ବୁଡି ରହିଥିବା କଂଗ୍ରେସ ୧୫୦ ଟି ଆସନରେ ନିର୍ବାଚନ ଲଢିବା ପାଇଁ ଆଶା ରଖିଥିବାବେଳେ କଂଗ୍ରସ ଅଧକ୍ଷ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ।
ସେ କହୁଛନ୍ତି ଦେଶ ମନମୋହନ ସିଂହଙ୍କୁ ୧୦ ବର୍ଷ ଦେଖି ସାରିଛି । ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସେମାନେ ଭ୍ରଷ୍ଟାଚାର ଭଳି ଅନେକ ଅପରାଧ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆମ୍ଭେମାନେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଆମେ ଏହାକୁ ନିଶ୍ଚିତ ପୂରା କରିବୁ ।


Share It

Comments are closed.