ମାରୁତି ସୁଜୁକିର ନୂଆ ଏର୍ଟିଗା


ଖୁବ ଶୀଘ୍ର ବଜାରରେ ପ୍ରବେଶ କରିବାକୁ ଯାଉଛି ମାରୁତି ସୁଜୁକିର ନୂତନ ଏର୍ଟିଗା । ଇଣ୍ଡୋନେସିଆରେ ମୋଟର ଶୋ ଏପ୍ରିଲ ୧୯ ତାରିଖରେ ଜାକର୍ତ୍ତାଠାରେ ହେବାକୁ ଯାଉଥିବା ବେଳେ ଏହି ସେକେଣ୍ଡ ଜେନେରେସନ ଏର୍ଟିଗା ଏମପିଭିକୁ ପ୍ରଦର୍ଶିତ କରାଯିବ । ପ୍ରଥମେ ଏହି କାରଟି ଇଣ୍ଡୋନେସିଆରେ ବିକ୍ରି ପାଇଁ ମନସ୍ଥ କରାଯାଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଏହା ଅନ୍ୟ ଦେଶମାନଙ୍କରେ ଶୁଭାରମ୍ଭ କରାଇବା ଲାଗି ନିଷ୍ପତି ନିଆଯାଇଛି । ଦୁଇଟି ଭର୍ସନର ଉପଲବ୍ଧ ଏହି ଏର୍ଟିଗା ଡ୍ରେଜାର ଚାହିଦା ବେଶ ଭଲ ଥିବା ଜଣାପଡିଛି । ଭାରତରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଛି । ସାଧାରଣ କାର ଠାରୁ ଏହା ଦେଖିବାକୁ ସାମାନ୍ୟ ବଡ । ଏହାର ଇଣ୍ଟେରିୟର ରୁମ ବଡି ହୋଇଥିବାରୁ ଥାର୍ଡ-ରୋ ପାସେଞ୍ଜର ଲାଗି ଏହା ବେଶ ସୁବିଧା ଏବଂ ଆରାମଦାୟକ । ଭାରତୀୟ ଯୁବପିଢୀଙ୍କ ଭିତରେ ଏହାର ଚାହିଦା ଖୁବ ଭଲ ରହିବ ବୋଲି କମ୍ପୀନି ପକ୍ଷରୁ ଆଶା କରାଯାଇଛି ।


Share It

Comments are closed.