ଜାଣନ୍ତୁ ଗ୍ରିନ-ଟି ପିଇବାର ସଠିକ ସମୟ


ଓଜନ କମ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗ୍ରିନ-ଟି ଖୁବ ଉପକାରୀ । ଗ୍ରିନ-ଟି ରେ ଆଣ୍ଟିଅକ୍ସିଡାଣ୍ଟ, ଆମିନୋ ଏସିଡ,ଫାଇଟୋକେମିକାଲ ଏବଂ ପଲିଫିନଲ ଇତ୍ୟାଦି ରହିଛି ଯାହା ଶରୀରରେ ମେଟାବୋଲିକ ଶକ୍ତିର ବୃଦ୍ଧି କରି ଓଜନ କମ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାଯ୍ୟ କରିଥାଏ । କିନ୍ତୁ ଗ୍ରିନ ଟି ସେବନ କରିବାର କିଛି ଉପଯୁକ୍ତ ସମୟ ରହିଛି ।
୧. ବ୍ରେକ ଫାଷ୍ଟ ପରେ – ସକାଳୁ ପ୍ରତିଦିନ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ କିନ୍ତୁ ଖାଲି ପେଟରେ ଗ୍ରିନ ଟି ସେବନ କରିବା ଉଚିତ ନୁହେଁ । ଖାଲି ପେଟରେ ଗ୍ରିନ-ଟି ପିଇବା ଦ୍ୱାରା ଡିହାଇଡ୍ରେସନ ହେବା ସହିତ ଅର୍ସ ରୋଗ ହେବାର ସମ୍ଭାବନା ଥାଏ । ସର୍ବଦା ଖାଦ୍ୟ ଖାଇବା ପରେ ଏକ ଗ୍ରିନ-ଟି ପିଅନ୍ତୁ ଏହା ଶରୀରରେ ମେଟାବୋଲିଜିମ ଶକ୍ତି ବୃଦ୍ଧି କରିବା ସହିତ ଦିନଭରି କାମ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।
୨. ମଧ୍ୟାହ୍ନ ଭୋଜନର ୧ ଘଣ୍ଟା ପୂର୍ବରୁ ଏବଂ ପରେ – ମଧ୍ୟାହ୍ନ ଭୋଜନ ପରେ ଗ୍ରିନ-ଟି ପିଇବାର ଅଭ୍ୟାସ କରିଲେ ଖୁବ ଭଲ । ଏହା ଖାଦ୍ୟକୁ ହଜମ କରି ଗ୍ୟାସ ସମସ୍ୟାକୁ ମଧ୍ୟ ଦୂର କରିଥାଏ । କିନ୍ତୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଗ୍ରିନ-ଟି ସେବନ ଦ୍ୱାରା ଏଥିରେ ଥିବା କ୍ୟାଫେଇନ ଖାଦ୍ୟର ସମସ୍ତ ପୋଷଣକୁ ଶୋଷି ନେଇଥାଏ । ତେଣୁ ଖାଦ୍ୟ ଖାଇବାର ୪୫ ମିନିଟ କିମ୍ବା ୧ ଘଣ୍ଟା ପରେ କିମ୍ବା ପୂର୍ବରୁ ଗ୍ରିନ-ଟି ପିଇବା ଆବଶ୍ୟକ ।
୩. ଶୋଇବା ପୂର୍ବରୁ – ଓଜନ କମଇବା ପାଇଁ ଶୋଇବାର ୨ ଘଣ୍ଟା ଆଗରୁ ଗ୍ରିନ-ଟି ପିଇବା ଉତ୍ତମ ସମୟ । ଏହା ଆପଣ ଶୋଇବା ସମୟରେ ଶରୀରରୁ ଫ୍ୟାଟକୁ କମ କରିଥାଏ । ଏହା ଶରୀରରକୁ ଫୁର୍ତ୍ତି ପ୍ରଦାନ କରିବା ସହିତ ତ୍ୱଚାରେ ଚମକ ମଧ୍ୟ ଆଣିଥାଏ ।


Share It

Comments are closed.