ହୃଦଘାତରେ ପ୍ରାଣ ହରାଇଲେ ମନ୍ଦିରା ବେଦୀଙ୍କ ସ୍ବାମୀ ତଥା ଫିଲ୍ମମେକର କୌଶଲ


ବୁଧବାର ସକାଳେ ମନ୍ଦିରା ବେଦୀଙ୍କ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି | ହୃଦଘାତରେ ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ଘଟିଛି। ରାଜଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା। ରାଜ କୌଶଲଙ୍କ ହଠାତ୍ ଦେହାନ୍ତ ହୋଇ ମନ୍ଦିରା ବେଦୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି । ରାଜ କୌଶଲ ଆଜି ସକାଳ ୪.୩୦ରେ ଘରେ ହୃଦଘାତରେ ପୀଡିତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ନେବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା । ରାଜଙ୍କ ଅନ୍ତିମ ସଂସ୍କାରର ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି।

ସୂଚନ ଥାଉକି, ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ବଲିଉଡର ଅନେକ ସେଲିବ୍ରିଟି ରାଜ କୌଶଲ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ମୁକୁଲ ଆନନ୍ଦଙ୍କ ଘରେ ରାଜ କୌଶଲ ସହ ମନ୍ଦିରାଙ୍କ ହୋଇଥିଲା ପ୍ରଥମ ସାକ୍ଷାତ ।

ମନ୍ଦିରା ସେଠାକୁ ଅଡିସନରେ ଦେବାକୁ ଯାଇଥିଲେ । ଯେତେବେଳେ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେବେଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ । ମନ୍ଦିରା ୧୪ ଫେବୃଆରୀ ୧୯୯୯ ରେ ରାଜ କୌଶଲଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ବିବାହରେ ରାଜି ନଥିଲେ ପରିବାର ଲୋକେ ।

ପ୍ରକୃତରେ ମନ୍ଦିରାଙ୍କ ପିତାମାତା ଚାହୁଁଥିଲେ ଯେ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହିତ ବିବାହ କରନ୍ତୁ । କିନ୍ତୁ ଉଭୟଙ୍କ ଭଲପାଇବା ଆଗରେ ସବୁକିଛି ଫସର ଫାଟିଯାଇଥିଲା । ଶେଷରେ ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।


Share It

Comments are closed.