ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକଡାଉନ, କ’ଣ ଖୋଲିବ କ’ଣ ବନ୍ଦ ରହିବ ଜାଣନ୍ତୁ


ରାଜ୍ୟରେ ବଢିଲା ଲକଡାଉନ୍ କଟକଣା। ଜୁଲାଇ ୧୬ ଯାଏଁ ଆଂଶିକ ଲକ୍‌ଡାଉନ ବଳବତ୍ତର ରଖିଲେ ରାଜ୍ୟ ସରକାର। ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ବଜାର ଖୋଲିବ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଗତକାଲି ଶେଷ ହେଉଥିବାରୁ ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଜିଲ୍ଲା ଗୁଡିକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି। କାଟେଗୋରୀ A ଓ କାଟେଗୋରୀ B। ୫ ପ୍ରତିଶତରୁ ସଂକ୍ରମଣ କମିଥିବା ଜିଲ୍ଲା ଗୁଡିକୁ କାଟେଗୋରୀ Aରେ ରଖାଯାଇଛି। ସେହିପରି ୫ ପ୍ରତିଶତରୁ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଗୁଡିକୁ କାଟେଗୋରୀ Bରେ ସ୍ଥାନିତ କରାଯାଇଛି। କାଟେଗୋରୀ Aରେ ୨୦ଟି ଜିଲ୍ଲା ଓ କାଟେଗୋରୀ Bରେ ୧୦ଟି ଜିଲ୍ଲାକୁ ସ୍ଥାନିତ କରାଯାଇଛି। ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲା ରହିବ। ଏହି ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ। ସପିଂ ମଲ୍, ପାର୍ଲର ଆଦି ଛାଡି ଆଉ ସବୁ ଦୋକାନ ଖୋଲା ରହିବ। ଏହା ସହ ଏହି ଜିଲ୍ଲା ଗୁଡିକରେ ଧାର୍ଯ୍ୟ ସିଟରେ ବସ୍ ଓ ଟାକ୍ସି ଚଳାଚଳ କରିବ। ଇନଡୋର ଓ ଆଉଟଡୋର୍ ସୁଟିଂକୁ ମଧ୍ୟ ଅନୁମତି ମିଳିବ।


Share It

Comments are closed.