ଏସ୍‌ଏମ୍‌ଇ ଆଇପିଓଗୁଡିକର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି ମମତା ବିନାନି ଆଣ୍ଡ ଆସୋସିଏଟ୍‌ସ


ଭୁବନେଶ୍ୱର : ଭାରତର ଅର୍ଥନୀତି ଦ୍ରୁତ ବେଗରେ ବିକଶିତ ହେଉଛି ଏବଂ ଏହି ଅଭିବୃଦ୍ଧିର ପ୍ରମୁଖ ଯୋଗଦାନକାରୀ ହେଉଛି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର । ଏହା ମୋଟ ଶିଳ୍ପ ଉତ୍ପାଦନର ୪୫%, ମୋଟ ରପ୍ତାନୀର ୪୦% ପାଇଁ ଉତରଦାୟୀ ଅଟେ ଏବଂ ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଭାବେ ଯୋଗଦାନ ଦେଉଛି । ଆର୍‌ବିଆଇ ଅନୁଯାୟୀ ୨୦୨୩ ଆର୍ଥିକ ବର୍ଷରେ ଏହା ୭.୨% ବିକଶିତ ହେବାର ସମ୍ଭାବନା ରହିଛି । ତେବେ ବିଭିନ୍ନ କ୍ଷେତ୍ରରେ ଉତ୍ସାହ ସତ୍ୱେ ସଂସ୍ଥାଗୁଡିକ ପାଣ୍ଠି ଉପଲବ୍ଧତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାସ୍କ ଫୋର୍ସ ୨୦୧୦ରେ ଏସ୍‌ଏମ୍‌ଇଗୁଡିକ ପାଇଁ ଉତ୍ସର୍ଗୀକୃତ ଷ୍ଟକ୍ ଏକ୍ସଚେଞ୍ଜ/ପ୍ଲାଟ୍‌ଫର୍ମ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ସେବି ଏହି ଏସ୍‌ଏମ୍‌ଇ ପ୍ଲାଟ୍‌ଫର୍ମର ପରିଚାଳନା ପାଇଁ ନିୟମାବଳୀ ପ୍ରସ୍ତୁତ କରିଥିଲା । ସେବିର ନିୟମାବଳୀ ଅନୁଯାୟୀ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଯଥାକ୍ରମେ ବିଏସ୍‌ଇ ଏସ୍‌ଏମ୍‌ଇ ପ୍ଲାଟ୍‌ଫର୍ମ ଓ ଏମର୍ଜର ସ୍ଥାପନା କରିଥିଲେ । ଷ୍ଟକ୍ ଏକ୍ସଚେଞ୍ଜଗୁଡିକ କମ୍ପାନୀଗୁଡିକ ପାଇଁ ପୁଞ୍ଜି ବଜାରରୁ ପାଣ୍ଠି ହାସଲ କରି ବିକଶିତ ହେବା ଓ ଆଗକୁ ବଢିବା ପାଇଁ ଏହି ପ୍ଲାଟ୍‌ଫର୍ମକୁ ଲାଭଦାୟକ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଏସ୍‌ଏମ୍‌ଇ ଆଇପିଓ ପାଣ୍ଠି ହାସଲ କରିବା ପାଇଁ ସବୁଠାରୁ ଆକର୍ଷଣୀୟ ଫର୍ମାଟ୍‌ରେ ପରିଣତ ହୋଇଛି । ଅନେକ ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକ ଏହାଦ୍ୱାରା ଉପକୃତ ହୋଇଛନ୍ତି । ତଥ୍ୟ ଅନୁଯାୟୀ, ୨୦୨୩ରେ ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ପ୍ରାୟ ୪୫୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି । କିନ୍ତୁ ସୂଚନା ଦୃଷ୍ଟିରୁ ଏହି ପ୍ଲାଟ୍‌ଫର୍ମର ଆକର୍ଷଣୀୟ ଫର୍ମାଟ୍‌କୁ ନେଇ ଏବେ ବି ଅନେକ ପ୍ରତିବନ୍ଧକ ଦେଖାଦେଉଛି ଏବଂ ଅନେକ ପ୍ରମୋଟରଙ୍କ ମନରେ ଏହାକୁ ନେଇ ଦ୍ୱନ୍ଦ ରହିଛି । ଏହାର ଲାଭ ସମ୍ପର୍କରେ ସଚେତନା ବୃଦ୍ଧି କରିବା ଓ ବ୍ୟବସ୍ଥାରେ ଅଧିକ ଯୋଗ୍ୟ ଖେଳାଳିଙ୍କୁ ସାମିଲ କରିବା ପାଇଁ ମମତା ବିନାନି ଆଣ୍ଡ ଆସୋସିଏଟ୍‌ସ, ଏମ୍‌ଏସ୍‌ଏମ୍‌ଇ ଡିଏଫ୍ ଡବ୍ଲ୍ୟୁବି ଓ ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ସହ ମିଶି ସକ୍ରିୟ ଭାବେ ପୂର୍ବାଂଚଳ ଓ ଉତର ପୂର୍ବ ଅଂଚଳରେ ସୂଚନା ଅଧିବେଶନ, ସମ୍ମିଳନୀ ଓ କର୍ମଶାଳାଗୁଡିକର ଆୟୋଜନ କରୁଛି ଯେଉଁଥିରେ ଅନେକ ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକ ଅଂଶଗ୍ରହଣ କରୁଛନ୍ତି । ଉଭୟ ଏନ୍‌ଏସ୍‌ଇ ଏମର୍ଜ ଓ ବିଏସ୍‌ଇ ଏମ୍‌ଏମ୍‌ଇ ପ୍ଲାଟ୍‌ଫର୍ମ ଏହି ଅଧିବେଶନଗୁଡିକରେ ନିଜର ସକ୍ରିୟ ଯୋଗଦାନ ସହିତ ଏହି ଅଭିଯାନକୁ ସମର୍ଥନ କରୁଛନ୍ତି । ମମତା ବିନାନି ଆଣ୍ଡ ଆସୋସିଏଟ୍‌ସର ମେଂଟର୍ ଡଃ ମମତା ବିନାନିଙ୍କ ଅନୁଯାୟୀ, ଓଡିଶାରେ ଏମ୍‌ଏମ୍‌ଇ କ୍ଷେତ୍ରର ସଂସ୍ଥାଗୁଡିକ ପାଇଁ ଏହି ପ୍ଲାଟ୍‌ଫର୍ମ ଓ ଏହାର ବିଶାଳ ଅଭିବୃଦ୍ଧିକୁ ଉପଯୋଗ କରିବା ପାଇଁ ଏକ ବଡ ସୁଯୋଗ ରହିଛି । ଆମେ ଏସ୍‌ଏମ୍‌ଇ କ୍ଷେତ୍ରର ସଂସ୍ଥାଗୁଡିକୁ ବିକଶିତ ହେବାରେ ସହଯୋଗ କରିବା ଏବଂ ସଚେତନତା ବୃଦ୍ଧି କରିବା ପାଇଁ ଏକ ମିଶନରେ ରହିଛୁ ।’


Share It

Comments are closed.