ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନକୁ ପରିଚାଳନା କରିଛି ଅନୁଚିନ୍ତନ କାର୍ଯ୍ୟକ୍ରମ


ଭୁବନେଶ୍ୱର, ୧୧ ଡିସେମ୍ବର ୨୦୨୩: ୧୪ ଦିନିଆ ଓଡିଶା ଷ୍‌ଯାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ର ଅଂଶ ଭାବେ ଆଜି (ସୋମବାର) ଏଆଇସି-ନାଳନ୍ଦା ପକ୍ଷରୁ ‘ଅନୁଚିନ୍ତନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯାହା ବିଦ୍ୟାଳୟଗୁଡିକରେ ଉଦ୍ଭାବନ ଓ ପରିକଳ୍ପନାର ବିଚାରଧାରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମ ନ୍ୟୁ ଲାଇଫ୍ ଏଜୁକେଶନ ଟ୍ରଷ୍ଟ (ଶ୍ରୀ ଅରବିନ୍ଦ ଇଂଟେଗ୍ରାଲ ସ୍କୁଲ୍‌ସ) ଅଧିନରେ ୧୦୦ଟି ବିଦ୍ୟାଳୟ ସହିତ ନିଜର ସହଭାଗିତା ଘୋଷଣା କରିଛି । ଏଥିସହିତ ଆଜି ‘ମୋ ଷ୍ଟାର୍ଟଅପ୍‌’ର ୨ୟ ସଂସ୍କରଣର ଶୁଭାରମ୍ଭ ମଧ୍ୟ କରାଯାଇଛି ଯାହା ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଅଧିନରେ ୧୦୦ କଲେଜ ସହିତ କଲେଜଗୁଡିକରେ ଛାତ୍ର ଉଦ୍ୟୋଗିକତାକୁ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛି । ନ୍ୟୁ ଲାଇଫ୍ ଏଜୁକେଶନ ଟ୍ରଷ୍ଟ୍‌ର ସଚିବ ପ୍ରସାଦ ତ୍ରିପାଠୀ ଏବଂ ଏଆଇସି-ନାଳନ୍ଦାର ସିଇଓ ଦୂର୍ଗା ପ୍ରସାଦଙ୍କ ଉପସ୍ଥିତିରେ ଏକାଧିକ ଘୋଷଣା କରାଯାଇଥିଲା । ଏହି ପଦକ୍ଷେପଗୁଡିକ ବ୍ୟତୀତ ଷ୍ଟାର୍ଟଅପ୍ ଗ୍ରାଇଣ୍ଡ,ଭୁବନେଶ୍ୱର ସହ ସହଭାଗିତାରେ ଏକ ଇ-ସେଲ୍ ମିଟ୍‌ଅପ୍‌ର ଆୟୋଜନ କରାଯାଇଥିଲା ଯାହା ସହରରେ ସକ୍ରିୟ ଇ-ସେଲ୍‌ଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସମ୍ବୋଧିତ କରିଥିଲା ।

ଏଆଇସି-ନାଳନ୍ଦାର ଇନ୍‌କ୍ୟୁବେଶନ ମ୍ୟାନେଜର ଦୀପ୍‌ଶିଖା ସର୍‌କାର ଏହି କାର୍ଯ୍ୟକ୍ରମ ଏବଂ ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲର ଇଭେଂଟ୍‌ଗୁଡିକୁ ଶୁଭାରମ୍ଭ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କୁ ପଞ୍ଜୀକୃତ ଓ ସକ୍ରିୟ ଭାବେ ନିୟୋଜିତ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଫ୍ଲୁଇଡ୍ ଭେଂଚର୍ସର ପ୍ରତିଷ୍ଠାତା ଅମିତ ସିଂଗଲ ମଧ୍ୟ ଯୋଗ ଦେଇଥିଲେ ଯିଏ ବିଚାରଧାରାରୁ ବଜାର ପର୍ଯ୍ୟନ୍ତ ନିଜର ଷ୍ଟାର୍ଟଅପ୍ ଯାତ୍ରା ସମ୍ପର୍କରେ ତଥ୍ୟ ସେୟାର କରିଥିଲେ । କାର୍ଯ୍ୟକ୍ରମରେ ଆୟୋଜିତ ଥିମାଟିକ୍ ସେଶନଗୁଡିକ ନିଜ କ୍ୟାମ୍ପସରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ସମର୍ଥନ କରୁଥିବା ଶିକ୍ଷାନୁଷ୍ଠାନଗୁଡିକ ଉପରେ ଗୁରୁତ୍ୱ ଦେଇଥିଲେ, ସେମାନଙ୍କୁ ଯୁବ ପ୍ରତିଭାଙ୍କ ମଧ୍ୟରେ ଉଦ୍ଭାବନ-ଆଧାରିତ ଉଦ୍ୟୋଗିକତା ବିକଶିତ କରିବାକୁ ଆବେଦନ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ, ଶ୍ରୀ ଅରବିନ୍ଦ ଇଂଟେଗ୍ରାଲ ଏଜୁକେଶନ ସ୍କୁଲ୍‌ସର ୫ ଜଣ ଆଂଚଳିକ ମୁଖ୍ୟ, କିଟ୍‌, ସୋଆ, ଟ୍ରାଇଡେଂଟ୍‌, ସିଲିକନ, ନାଳନ୍ଦା, କେଏସ୍‌ଓଏମ୍ ଆଦି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକର ଇ-ସେଲ୍‌ଗୁଡିକ ଅଂଶଗ୍ରହଣ କରିଥିଲେ । ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ହେଉଛି ଏକ ୧୪ ଦିନିଆ କାର୍ଯ୍ୟକ୍ରମ ଯାହା ସହଭାଗିତା, ଉଦ୍ଭାବନ ଓ ଉଦ୍ୟୋଗିକତା ବିକଶିତ କରିବା ଉପରେ ଲକ୍ଷ୍ୟ ରଖିଛି । ଏହା ଉଦୀୟମାନ ଉଦ୍ୟୋଗୀ, ଛାତ୍ରଛାତ୍ରୀ ଓ ପ୍ରତିଷ୍ଠିତ ସଂସ୍ଥାଗୁଡିକୁ ସଂଯୋଜିତ ହେବା, ଶିଖିବା ଓ ଆଗକୁ ବଢିବା ପାଇଁ ସହଯୋଗ କରିବା ଲାଗି ଏକ ପ୍ଳାଟ୍‌ଫର୍ମ ଭାବେ କାର୍ଯ୍ୟ କରୁଛି । ଏଆଇସି-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ ପକ୍ଷରୁ ଅଟଳ ଇନୋଭେଶନ ମିଶନ, ନିତି ଆୟୋଗ, ଭାରତ ସରକାର ଏବଂ ଏକ ସେବି-ରେଜିଷ୍ଟରେଡ୍ ଭେଂଚର କ୍ୟାପିଟାଲ ଫ୍ଲୁଇଡ୍ ଭେଂଚର୍ସ ସହ ସହଭାଗିତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯାହା ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍‌) ଦ୍ୱାରା ସମର୍ଥିତ ଅଟେ ।


Share It

Comments are closed.