ଅମୃତାଞ୍ଜନ କମ୍ଫି ପକ୍ଷରୁ ଅଧିକ ସହରରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ଋତୁସ୍ରାବ ସ୍ୱଚ୍ଛତା ଉପରେ ୧୪୫୦ଟି ସହରର ୪.୫ ଲକ୍ଷରୁ ଅଧିକ କିଶୋରୀ / ଯୁବତୀଙ୍କୁ ସଚେତନ କରିଥିବା ଅମୃତାଞ୍ଜନ କମ୍ଫି ପକ୍ଷରୁ ତାମିଲନାଡୁ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଉତରପ୍ରଦେଶର ଆଉ ୩୬୦ଟି ସହରରେ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରକଳ୍ପ ଦିଶାର ଏକ ଅଂଶ ସ୍ୱରୂପ ଏହି ଅଭିଯାନରେ କଂପାନି ଏହି ଚାରିଟି ରାଜ୍ୟର ୨.୫ ଲକ୍ଷରୁ ଅଧିକ ଯୁବତୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି । ପ୍ରକଳ୍ପ ଦିଶା ହେଉଛି ଅମୃତାଞ୍ଜନ ହେଲ୍‌ଥକେୟାରର ଦୁତ ଅଭିବୃଦ୍ଧିଶୀଳ ଋତୁସ୍ରାବ ସ୍ୱଚ୍ଛତା ବ୍ରାଣ୍ଡ୍ ।
ପ୍ରକଳ୍ପ ଦିଶାର ତୃତୀୟ ପର୍ଯ୍ୟାୟ ସୁଦ୍ଧା ଏହା ପ୍ରତ୍ୟକ୍ଷ ଭାବେ ସାରା ଭାରତର ୧୮୦୦ଟି ସହରର ୭ ଲକ୍ଷ ବାଳିକାଙ୍କୁ ପ୍ରଭାବିତ କରିବ । ଏହି ଅଭିଯାନର ଅଂଶ ଭାବେ କଂପାନି ପକ୍ଷରୁ କମ୍ଫି ସାନିଟାରି ପ୍ୟାଡ୍ ବଂଟନ କରାଯାଉଛି ଯାହା ସାଧାରଣ କପଡ଼ା ତୁଳନାରେ ୮୦ ପ୍ରତିଶତ ଅଧିକ ଶୋଷିଥାଏ ଏବଂ ତାହାର ମୂଲ୍ୟ ମଧ୍ୟ ବେଶ ସୁଲଭ । ପ୍ରକଳ୍ପ ଦିଶାକୁ ୧୦ଟି ରାଜ୍ୟର ୯୦୦ଟି ସହର, ୪୦୦ ସ୍କୁଲ ଓ ୧୦୦ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକାରୀ କରାଯାଇଛି । ଅଧିକ ଘର ଏବଂ ଲୋକ ବାସ କରୁଥିବା ଅଂଚଳରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି ।
ଋତୁସ୍ରାବ ସ୍ୱଚ୍ଛତା ଉପରେ ସଚେତନତା ବଢା଼ଇବା ଏବଂ କପଡ଼ା ବଦଳରେ ସାନିଟାରି ପ୍ୟାଡ୍ ବ୍ୟବହାରର ଲାଭ ବିଷୟରେ ମହିଳାମାନଙ୍କୁ ଜଣାଇବା ଲାଗି ଅମୃତାଞ୍ଜନ କମ୍ଫିର ପ୍ରତିବଦ୍ଧତା ହେଉଛି ପ୍ରକଳ୍ପ ଦିଶା । ଋତୁସ୍ରାବ ସ୍ୱଚ୍ଛତା ଉତ୍ପାଦ ହାସଲ କରିବାରେ ମହିଳାମାନଙ୍କ ଆଗରେ ଥିବା ପ୍ରତିବନ୍ଧକକୁ କଂପାନି ଦୂର କରିବାକୁ ଚାହୁଛି ।
ଅମୃତାଞ୍ଜନ ହେଲ୍‌ଥ କେୟାର ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍ ଶମ୍ଭୁ ପ୍ରସାଦ କହିଛନ୍ତି ଯେ, “ମହିଳାଙ୍କ ସ୍ୱଚ୍ଛତାକୁ ବଢ଼ାଇବା ସାମାଜିକ କର୍ତବ୍ୟଠାରୁ ଅଧିକ; ଏହା ଏକ ମୌଳିକ ଆବଶ୍ୟକତା ଭାବରେ ଠିଆ ହୋଇଛି । ଆମ ସମ୍ପ୍ରଦାୟର ମହିଳାମାନେ ଯେଭଳି କେବଳ ଶୀର୍ଷସ୍ତରୀୟ ଏବଂ ସୁଲଭ ସ୍ୱଚ୍ଛତା ଉତ୍ପାଦ ହାସଲ କରିପାରିବେ ନାହିଁ, ବରଂ ଏହି ବିଷୟରେ ବ୍ୟାପକ ସଚେତନ ହେବେ ତାହା ଉପରେ ଏକ ସୁଦୃଢ଼ ଏବଂ ସୁସ୍ଥ ସମାଜ ଗଠନକୁ ନିଶ୍ଚିତ କରିବା ନିର୍ଭର କରୁଛି । ଆମେ ସ୍ୱୀକାର କରୁଛୁ ଯେ ଆମ ଦେଶର ସମୃଦ୍ଧି ଏହାର ମହିଳାମାନଙ୍କ କଲ୍ୟାଣ ସହିତ ବ୍ୟାପକ ଭାବେ ଜଡ଼ିତ । ତେଣୁ ଏହି ଜରୁରୀ ଲକ୍ଷ୍ୟ ହାସଲରେ ସକ୍ରିୟ ଭାବେ ଯୋଗଦାନ କରିବା ଦିଗରେ ଆମର ଅତୁଟ ପ୍ରତିବଦ୍ଧତା ରହିଛି ।’’
ଉତରପ୍ରଦେଶର ହରଦୋଇ ଜିଲ୍ଲାରେ ଋତୁସ୍ରାବ ସ୍ୱଚ୍ଛତାକୁ ନେଇ ସଚେତନତା ବଢ଼ାଇବା ଏବଂ ସାନିଟାରି ପ୍ୟାଡ୍ ବ୍ୟବହାରର ପ୍ରସାର କରିବା ଲାଗି ସମବେଦନା ଡେଭେଲପମେଂଟ୍ ସୋସାଇଟି ସହିତ ଅମୃତାଞ୍ଜନ ହେଲ୍‌ଥକେୟାର କାର୍ଯ୍ୟ କରୁଛି ।


Share It

Comments are closed.