ଦେଶର ଲୋକଙ୍କୁ ନ୍ୟାୟ ଦେବାରେ ଆଗରେ ରହିଛି ମହାରାଷ୍ଟ୍ର: ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ


ଦେଶର ଲୋକଙ୍କୁ ନ୍ୟାୟ ଦେବାରେ ମହାରାଷ୍ଟ୍ର ରାଜ୍ୟଗୁଡିକର ଶୀର୍ଷରେ ରହିଛି। ଟାଟା ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ -୨୦୨୦ ଅନୁଯାୟୀ ମହାରାଷ୍ଟ୍ର ପରେ ଏହି ତାଲିକାରେ ତାମିଲନାଡୁ, ତେଲେଙ୍ଗାନା, ପଞ୍ଜାବ ଏବଂ କେରଳ ରହିଛନ୍ତି । ଏକ କୋଟିରୁ କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କ ମଧ୍ୟରେ ତ୍ରିପୁରା, ସିକ୍କିମ୍ ଏବଂ ଗୋଆ ନିଜ ନାଗରିକମାନଙ୍କୁ ସର୍ବୋଚ୍ଚ ନ୍ୟାୟ ପ୍ରଦାନ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଭାରତରେ ମହିଳା ବିଚାରପତିଙ୍କ ସଂଖ୍ୟା ମାତ୍ର ୨୯ ପ୍ରତିଶତ। ତେବେ ହାଇକୋର୍ଟରେ ମହିଳା ବିଚାରପତିଙ୍କ ହାରାହାରି ୧୧ ରୁ ୧୩ ପ୍ରତିଶତକୁ ବୃଦ୍ଧି ହୋଇଥିବାବେଳେ ଆନୁସଙ୍ଗିକ କୋର୍ଟରେ ଏହା ୨୮ ରୁ ୩୦ ପ୍ରତିଶତକୁ ବୃଦ୍ଧି ପାଇଛି।

କିନ୍ତୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ.ବି ଲୋକୁର ଏହି ରିପୋର୍ଟର ପ୍ରାରମ୍ଭ ଲେଖିଥିବା ବେଳେ ବିଚାରାଧୀନ ମାମଲା ସଂଖ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ଲୋକୁରଙ୍କ ଅନୁଯାୟୀ, ନ୍ୟାସନାଲ ଜୁଡିସିଆଲ୍ ଡାଟା ଗ୍ରୀଡ୍ ଅନୁଯାୟୀ ଜିଲ୍ଲା କୋର୍ଟରେ ୩.୮୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ଏଥିରେ ହାଇକୋର୍ଟରେ ବିଚାରାଧୀନ ୪୭.୪ ଲକ୍ଷ ମାମଲା ଯୋଡନ୍ତୁ, ତେବେ ଏହି ସଂଖ୍ୟା ୪ କୋଟି ଅତିକ୍ରମ କରିବ | ଏହି ପରିସ୍ଥିତିର ମୁକାବିଲା ପାଇଁ ସେ ବ୍ୟାପକ ନ୍ୟାୟିକ ସଂସ୍କାର ଆଣିବାକୁ ଆହ୍ବାନ କରିଛନ୍ତି।


Share It

Comments are closed.