ଏହି ତିନି ରାଶି ଉପରେ ହେବ ଧନ ବର୍ଷା : ମିଳିବ ମାଆ ଲକ୍ଷ୍ମୀଙ୍କ କୃପା!


ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ବୃହସ୍ପତି ଏକ ଶକ୍ତିଶାଳୀ ଗ୍ରହ ଭାବରେ ପରିଗଣିତ ହୁଏ । ଗ୍ରହମାନଙ୍କ ମଧ୍ୟରୁ ବୃହସ୍ପତି (jupiter)ଏକ ବଡ ଗ୍ରହ ବୋଲି ବିବେଚନା କରାଯାଏ । ଏବଂ ଗୋଟିଏ ରାଶିରୁ ଅନ୍ୟ ରାଶିରୁ ପରିବର୍ତ୍ତନ କରିବା ପାଇଁ ୧୮ ମାସ ସମୟ ଲାଗେ । ଅନ୍ୟପକ୍ଷରେ, ମେଷ ରାଶିରେ ବୃହସ୍ପତିଙ୍କ ଚଳନ ହେତୁ ଆଜିଠୁ ମହାଧନ ରାଜଯୋଗ ୨୦୨୩ ସୃଷ୍ଟି ହୋଇଛି । ଫଳରେ ଏହି ତିନି ରାଶି ଉପରେ ମହାଧନ ରାଜଯୋଗର ପ୍ରଭାବ ଆଜିଠୁ ଦେଖିବାକୁ ମିଳିବ । ଅର୍ଥାତ୍ ଏହି ତିନି ରାଶିରେ ଆଜିଠୁ ମାନ ସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ । ଏବଂ ଏହି କାରଣରୁ ନୂଆ ଚାକିରୀ ସାଙ୍ଗକୁ ପଦୋନ୍ନୋତି ହେବାର ମଧ୍ୟ ସମ୍ଭାବନା ରହିଛି।

ତେବେ, ଆସନ୍ତୁ ନଜର ପକାଇବା ଏହି ତିନି ରାଶି ଉପରେ….

ମେଷ: ଆଜିଠାରୁ ବୃହସ୍ପତି ମେଶ ରାଶିକୁ ଚଳନ କରିବେ। ଫଳରେ ଏହି ରାଶିର ଲୋକେ ଅତ୍ୟନ୍ତ ଶୁଭଫଳ ପାଇବେ। ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଆଜିଠୁ ମଜବୁତ୍ ହେବ । ଫଳରେ ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଆଜି ସମାଧାନ ହେବ । ହଠାତ୍ କେଉଁ ଆଡୁ ଧନପ୍ରାପ୍ତିର ଯୋଗ ରହିଛି । ସମସ୍ତ ଇଚ୍ଛା ଏହି ମାସରେ ଆପଣଙ୍କର ପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ କ୍ୟାରିୟରକୁ ନେଇ ଚିନ୍ତିତ ରହୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆସିଛି । ଏହି ସମୟରେ ,ଆପଣଙ୍କୁ ନୂଆ ଚାକିରୀର ଯୋଗ ରହିଛି । ଏବଂ ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ଆପଣଙ୍କ ଶ୍୍ରତୃମାନେ ଏହି ସମୟରେ କରୁଥିବା ଆପଣଙ୍କ ବିରୋଧରେ ଯୋଜନା ବିଫଳ ହେବ । ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଆଜିଠାରୁ ବର୍ଷିବ ।

କର୍କଟ: ବୃହସ୍ପତି ମେଶ ରାଶିକୁ ଚଳନ କରିବା ହେତୁ ଏହାର ପ୍ରଭାବ କର୍କଟ ରାଶି ଉପରେ ପଡିବ । ଏହି କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ଫିଟିବାକୁ ଯାଉଛି। ଆଜିଠାରୁ ଏହି ରାଶିର ଲୋକଙ୍କ ଉପରେ ଧନ ବର୍ଷା ହେବାକୁ ଯାଉଛି । ମହାଧନ ରାଜଯୋଗ କାରଣରୁ, ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନ ଢାଳିବେ ମାଆ ଲକ୍ଷ୍ମୀ । ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି । ଏବଂ ବ୍ୟବସାୟ କରୁଥିବା ଲୋକମାନେ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ। ଫଳରେ ଆଶାତିତ ସଫଳତା ପାଇପାରିବେ। ଏବଂ ବିବାହ ପାଇଁ ଏହି ରାଶିର ବ୍ୟକ୍ତିଙ୍କ ଯୋଗ ଆଜିଠାରୁ ଫିଟିବାକୁ ଯାଉଛି । ଏବଂ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନୋତିର ହେବାର ସମ୍ଭାବନା ରହିଛି ।

ଧନୁ: ମହାଧନ ରାଜଯୋଗ କାରଣରୁ ଧନୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଆଜିଠୁ ସୁନାପରି ଚମକିବ । କାରଣ,ବୃହସ୍ପତି ମେଶ ରାଶିକୁ ଚଳନ କରିବା ହେତୁ ଏହାର ପ୍ରଭାବ ଧନୁ ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବାର ସମୟ ଆସି ଯାଇଛି । ପ୍ରେମ ଜନିତ ବ୍ୟାପାରରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସାଥ୍ ଦେବେ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ସମସ୍ୟାର ସମାଧାନର ରାୟ ଆପଣଙ୍କ ସପକ୍ଷରେ ଆସିବ । ଏବଂ ଚାକିରି କରୁଥିବା ଲୋକଙ୍କ ଆୟ ବୃଦ୍ଦି ହେବ ।


Share It

Comments are closed.