ସରକାରଙ୍କ ମଦ ହୋମ ଡେଲିଭରି ନିଷ୍ପତ ଅତ୍ୟନ୍ତ ନିନ୍ଦନୀୟ : ମୋନା


ଭୁବନେଶ୍ୱର – ସଂପ୍ରତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତିରେ ଗତି କରୁଛି । ୧୮ ବର୍ଷ ବୟସ୍କଙ୍କ ଠାରୁ ଆରମ୍ଭ କରି ୬୦ ବୟସ୍କରୁ ଉର୍ଦ୍ଧ୍ୱ ଲୋକ ମାନଙ୍କୁ ଏ ପର୍ଯ୍ୟନ୍ତ ଟୀକା ଦିଆଯାଇ ପାରିନାହିଁ । ଟୀକାର ଯଥେଷ୍ଟ ଉପଲବ୍ଧତା ନଥିବା ହେତୁ ଏହା ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି । ତେବେ ରାଜ୍ୟ ସରକାର ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ନଦେଇ ମଦର ହୋମ ଡେଲିଭରି ପାଇଁ ଯେପରି ତତ୍ପର ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ । ତେଣୁ ସେ ରାଜ୍ୟରେ ତୁରନ୍ତ ମଦକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଦାବୀ କରିଛନ୍ତି
ଏକ ପ୍ରେସ ବିଜ୍ଞତି ମାଧ୍ୟମରେ ଶ୍ରୀ ପଦ୍ମଚରଣ ନାୟକ କହିଛନ୍ତି ଯେ, “ସରକାର ଟିକା ଲୋକଙ୍କୁ ଦେଇ ପାରୁନାହାନ୍ତି ସେଥିପାଇଁ ସେ ଚିନ୍ତିତ ନୁହନ୍ତି କିନ୍ତୁ ମଦ ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କ ରାଗପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ଏକ ବସ୍ତୁ ବୋଲି ଅଭିହତ କରିଛନ୍ତି, ତାହା ଘରେ ଘରେ ପହଞ୍ଚଇବ ପାଇଁ ବ୍ୟଗ୍ର । ଗତ ବର୍ଷ ଠିକ ଏହି ସମୟରେ ସରକାର ଯେତେବେଳେ ୨ ମାସରୁ ଉର୍ଦ୍ଧ୍ୱ ଧରି ଲକଡାଇନ ବା ତାଲାବନ୍ଦି ଘୋଷଣା କରିଥିଲେ, ସେତେବେଳେ ଓଡିଶାର କୌଣସି ଜାଗାରେ ମଦ ମିଳୁନଥିଲା ଏବଂ ପ୍ରତ୍ୟେକ ଘରେ ଶାନ୍ତି ଫେରି ଆସିଥିଲା । ତେଣୁ ରାଜ୍ୟ ସରକାର ତତ୍‌କ୍ଷଣାତ ଓଡିଶାରେ ମଦକୁ ସଂପୂର୍ଣ୍ଣ ନିଷେଧ କରନ୍ତୁ । ଯାହା ଫଳରେ କରୋନା ମହାମାରୀର ଭୟବହତା ସମୟରେ ଗାଁ ଗାଁରେ ଘଟୁଥିବା ମୃତ୍ୟୁର ତାଣ୍ଡବକୁ କିଛିଟା ରୋକାଯାଇ ପାରିବ ।


Share It

Comments are closed.