ତ୍ବଚାରୁ କୁଞ୍ଚନ ଦୂର କରିବା ସହ ଏହାର ଚମକ ବଢ଼ାଇବାରେ ବେଶ୍ ପ୍ରଭାବକାରୀ ଅଟେ ଏହି ଉପାୟ, ଜାଣନ୍ତୁ କିଭଳି


ଶୀତଦିନେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଏହା ଶୁଷ୍କ ହେବା ସହ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଶୀତଦିନେ ଗ୍ଲିସରିନ ଓ ଗୋଲାପ ଜଳକୁ ମିଶାଇ ଏହାକୁ ବ୍ୟବହାର କରନ୍ତୁ। ତ୍ୱଚା କୋମଳ ରହିବା ସହ ଭାଙ୍ଗ ପଡିବ ନାହିଁ।

ଆସନ୍ତୁ ଜାଣିବା ଗ୍ଲିସରିନ ଏବଂ ଗୋଲାପ ଜଳ ପ୍ରୟୋଗ କରିବାର ଲାଭ –

ଗ୍ଲିସରିନ ସହିତ ଗୋଲାପ ଜଳର ମିଶ୍ରଣ ତ୍ୱଚାକୁ ଚମକାଇଥାଏ । ଶୋଇବା ସମୟରେ ଆପଣଙ୍କ ତ୍ୱଚାରେ ଗ୍ଲିସରିନ ଏବଂ ଗୋଲାପ ଜଳ ପ୍ରୟୋଗ କରନ୍ତୁ । ସକାଳେ ତ୍ୱଚା କୋମଳ ଏବଂ ନରମ ହୋଇଯିବ ।ଏହାର ବ୍ୟବହାର ତ୍ୱଚାକୁ ସତେଜ ରଖିଥାଏ।

ଗ୍ଲିସରିନ ସହିତ ଗୋଲାପ ଜଳର ମିଶ୍ରଣ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ଗୋଲାପ ଜଳର ଆଣ୍ଟି-ଏଜିଂ ଗୁଣ ରହିଛି ଏବଂ ଗ୍ଲିସରିନର ବ୍ୟବହାର ଆପଣଙ୍କ କୁଞ୍ଚନକୁ ହ୍ରାସ କରିପାରେ ।

ଗ୍ଲିସରିନ ଏବଂ ଗୋଲାପ ଜଳର ମିଶ୍ରଣ ରାତିରେ ବ୍ୟବହାର ଆପଣଙ୍କ ତ୍ୱଚାକୁ ଶୀତର ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା କରିଥାଏ, ଏବଂ ତ୍ୱଚାକୁ ତେଲିଆ ରଖେ।


Share It

Comments are closed.