‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ଲୋକାର୍ପିତ


ଭୁବନେଶ୍ୱର: ୟୁନିଟ ୪ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନାଟ୍ୟକାର ଲଲାଟେନ୍ଦୁ ରଥଙ୍କ ଦ୍ୱାରା ରଚିତ ତଥା ଅଗ୍ରଦୂତ ପ୍ରକାଶନୀ ଦ୍ୱାରା ପ୍ରକାଶିତ ନାଟ୍ୟ ପୁସ୍ତକ ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ଲୋକାର୍ପିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡା ସଂଘମିତ୍ରା ମିଶ୍ର, ପୂର୍ବତନ ବିଭାଗୀୟ ମୁଖ୍ୟ ଓଡ଼ିଆ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେହିଭଳି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥିଙ୍କ ଗହଣରେ ରହିଛନ୍ତି ଶ୍ରୀ ନବୀନ ପରିଡ଼ା, ପୁର୍ବତନ ଅଧ୍ୟକ୍ଷ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଏବଂ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ସୁବୋଧ ପଟ୍ଟନାୟକ । ଏହି ଉତ୍ସବରେ ନାଟ୍ୟକାର ଶ୍ରୀ ଲାଲାଟେନ୍ଦୁ ରଥ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ଅଗ୍ରଦୂତ ପ୍ରକାଶନୀର ପ୍ରକାଶିକା ଶ୍ରୀମତି ମଧୁମିତା ମହାନ୍ତି ଏହି କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି । ଏହି ଉତ୍ସବରେ ବିଭିନ୍ନ ଅନୁଷ୍ଠାନର ଅନେକ ନାଟ୍ୟପ୍ରେମୀମାନେ ମଧ୍ୟ ଯୋଗ ଦେଇଛନ୍ତି ।
ଏହି ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକରେ ଶ୍ରୀ ଲଲାଟେନ୍ଦୁ ରଥଙ୍କ ଦ୍ୱାରା ରଚିତ ତିନୋଟି ନାଟକ ସ୍ଥାନ ପାଇଛି । ‘ପ୍ରାପ୍ତି’, ‘ବାହାର ଲୋକ’ ଏବଂ ‘ଆକାଶ ଯେଉଁଠି ସରିଯାଏ’ ନାମରେ ନାଟକଗୁଡ଼ିକ ଏହି ନାଟ୍ୟ ସଙ୍କଳନରେ ସ୍ଥାନ ପାଇଛି । ଯାହାକି ମଂଚ ପ୍ରେମୀ ଏବଂ ନାଟକକୁ ଭଲ ପାଉଥିବା ପାଠକମାନଙ୍କ ପାଇଁ ଖୁବ ଉପାଦେୟ ମଧ୍ୟ । ଏହି ପୁସ୍ତକଟି ଓଡ଼ିଶାର ବିଭିନ୍ନ ପୁସ୍ତକ ଭଣ୍ଡାରରେ ଉପଲବ୍ଧ ହେବା ସହିତ ଏହା ଅନଲାଇନରେ ମଧ୍ୟ ସହଜରେ ମିଳିପାରୁଛି ।


Share It

Comments are closed.