ରୁପା ବାସନରେ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ….


ଆମେ ମାନେ ସାଧାରଣତଃ ଖାଇବା ପାଇଁ ଷ୍ଟିଲ କିମ୍ବା ତମ୍ବା ବାସନର ବ୍ୟବହାର କରିଥାଉ । ସମସ୍ତ ବାସନରେ ଖାଇବାର କିଛି ମହତ୍ତ୍ୱ ରହିଛି । ପିତଳ ବାସନ ଏବଂ ରୁପା ବାସନକୁ ପୂଜା ପର୍ବାଣିରେ ବ୍ୟବହାର କରାଯାଇଥାଏ । ଏହାର ବିଭିନ୍ନ ପ୍ରକାରର ବିଶେଷତଃ ରହିଛି ଯାହା ଏହିପରି ପାତ୍ରରେ ଖାଇବା ଦ୍ୱାରା ମନୁଷ୍ୟ ଶରୀରରେ ମଧ୍ୟ ପ୍ରବେଶ କରିଥାଏ । ଆସନ୍ତୁ ଜାଣିବା ରୂପାର ବାସନରେ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ –
୧. ରୁପା ବାସନରେ ବ୍ୟାକ୍ଟେରିଆକୁ ନାଶ କରିବାର ଗୁଣ ରହିଛି ଯାହା ବାୟୁରେ ଥିବା ହାନିକାରକ ବାକ୍ଟେରିଆ ଦାଉରୁ ଖାଦ୍ୟକୁ ରକ୍ଷା କରିଥାଏ ।
୨. ରୁପା ବାସନରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କୁ ପ୍ରାଣଘାତି ରୋଗରୁ ସୁରକ୍ଷା ମିଳିଥାଏ ।
୩. ରୁପା ବାସନରେ ଖାଇବା ଦ୍ୱାରା ଶରୀରକୁ ଶୀତଳ ପ୍ରବାହ ମିଳିଥାଏ ତେଣୁ ହଜମ କ୍ରିୟା ସକ୍ରିୟ ହୋଇଥାଏ ।
୪. ରୁପା ବାସନରେ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମର ମାତ୍ରା ବୃଦ୍ଧି ପାଇଥାଏ । ଯାହା ଶରୀରକୁ ଫିଟ ଏବଂ ସତେଜ ରଖିବାରେ ସାହାଯ୍ୟ କରିଥାଏ ।
୫. ରୁପା ବାସନରେ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ଖାଦ୍ୟ ଷ୍ଟୋର କରି ରଖିପାରିବେ । ଏହି ବାସନ ସୂକ୍ଷ୍ମ ଜୀବମାନଙ୍କୁ ନାଶ କରିଥାଏ ଯାହାଦ୍ୱାରା ଖାଦ୍ୟ ସତେଜ ରହିଥାଏ ।


Share It

Comments are closed.