କମନ ୱେଲଥ ଗେମ ଖେଳାଳିମାନଙ୍କୁ ଭର୍ଚୁଆଲ ମିଟିଂ ମାଧ୍ୟମରେ ମୋଦି କହିଲେ କୋଇ ନେହି ହେ ଟକ୍କର ମେ, କ୍ୟୁ ପଡେ ହୋ ଚକ୍କର ମେ –


ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କମନ ୱେଲଥ ଗେମରେ ଖେଳାଳିମାନଙ୍କୁ ପ୍ରେତ୍ସାହନ ପ୍ରଦାନ କରିବାକୁ ଯାଇ ବୁଧବାର ଦିନ ଭର୍ଚୁଆଲ ମିଟିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସେ ଟୁଇଟରରେ ଖେଳାଳିମାନଙ୍କୁ ନିଜର ଶକ୍ତି ଏବଂ ଆତ୍ମବିଶାସ ସହିତ ଖେଳିବାକୁ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି । ଏବଂ ୨୦୨୨ ସ୍କ୍ୱାଡକୁ କୋଇ ନେହି ହେ ଟକ୍କର ମେ, କ୍ୟୁ ପଡେ ହୋ ଚକ୍କର ମେ ବୋଲି କହିଛନ୍ତି ।
ଚଳିତ ୨୦୨୨ କମନ ୱେଲଥ ଗେମ ବ୍ରିମିନହାମରେ ଜୁଲାଇ ୨୮ରୁ ପ୍ରାରମ୍ଭ ହେବାକୁ ଯାଉଥିବା ବେଳେ ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସମ୍ପୂର୍ଣ୍ଣ ୩୨୨ଜଣ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିମଧ୍ୟରେ ୨୧୫ ଜଣ ଆଥଲେଟ ଏବଂ ୧୦୭ ଜଣ ଅଫିସିଆଲ ଏବଂ ସର୍ପୋଟ ସଦସ୍ୟ ମଧ୍ୟ ଅଛନ୍ତି । ଏହି ଗେମ ଜୁଲାଇ ୨୮ରୁ ପ୍ରାରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ ।


Share It

Comments are closed.