କେଶ ଏବଂ ତ୍ୱଚା ପାଇଁ ହିତକାରୀ ଚାଉଳ ପାଣି


ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । କିନ୍ତୁ ସେହି ଚାଉଳର ଧୁଆ ପାଣି କିପରି ସମସ୍ତଙ୍କ ପାଇଁ ହିତକାରୀ ସମସ୍ତେ ଅବଗତ ନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ ଚାହୁଁଛନ୍ତି ତେବେ ଏହାକୁ ଘରୋଇ ଉପକରଣ ରୂପେ ବ୍ୟବହାର କରିପାରିବେ । ଚାଉଳ ପାଣି ଫରମେନଟଡ ଜଳ ହୋଇଥିବାରୁ ଏହାକୁ ସୌନ୍ଦର୍ଯ୍ୟ ଉପକରଣ ଭାବେ ବ୍ୟବହାର କରିହେବ । ଚାଉଳ ପାଣିକୁ ଆପଣ ଗୋଟିଏ ସ୍ପ୍ରେ ବୋଟଲରେ ରଖନ୍ତୁ ଏବଂ ଆବଶ୍ୟକ ପଡିଲେ ତୂଳା ସାହାଯ୍ୟରେ ନେଇ ତ୍ୱଚାରେ ଲଗାଇପାରିବେ । ଚାଉଳର ଧୁଆ ପାଣି କିମ୍ବା ଚାଉଳ ଫୁଟିବା ପରେ ବାହାରୁଥିବା ଜଳକୁ ଉଭୟ ଖାଦ୍ୟ ଏବଂ ରୂପଚର୍ଯ୍ୟାରେ ବ୍ୟବହାର କରିହେବ । ଆସନ୍ତୁ ଜାଣିବା କିପରି କରିବେ ଏହାର ବ୍ୟବହାର ଏବଂ କଣ ରହିଛି ଏହାର ଉପକାରିତା . . . .
୧. ଏହି ଧଳା ରଙ୍ଗର ପାଣି ଭିଟାମିନ ଏବଂ ମିନେରାଲ ଯୁକ୍ତ ହୋଇଥିବାରୁ ଏହା ତ୍ୱଚା ଏବଂ କେଶ ପାଇଁ ଖୁବ ଉପଯୋଗୀ । ଚୀନ, ଜାପାନ ଏବଂ ଦକ୍ଷିଣ ଏସିଆର ବହୁ ମହିଳା ଏହି ଚାଉଳ ପାଣିକୁ କେଶର ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି ।
୨. ଚାଉଳରେ ବହୁ ଭିଟାମିନ ଏବଂ ମିନେରାଲ ଥିବା ହେତୁ ଏହା ଆପଣଙ୍କ ତ୍ୱଚା ପାଇଁ ସୁପର ଫୁଡ ପରି କାମ କରିଥାଏ ।
୩. ଏଥିରେ ଫେରୁଲିକ ଏସିଡ ଥିବା ହେତୁ ଏହା ଏକ ଭଲ ଆଣ୍ଟି-ଅକ୍ସିଡାଣ୍ଟ ଭାବେ କାମ କରିଥାଏ । ଏହି ଚାଉଳ ପାଣି ଆପଣଙ୍କ ତ୍ୱଚାରେ ଟୋନର କିମ୍ବା ଫେସିଆଲ କ୍ଲିନଜର ପରି କାମ କରିଥାଏ ।
୪. ଏହା ସ୍କିନରେ ଥିବା ଛିଦ୍ର କୋଣକୁ ବନ୍ଦ କରିବା ସହିତ ତ୍ୱଚାରେ ଥିବା ଇମ୍ପ୍ୟୁରିଟିଜ କମ କରିବାରେ ସାହାଯ୍ୟ କରିଥାଏ । ଏହା ମୁଖରେ ଥିବା ବ୍ରଣ ଏବଂ ବ୍ରଣର ଦାଗ ମଧ୍ୟ ଦୂର କରିବାରେ ହିତକାରୀ ।
୫. ଆପଣଙ୍କ ତ୍ୱଚାରେ କଳା ଦାଗ କିମ୍ବା କୁଣ୍ଡାଇ ହେବା ଜନିତ ସମସ୍ୟା ଥିଲେ ଏହିି ଚାଉଳ ପାଣିର ପ୍ରୟୋଗ ଦ୍ୱାରା ତାହାର ନିରାକରଣ କରାଯାଇପାରିବ ।
୬. ଚାଉଳ ଫୁଟା ଯାଇଥିବା ପାଣି କିମ୍ବା ପେଜକୁ ଥଣ୍ଡା କରି ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିଥାଏ । ଏହା ସମସ୍ତ ପ୍ରକାରର ତ୍ୱଚାକୁ ଖାପ ଖୁଆଇଥାଏ ।
୭. ଚାଉଳରେ କାର୍ବୋହାଇଡ୍ରେଟର ଉପସ୍ଥିତି ହେତୁ ଏହା କେଶକୁ ଶକ୍ତିଶାଳୀ କରି କେଶର ଫ୍ରିକ୍ସନ କମ କରିଥାଏ । ଏହା କେଶକୁ ସାଇନିଙ୍ଗ କରିବା ସହିତ କେଶକୁ ଶକ୍ତିଶାଳୀ ଏବଂ ସୁସ୍ଥକର କରିଥାଏ ।
୮. ଏହାକୁ ଆପଣ କେଶରେ କଣ୍ଡିସନର, ସାମ୍ପ୍ୟୁ କିମ୍ବା ତେଲଭାବେ ବ୍ୟବହାର କରିପାରିବେ । କେଶରେ ସାମ୍ପ୍ୟୁ କରିବା ପରେ ଆପଣ ଖାଲି ଚାଉଳ ପାଣି କିମ୍ବା ପେଜ ସାହାଯ୍ୟର କେଶକୁ ଧୋଇପାରିବେ ।
୯. କେଶରେ ଏହି ତରଳ ପଦାର୍ଥକୁ ତେଲ ପରି ଲଗାଇ ଭଲ ଭାବେ ମସାଜ କରନ୍ତୁ ଏବଂ ସାଧା ଜଳରେ ଧୋଇଦିଅନ୍ତୁ । ଏହାକୁ ଆପଣ ସପ୍ତାହରେ ଥରେ କିମ୍ବା ଦୁଇ ଥର କରିପାରିବେ ।
୧୦. ଏହା ଆପଣଙ୍କ କେଶକୁ ସଫ୍ଟ ଏବଂ ସାଇନିଙ୍ଗ କରିଥାଏ । ଏହା ଆପଣଙ୍କ କେଶରେ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରିବ ।

 


Share It

Comments are closed.