ଜାଣନ୍ତୁ ୪୦ ବର୍ଷ ବୟସରେ ବି ପ୍ରିୟଙ୍କା ଚୋପ୍ରା କିପରି ନିଜକୁ ରଖିଛନ୍ତି ଫିଟ ଏବଂ ଫାଇନ


ବଲିଉଡ ତଥା ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୋନାସ ବର୍ତ୍ତମାନ ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ସର୍ବଦା ନିଜକୁ ଗ୍ଲାମରସ ଏବଂ ଫିଟ ରଖିଥାନ୍ତି । ବର୍ତ୍ତମାନ ସେ ନିଜର ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀଙ୍କ ସହିତ ଏକ ବିଚରେ ଜନ୍ମଦିନ ପାଳନ କରୁଥିବାର ନଜର ଆସିଥିଲେ ।
ସେ ନିଜର ସ୍ୱତନ୍ତ୍ର ସେପରେ ରହିବା ପାଇଁ ବିଶେଷ କିଛି ଫିଟନେସ ମନ୍ତ୍ରାର ଅବଲମ୍ବନ କରିଥାନ୍ତି । ସେ ସର୍ବଦା ସୁପର ଆକ୍ଟିଭ ରହିଥାନ୍ତି ଏବଂ ନିଜର ରେଡ କାର୍ପେଟ ଆପିୟରାନ୍ସରେ ମଧ୍ୟ ନିଜକୁ ଟିପ ଟପ ଦର୍ଶାଇଥାନ୍ତି ।
ତାଙ୍କର ଡାଏଟ ଏବଂ ବ୍ୟାୟାମ – ସେ ନିଜର ଡାଏଟ ସମ୍ପର୍କରେ କହିଛନ୍ତି ଯେ ସେ ସର୍ବଦା ନିଜକୁ ଫିଟ ରଖିବା ପାଇଁ ନିଜର ମୋଟାବୋଲିଜିମ ଉପରେ ଧ୍ୟାନ ଦେଇଥାନ୍ତି । ସେ ବେଶି ଯୋଗ ଉପରେ ଧ୍ୟାନ ଦେଇଥାନ୍ତି । ଏବଂ ସେ ଜିମରେ ଏକ୍ସଟ୍ରିମ ସେସନରେ ମଧ୍ୟ ନିଜକୁ କିଛି ମାତ୍ରାରେ ନିୟୋଜିତ କରିଥାନ୍ତି । ସେ କହିଛନ୍ତି ସେ ଜିମ-ଫ୍ରିକ ନହେଲେ ମଧ୍ୟ ନିଜକୁ ସର୍ବଦା ଫିଟ ରଖିବାକୁ ପସନ୍ଦ କରିଥାନ୍ତି । ତାଙ୍କର ପ୍ରିୟ ବ୍ୟାୟାମ ମଧ୍ୟରେ ସ୍ୱିମିଂ ଅନ୍ୟତମ । ସେ ଚେଷ୍ଟା କରନ୍ତି କରନ୍ତି ଦିନକୁ ଯେପରି ସେ ୩୦ମିନିଟ ଯୋଗ ଏବଂ ସ୍ୱିମିଂ କରିପାରିବେ । ସେ ଜିମ ନଯାଇ ସିଢିରେ ଚଢିକି ଯିବାକୁ ପସନ୍ଦ କରିଥାନ୍ତି ।
ତାଙ୍କର ଖାଦ୍ୟ – ପିସି ପଞ୍ଜାବୀ ହୋଇଥିବାରୁ ସେ ଖୁବ ଫୁଡି କିନ୍ତୁ ନିଜକୁ ଫିଟ ରଖିବା ପାଇଁ ସେ କିଛି କିଛି ଖାଇବା ଉପରେ ନିଜର ନିୟନ୍ତ୍ରଣ କରିଥାନ୍ତି । ସେ ନିଜର ଖାଦ୍ୟ ଭିତରେ ରୁଟି, ସବୁଜ ପନିପରିବା, ସୁପ, ସାଲାଡ, ଭାତ, ଡାଲି ଏବଂ ବିଭିନ୍ନ ପ୍ରକାରର ଫଳ ଖାଇଥାନ୍ତି । ତାଙ୍କର କହିବା ଅନୁଯାୟୀ ପ୍ରତିଦିନ ସେ ୧୦ଗ୍ଲାସରୁ ଅଧିକ ପାଣି ପିଇଥାନ୍ତି । ସେ କହିଛନ୍ତି ନିଜର ସ୍କିନକୁ ଭଲ ରଖିବା ପାଇଁ ସେ ସର୍ବଦା ତେଲ ଯୁକ୍ତ ଖାଦ୍ୟ ତଥା ଛଣାଛଣି ଖାଇନଥାନ୍ତି । ସେ କେବେ କେବେ କୌଣସି ସ୍ଥାନକୁ ଟ୍ରାଭେଲ କରିବା ସମୟରେ କିମ୍ବା ରିଲାକ୍ସ ଟାଇମରେ ପିଜା, ଚିଜ ବର୍ଗର ଖାଇବାକୁ ପସନ୍ଦ କରିଥାନ୍ତି । ତାଙ୍କର ପ୍ରିୟ ସ୍ନାକ୍ସ ଚିଜ ସାଣ୍ଡୱିଚ ସହିତ ଲଙ୍କା ଆଚାର ଅଟେ ।


Share It

Comments are closed.