କେଏଫ୍‌ସି ପକ୍ଷରୁ ଦେଶରେ ୧୦୦୦ତମ ରେଷ୍ଟୁରାଂଟ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ୧୯୯୫ରେ ଭାରତରେ ପ୍ରଥମ କେଏଫ୍‌ସି ରେଷ୍ଟୁରାଂଟ୍‌ର ଲଂଚ୍ ପରଠାରୁ ଏହି ବ୍ରାଣ୍ଡ ଦେଶ ସହିତ ଗଭୀର ଭାବେ ଜଡିତ ହୋଇଛି । ବର୍ତମାନ କେଏଫ୍‌ସି ଦେଶରେ ଏହାର ୧୦୦୦ତମ ରେଷ୍ଟୁରାଂଟ୍‌ର ଶୁଭାରମ୍ଭ କରିଛି, ଏହା ୨୫ ବର୍ଷରୁ ଅଧିକ ସମୟର ଏକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ । କେଏଫ୍‌ସି ଇଣ୍ଡିଆର ମେନ୍ୟୁ ଆଇକୋନିକ୍ ହଟ୍ ଆଣ୍ଡ କ୍ରିସ୍ପି ବକେଟ୍‌, ଜିଞ୍ଜର ବର୍ଗର, ପପ୍‌କର୍ଣ୍ଣ ଭଳି ବିଶ୍ୱବ୍ୟାପୀ ସର୍ବାଧିକ ପସନ୍ଦ କରାଯାଉଥିବା ଉତ୍ପାଦ ସମେତ କେଏଫ୍‌ସି ଚିଜା, ରାଇସ୍ ବାଉଲ୍‌ଜ, ଚିକେନ ରୋଲ୍‌, ଭେଜ୍ ଓ ତନ୍ଦୁରୀ ଜିଞ୍ଜର ଭଳି ସ୍ଥାନୀୟ ସ୍ୱାଦଗୁଡିକ ସହ ଜଡିତ ଅଭିନବ ସୀମିତ ଅବଧି ଉତ୍ପାଦଗୁଡିକର ଏକ ଶକ୍ତିଶାଳୀ ମିଶ୍ରଣ ଅଟେ । କେଏଫ୍‌ସି ଇଣ୍ଡିଆର ସମସ୍ତ ଖାଦ୍ୟକୁ ସ୍ଥାନୀୟ ଉତ୍ସ ଓ ଉଚ୍ଚମାନର ଉପାଦାନଗୁଡିକରୁ ସତେଜ ଭାବେ ପ୍ରସ୍ତୁତ କରାଯାଇଥାଏ । ଏହି ବ୍ରାଣ୍ଡ କ୍ୟୁଏସ୍‌ଆର୍ ଶିଳ୍ପ, ପରିଚାଳନା ଓ ଅଫରିଙ୍ଗ କ୍ଷେତ୍ରରେ ବୈଷୟିକ ବ୍ୟାଘାତର ଆଗଧାଡିରେ ରହିଆସିଛି । ବର୍ତମାନ କେଏଫ୍‌ସିର ୨୦ରୁ ଅଧିକ ଅଲ୍‌-ଡିଜିଟାଲ ସ୍ମାର୍ଟ ରେଷ୍ଟୁରାଂଟ୍ ରହିଛି ଯାହା ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ, ନିଜ ରେଷ୍ଟୁରାଂଟ୍‌ଗୁଡିକରେ ସେଲ୍ଫ-ଅର୍ଡରିଙ୍ଗ୍ ଡିଜିଟାଲ କିଓସ୍କର ଇନ୍‌ଷ୍ଟଲେଶନ ଓ ଆପ୍ ଅର୍ଡରିଙ୍ଗ ବ୍ୟତୀତ ଏହି ରେଷ୍ଟୁରାଂଟ୍‌ଗୁଡିକ ଉପଭୋକ୍ତା ପହଂଚକୁ ଅଧିକ ସହଜ ଓ ଦ୍ରୁତ କରୁଛନ୍ତି ।

ବ୍ରାଣ୍ଡର ବିବିଧ ଓ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ କେଏଫ୍‌ସି କ୍ଷମତା ଏହାର ମହିଳା କର୍ମବଳ ଏବଂ ଏହା ପରିଚାଳନା କରୁଥିବା ସ୍ୱତନ୍ତ୍ର କେଏଫ୍‌ସି (ମୁକ ଓ ବଧୀର କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ରେଷ୍ଟୁରାଂଟ୍‌)ର ସଂଖ୍ୟାକୁ ଦୁଇ ଗୁଣ ବୃଦ୍ଧି କରି ଲିଙ୍ଗଗତ ଓ କ୍ଷମତା ଅନ୍ତରକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଛି । ଗତ ଦଶନ୍ଧି ମଧ୍ୟରେ କେଏଫ୍‌ସି ୪୨ଟି ସ୍ପେଶିଆଲ କେଏଫ୍‌ସି ଏବଂ ୨୨୦ରୁ ଅଧିକ ମୁକ ଓ ବଧୀର କର୍ମଚାରୀଙ୍କ ଏକ ଟିମ୍‌କୁ ବିକଶିତ ହୋଇଛି । ୨୦୨୧ରେ ଏହି ବ୍ରାଣ୍ଡ କେଏଫ୍‌ସିସ୍ ଇଣ୍ଡିଆ ସହଯୋଗର ଶୁଭାରମ୍ଭ କରିଥିଲା- ଯାହାକି କୋଭିଡ୍‌-୧୯ ମହାମାରୀ ପରେ ୧୦୦୦ ସ୍ଥାନୀୟ ରେଷ୍ଟୁରାଂଟ୍ ଓ ଫୁଡ୍ ଜଏଂଟ୍‌ଗୁଡିକୁ ସେମାନଙ୍କର ବ୍ୟବସାୟର ପୁନରୁଦ୍ଧାରରେ ସାହାଯ୍ୟ କରିବା ଲାଗି ସହଯୋଗ କରିବା ପାଇଁ ଏହାର ଏକ କୈନ୍ଦ୍ରିତ ପ୍ରୟାସ ଅଟେ । ୧୦୦୦ତମ ରେଷ୍ଟୁରାଂଟ୍‌ର ଶୁଭାରମ୍ଭକୁ ଚିହ୍ନିତ କରିବା ପାଇଁ କେଏଫ୍‌ସି ଖାଦ୍ୟ ଆବଂଟନ ସହିତ ଭାରତବ୍ୟାପୀ ୧୦୦୦ ଗରିବ ପରିବାରକୁ ସହଯୋଗ କରିବା ପାଇଁ ପ୍ରତିବଦ୍ଧ ହୋଇଛି । କେଏଫ୍‌ସିର ଫ୍ରାଂଚାଇଜି ପାର୍ଟନର୍ ଦେବ୍ୟାନି ଇଂଟରନ୍ୟାଶନାଲ ଲିମିଟେଡ୍ ଓ ସାଫାୟାର ଫୁଡ୍‌ସ ଇଣ୍ଡିଆ ଲିମିଟେଡ୍ (ଏସ୍‌ଏଫ୍‌ଆଇଏଲ୍‌) ବ୍ରାଣ୍ଡର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ କାର୍ଯ୍ୟ କରୁଛନ୍ତି । ଭାରତ ଯାତ୍ରାର ପରବର୍ତୀ ପର୍ଯ୍ୟାୟରେ କେଏଫ୍‌ସି ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା, ଭାରତୀୟ ଅର୍ଥନୀତିର ସକାରାତ୍ମକ ଅଭିବୃଦ୍ଧି ପରିଦୃଶ୍ୟରେ ଯୋଗଦାନ ଦେବା ପାଇଁ ଆଶାବାଦୀ ରହିଛି ।

ଏସମ୍ପର୍କରେ ଦେବ୍ୟାନି ଇଂଟରନ୍ୟାଶନାଲ ଲିମିଟେଡ୍‌ର ଅଣ-କାର୍ଯ୍ୟକାରୀ ଅଧ୍ୟକ୍ଷ ରବି ଜୟପୁରିଆ କହିଛନ୍ତି, ‘ଏହି ଅତୁଳନୀୟ ସଫଳତା ହାସଲ କରିଥିବାରୁ କେଏଫ୍‌ସି ଇଣ୍ଡିଆକୁ ଶୁଭେଚ୍ଛା । ଦେବ୍ୟାନି ଇଂଟରନ୍ୟାଶନାଲରେ ଆମେ ୧୯୯୫ରେ ଭାରତରେ ପ୍ରବେଶ କରିବା ପରଠାରୁ ଏହି ବ୍ରାଣ୍ଡର ଯାତ୍ରାର ଏକ ଅଂଶ ହୋଇ ଖୁବ୍ ଗର୍ବିତ ।’ ସାଫାୟାର ଫୁଡ୍‌ସ ଇଣ୍ଡିଆ ଲିମିଟେଡ୍ (ଏସ୍‌ଏଫ୍‌ଆଇଏଲ୍‌)ର ସିଇଓ ସଞ୍ଜୟ ପୁରୋହିତ କହିଛନ୍ତି, ଭାରତରେ ୧୦୦୦ ରେଷ୍ଟୁରାଂଟ୍ କେଏଫ୍‌ସି ବ୍ରାଣ୍ଡ ପାଇଁ ଏକ ବଡ ସଫଳତା ଅଟେ ଏବଂ ସାଫାୟାର ଫୁଡ୍‌ସ ଉକ୍ତ ଯାତ୍ରାର ଏକ ଅଂଶ ହୋଇ ଖୁବ୍ ଗର୍ବିତ ।’ ଏହି ସଫଳତା ଉପରେ କେଏଫ୍‌ସି ଇଣ୍ଡିଆ ଓ ପାର୍ଟନର୍ କଂଟ୍ରିଜ୍‌, ଜେନେରାଲ ମ୍ୟାନେଜର ମୋକ୍ଷ ଚୋପ୍ରା କହିଛନ୍ତି, ‘କେଏଫ୍‌ସି ନିଜର ଫ୍ରାଂଚାଇଜି ପାର୍ଟନରମାନଙ୍କ ସହିତ ଭାରତର ଅଭିବୃଦ୍ଧି କାହାଣୀର ଏକ ଅଂଶ ହୋଇ ଗର୍ବିତ ।

 


Share It

Comments are closed.