ମିନ୍ତ୍ରା ଇଓଆର୍‌ଏସ୍‌-୧୯ରେ ସପିଙ୍ଗ୍ କରିବେ ୧୦ ଲକ୍ଷରୁ ଅଧିକ ନୂଆ ଗ୍ରାହକ


ଭୁବନେଶ୍ୱର: ମିନ୍ତ୍ରାର ଏଣ୍ଡ୍ ଅଫ୍ ରିଜନ ସେଲ୍ (ଇଓଆର୍‌ଏସ୍‌)ର ୧୯ତମ ସଂସ୍କରଣ ଦେଶବ୍ୟାପୀ ଲକ୍ଷ ଲକ୍ଷ ଫ୍ୟାଶନ-ଫର୍‌ୱାର୍ଡ ସପର୍‌ମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଇଭେଂଟ୍ ଆସନ୍ତା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ, ମିନ୍ତ୍ରା ଇନ୍‌ସାଇଡର୍ (ମିନ୍ତ୍ରାର ସମ୍ମାନିତ ଲୟାଲ୍‌ଟି ପ୍ରୋଗ୍ରାମର ସଦସ୍ୟ)ଙ୍କ ପାଇଁ ୟର୍ଲି ଆକ୍‌ସେସ୍ ଆସନ୍ତା ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଛି । ୬୦୦୦ରୁ ଅଧିକ ଲୋକପ୍ରିୟ ଆନ୍ତର୍ଜାତୀୟ, ଘରୋଇ ଓ ଡି୨ସି ବ୍ରାଣ୍ଡରୁ ଫ୍ୟାଶନ, ବିୟୂଟି ଓ ଲାଇଫ୍‌ଷ୍ଟାଇଲ୍‌ରୁ ୨୩ ଲକ୍ଷରୁ ଅଧିକ ଉତ୍ପାଦ ସହିତ ଚଳିତ ସଂସ୍କରଣ ବ୍ୟାପକ ସ୍ତରରେ ଏକ ଉଚ୍ଚ ସପିଙ୍ଗ୍ ଅନୁଭୂତି ହେବା ପାଇଁ ପ୍ରତିଶ୍ରୁତି ଦେଉଛି । ଇଓଆର୍‌ଏସ୍‌-୧୯ ପୂର୍ବରୁ ଡିସେମ୍ବର ୭ ତାରିଖରେ ମିନ୍ତ୍ରା କ୍ରିଏଟର ଫେଷ୍ଟ୍ ପ୍ରତ୍ୟାବର୍ତନ କରିଛି ଯେଉଁଥିରେ କୁଶା କପିଲା, ଓରି, ଡଲି ସିଂହ, ଭୁବନ ବାମଙ୍କ ଭଳି ଲୋକପ୍ରିୟ ଫ୍ୟାଶନ ଓ ବିୟୁଟି କ୍ରିଏଟର ଏବଂ ସେଲିବ୍ରିଟିମାନେ ସାମିଲ ହୋଇଥିଲେ । ଏହି ଇଭେଂଟ୍ ମିନ୍ତ୍ରା ଗ୍ଲାମିସ୍ ଆୱାର୍ଡ ସେରିମନିର ଶୁଭାରମ୍ଭର ସାକ୍ଷୀ ହେବ, ଯେଉଁଠାରେ କ୍ରିଏଟର ଇକୋସିଷ୍ଟମର ଲୋକପ୍ରିୟ କ୍ରିଏଟରମାନଙ୍କୁ ସେମାନଙ୍କୁ ଆକର୍ଷଣୀୟ ଓ ଅତୁଳନୀୟ କଂଟେଂଟ୍ ଯୋଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରାଯିବ । ଇଓଆର୍‌ଏସ୍‌-୧୯ର ଅଫର୍‌ଗୁଡିକୁ ଅଂଶଗ୍ରହଣ କରିଥିବା ଟ୍ରେଣ୍ଡସେଟର୍‌ଙ୍କ ସହିତ କାର୍ଯ୍ୟକ୍ରମରେ ଅଭିନବ ରୂପେ ପ୍ରଦର୍ଶିତ କରାଯିବ, ଏହାଛଡା ଏହି ଇଭେଂଟ୍ ୨୦୨୪ର ଫ୍ୟାଶନ, ବିୟୁଟି ଓ ଲାଇଫ୍‌ଷ୍ଟାଇଲ୍ ଟ୍ରେଣ୍ଡର ଏକ ଝଲକ ପାଇଁ ମିନ୍ତ୍ରା ଆପ୍‌ରେ ଲାଇଭ୍‌-ଷ୍ଟ୍ରିମ୍ କରାଯିବ ।

ଡିସେମ୍ବର ୮ ତାରିଖ ୨୦୨୩ରେ ୮୦ ଲକ୍ଷରୁ ଅଧିକ ମିନ୍ତ୍ରା ଇନ୍‌ସାଇଡରଙ୍କ ପାଇଁ ଅନେକ ଲାଭ ସହିତ ଇଭେଂଟ୍ ପାଇଁ ପ୍ରାରମ୍ଭିକ ପହଂଚ ରହିବ । ମିନ୍ତ୍ରା ଇନ୍‌ସାଇଡର୍‌ଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ । ଗ୍ରାଣ୍ଡ୍ ଓପ୍‌ନିଂ ଅଫର୍‌ଗୁଡିକ ଡିସେମ୍ବର ୯ ତାରିଖ, ୨୦୨୩ରେ ରାତି ୧୨ଟାରୁ ୨ ଟା ପର୍ଯ୍ୟନ୍ତ ବୈଧ ରହିବ । ପ୍ରତି ଘଂଟାରେ ଆନନ୍ଦଦାୟକ ଅଫର୍ ପରିଚାଳିତ ହେବ । ପ୍ରତ୍ୟେକ ଦିନ ନିର୍ଦ୍ଧିଷ୍ଟ ବର୍ଗ ଉପରେ ମିଡ୍‌ନାଇଟ୍ ସପର୍‌ଙ୍କ (ରାତି ୧୨ରୁ ସକାଳ ୭ଟା) ପାଇଁ ସ୍ୱତନ୍ତ୍ର ଅଫର୍ ରହିବ । ଡିଲ୍ ଓ’କ୍ଲକ୍‌, ହାପି ଆୱାର, ଜ୍ୟାକ୍‌ପଟ୍ ଡିଲ୍ ଆଦିରେ ସର୍ବୋତମ ମୂଲ୍ୟ ପାଇଁ ସାରାଦିନ ନିୟମିତ ସୀମିତ-ଅବଧି ଡିଲ୍ ସାମିଲ ରହିବ । ଆଇସିଆଇସିଆଇ ବ୍ୟାଙ୍କ: ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଟ ଉପରେ ୧୦%ର ତତ୍କାଳ ରିହାତି । କୋଟାକ୍ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଉପରେ ୧୦%ର ତତ୍କାଳ ରିହାତି । ୟୁପିଆଇ ପାର୍ଟନର ଭାବେ କ୍ରେଡ୍‌, ବିଏନ୍‌ପିଏଲ୍ ପାର୍ଟନର୍ ଭାବେ ସିମ୍ପଲ୍‌, ୱାଲେଟ୍ ପାର୍ଟନର୍ ଭାବେ ପେଟିଏମ୍ ସହ ନିଶ୍ଚିତ କ୍ୟାଶବ୍ୟାକ୍ ପାଆନ୍ତୁ ।

ଇଓଆର୍‌ଏସ୍‌ର ୧୯ତମ ସଂସ୍କରଣ ସମ୍ପର୍କରେ ଉଲ୍ଲେଖ କରି ମିନ୍ତ୍ରାର ଅଭିବୃଦ୍ଧି ଓ ରାଜସ୍ୱ ବିଭାଗର ମୁଖ୍ୟ ନେହା ୱାଲି କହିଛନ୍ତି, ‘ଭାରତର ଟ୍ରେଣ୍ଡ୍‌-ଫାର୍ଷ୍ଟ ଗ୍ରାହକଙ୍କୁ ଏକ ସମୃଦ୍ଧ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବା ପାଇଁ ଆମର ପ୍ରୟାସରେ ଇଓଆର୍‌ଏସ୍ ୧୯ ସପର୍‌ମାନଙ୍କ ଚାହିଦାକୁ ପୂରଣ କରିବା ପାଇଁ ଏକ ଶୀର୍ଷ ସ୍ତରର ସିଲେକ୍ସନ ଆଣିବ । ଏହି ସପିଙ୍ଗ୍ ଏକ୍ସଟ୍ରାଭାଗାଞ୍ଜା ସମୟରେ ପ୍ଲାଟ୍‌ଫର୍ମକୁ ୧୦ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଭିଜିଟ୍ କରିବେ ବୋଲି ଆଶା କରାଯାଉଥିବା ବେଳେ ଏହି ଇଭେଂଟ୍ ଇଣ୍ଡିଆନ୍ ୱେୟାର, ବିୟୁଟି, ଟ୍ରାଭେଲ, ଫୁଟ୍‌ୱେୟାର, ହୋମ୍‌, ୱେଷ୍ଟର୍ଣ୍ଣ ୱେୟାର ଓ ପାର୍ଟି ସମେତ ବିଭିନ୍ନ ବର୍ଗରେ ବ୍ରାଣ୍ଡଗୁଡିକ ଦ୍ୱାରା ଉନ୍ନତ ଅଫରିଙ୍ଗର ସାକ୍ଷୀ ହେବ, ଯାହା ନିଶ୍ଚିତ ରୂପେ ଗ୍ରାହକଙ୍କ ସପିଂ ଅନୁଭୂତିରେ ଅଧିକ ଆନନ୍ଦ ଯୋଗ କରିବ ।

ଚଳିତ ଇଓଆର୍‌ଏସ୍ ନୂତନ ଇନ୍‌-ଡିମାଣ୍ଡ ଫ୍ୟାଶନ ଓ ବିୟୁଟି ବ୍ରାଣ୍ଡଗୁଡିକ ସହିତ ସପର୍‌ଙ୍କ ଲୁକ୍‌କୁ ଅନୁପ୍ରାଣିତ କରିବ, ୪୦୦ ମିନ୍ତ୍ରା ମିନିଗୁଡିକୁ ଆସିମା ମଖିଜା, ୟଶ୍ କଟ୍‌ୟାଲ, ବରୁଣ ବର୍ମା, ଚେରୀ ଜୈନ୍ ଓ ସମିଧା ସିଂହଙ୍କ ଭଳି ୭୫+ ଲୋକପ୍ରିୟ କ୍ରିଟଏରଙ୍କ ସହ ପ୍ରସ୍ତୁତ କରାଯାଉଛି । ହଜାର ହଜାର ଡେଲିଭରି ପାର୍ଟନର୍‌ଙ୍କୁ ନେଇ ମିନ୍ତ୍ରାର ବିସ୍ତୃତ ନେଟ୍‌ୱର୍କ ୧୯୦୦୦ ପିନ୍‌କୋଡ୍‌ରେ ଡେଲିଭରି ସୁବିଧା ପ୍ରଦାନ କରିବ ଯାହା ଗ୍ରାହକଙ୍କୁ ସୁଗମ ଓ ପ୍ରଭାବୀ ବିତରଣ ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ କାର୍ଯ୍ୟ କରିବ । ଏହି ମଡେଲ ଅଧିନରେ କିରାନା ପାର୍ଟନର୍‌ମାନେ ଇଓଆର୍‌ଏସ୍ ସମୟରେ ଅର୍ଡର୍‌ଗୁଡିକର ବର୍ଦ୍ଧିତ ସଂଖ୍ୟା କାରଣରୁ ଆୟର ଏକ ଅତିରିକ୍ତ ଉତ୍ସ ପାଇପାରିବେ । ମିନ୍ତ୍ରା ଇଓଆର୍‌ଏସ୍ ସମୟରେ ଓ ପରେ ଏକ ସୁଗମ, ବାଧାମୁକ୍ତ ଡେଲିଭରି ପ୍ରକ୍ରିୟା ପାଇଁ ନିଜର ସମସ୍ତ ଫର୍‌ୱାର୍ଡ ଡିଷ୍ଟ୍ରିବ୍ୟୁଶନ ସେଂଟର୍ (ଏଫ୍‌ଡିସି)ଗୁଡିକୁ ଦକ୍ଷ ରୂପେ ଉପଯୋଗ କରିବ ।


Share It

Comments are closed.