ୱି ଓ ଇଜ୍‌ମାଇଁଟ୍ରିପ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି (ଭୋଡାଫୋନ୍ ଆଇଡିଆ ) ଓ ଅଗ୍ରଣୀ ଅନଲାଇନ୍ ଟ୍ରାଭେଲ୍ ଟେକ୍ କଂପାନି ଇଜ୍‌ମାଇଁଟ୍ରିପ୍ ଡଟ୍ କମ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ ହୋଇଛି । ଏହି ସହଯୋଗିତା ଅନୁସାରେ ଇଜ୍‌ମାଇଁଟ୍ରିପ୍ ପକ୍ଷରୁ ୱିର ଗ୍ରାହକମାନଙ୍କୁ ୱି ଆପ୍‌ରେ ବିମାନ, ହୋଟେଲ୍‌, ଟ୍ରେନ୍‌, ବସ୍ ଓ କ୍ୟାବ୍ ବୁକିଂ ବେଳେ ସ୍ୱତନ୍ତ୍ର ଡିଲ୍ ପ୍ରଦାନ କରିବ ।
ଏହି ସହଯୋଗିତା ସହିତ ୱି ଏହାର ବ୍ୟବହାରକାରୀମାନଙ୍କ ଲାଗି ଅଧିକ ସୁବିଧା ଓ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିବାକୁ ଚାହୁଛି । ପ୍ରାରମ୍ଭିକ ଅଫର ଭାବେ ବିମାନ ବୁକିଂ ଉପରେ କୌଣସି କନଭିନିଏନ୍ସ ଫି’ ଦେବାକୁ ପଡ଼ିବନି । ଏଥି ସହିତ ଗ୍ରାହକମାନେ ଦେଶ ଭିତରେ ଓ ବିଦେଶରେ ହୋଟେଲ୍‌, ଛୁଟିଦିନ, ବସ୍ ଓ କ୍ୟାବ୍ ବୁକିଂ ଉପରେ ଅଫର ପାଇପାରିବେ ।
ଏହି ସହଯୋଗିତାରେ ଗ୍ରାହକମାନେ ୱି ଆପ୍‌ରେ କାର୍ଯ୍ୟକଳାପ, ଅନୁଭୂତି ଏବଂ ହଲିଡେ ପ୍ୟାକେଜ୍ ଉପରେ ଅଫର ପାଇପାରିବେ । ଆଗାମୀ ଦିନରେ ଗ୍ରାହକମାନେ ମାଗଣାରେ ବିମାନବନ୍ଦରରେ ପହଂଚାଇବା ଓ ଆଣିବା ଏବଂ ହୋଟେଲ ବୁକିଂ ବେଳେ ସର୍ବନିମ୍ନ ବୁକିଂ ମୂଲ୍ୟ ଭଳି ସୁବିଧା ମିଳିବ ।
ଏହି ସହଯୋଗିତା ସମ୍ପର୍କରେ ୱିର ସିଏମ୍‌ଓ ଅବନୀଶ ଖୋସଲା କହିଛନ୍ତି ଯେ, “ଟେଲିକମ ହେଉ କିମ୍ବା ଗ୍ରାହକମାନେ ଯେଉଁ ସବୁ କାମରେ ଯୋଡ଼ି ହେଉଛନ୍ତି ସେଥିରେ ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିବା ଲାଗି ୱିରେ ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ । ଭ୍ରମଣ ହେଉଛି ଏକ ଅଧିକ ଚାହିଦାରେ ଥିବା ବର୍ଗ ଏବଂ ଦେଶ ହେଉ କିମ୍ବା ବିଦେଶ ସମୟ ସହିତ ତାହା ଆଗକୁ ବଢ଼ୁଛି । ଏଥିରେ ବିଭିନ୍ନ ଦୃଷ୍ଟିରୁ ଇଜ୍‌ମାଇଁଟ୍ରିପ୍ ଆଗରେ ରହିଛି । ଏହି ସହଯୋଗିତାକୁ ନେଇ ଆମେ ବହୁତ ଖୁସି ଏବଂ ଗ୍ରାହକମାନଙ୍କ ଭ୍ରମଣ ବୁକିଂକୁ ଅଧିକ ଉଲ୍ଲାସପୂର୍ଣ୍ଣ କରିବା ଲାଗି ଏହି ସହଯୋଗିତା ଯାହା ପ୍ରଦାନ କରିବ ସେମାନେ ତାହାକୁ ପସନ୍ଦ କରିବେ ବୋଲି ଆମର ଆଶା ରହିଛି ।’’ର୍
ଇଜ୍‌ମାଇଁଟ୍ରିପ୍‌ର ସହ ପ୍ରତିଷ୍ଠାତା ଶ୍ରୀ ରିକାନ୍ତ ପିଟିଇ କହିଛନ୍ତି ଯେ, “ୱି ହେଉଛି ଭାରତର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ଏବଂ ନୂଆ ଓ ସ୍ମାର୍ଟ ପ୍ରଯୁକ୍ତି ପ୍ରୟୋଗ କରିବା ତଥା ଗ୍ରାହକମାନଙ୍କୁ ପ୍ରଯୁକ୍ତି ଜରିଆରେ ବିଶ୍ୱସ୍ତରୀୟ ଅନୁଭବ ପ୍ରଦାନ କରିବାରେ ଆଗରେ ରହିଛି । ଏକ ଡିଜିଟାଲ ପ୍ରଥମ ବ୍ରାଣ୍ଡ୍ ଭାବେ ଆମର ଲକ୍ଷ୍ୟ ସମାନ ହୋଇଥିବା ବେଳେ ଗ୍ରାହକଙ୍କୁ ଶ୍ରେଷ୍ଠତା ଜରିଆରେ ସେବା ପ୍ରଦାନ କରିବା ଉପରେ ଆମେ ବିଶ୍ୱାସ କରୁ । ଆମର ଓ ୱିର ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ସେବା ପ୍ରଦାନ କରିବାରେ ଏହି ସ୍ୱତନ୍ତ୍ର ସହଯୋଗିତା ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ ଯାହା ୱି ଆପ୍‌ରେ ଭ୍ରମଣ ବୁକିଂକୁ ସହଜ ଓ ନିରବଚ୍ଛିନ୍ନ କରିବ ।’’


Share It

Comments are closed.