ଭୁବନେଶ୍ୱରରେ କୋମିଓ ଏକ୍ସ ୧ ନୋଟ ସ୍ମାର୍ଟଫୋନର ଶୁଭାରମ୍ଭ


କୋମିଓ ସ୍ମାର୍ଟଫୋନ ପକ୍ଷରୁ ଭୁବନେଶ୍ୱରରେ ଏହାର ସ୍ମାର୍ଟଫୋନ କୋମିଓ ଏକ୍ସ୧ ନୋଟର ଶୁଭାରମ୍ଭ କରାଯାଇଛି । ୯,୯୯୯ ଟଙ୍କାରେ ଉପଲବ୍ଧ ଏକ୍ସ୧ ନୋଟ ତ୍ରୁଟିହୀନ ସ୍ଲିମ ଆଇଡି ଡିଜାଇନ ସହିତ ଷ୍ଟାଇଲିସ ମିରର ଫିନିସ ବ୍ୟାକ କଭର ଦୁଇଟି ଭିନ୍ନ ରଙ୍ଗ ରୟାଲ ବ୍ଲୁ ଏବଂ ସନରାଇଜ ଗୋଲ୍ଡରେ ଉପଲବ୍ଧ । କୋମିଓ ଏକ୍ସ୧ ନୋଟ ସହିତ, ଏହି ବ୍ରାଣ୍ଡ ପୂର୍ବରୁ ଉତ୍ତର ଏବଂ ପଶ୍ଚିମ ଭାରତରେ ଶୁଭାରମ୍ଭ ହୋଇଥିବାବେଳେ ବର୍ତ୍ତମାନ ପୂର୍ବ ଏବଂ ଦକ୍ଷିଣ ବଜାରରେ ପ୍ରବେଶ କରିଛି । ଉକ୍ତ ବ୍ରାଣ୍ଡ ପକ୍ଷରୁ ପୂର୍ବ ଏବଂ ଦକ୍ଷିଣ ବଜାରରେ ଟ.୫,୦୦୦ରୁ ଟ.୧୦,୦୦୦ ମୂଲ୍ୟରେ ସମୁଦାୟ ୫ଟି ଯାନ୍ତ୍ରିକ ଉପକରଣର ଶୁଭାରମ୍ଭ କରାଯାଉଛି ଯାହା ମଧ୍ୟରେ ପୂର୍ବରୁ ଉପଲବ୍ଧଥିବା ମଡେଲ ସି-୧, ପି-୧, ସି-୨ ଲାଇଟ ଏବଂ ଏସ-୧ ଲାଇଟ ଅର୍ନ୍ତଭୁକ୍ତ ।
ଏହି ବ୍ରାଣ୍ଡ ୧୫୦୦ ରିଟେଲର, ୨୫ ଡିଷ୍ଟ୍ରିବ୍ୟୁଟର୍, ୩୦ ବିକ୍ରି ପରବର୍ତ୍ତୀ ସେବା ପଏଣ୍ଟ ସହିତ ଶକ୍ତିଶାଳୀ ଅଫଲାଇନ ନେଟୱାର୍କ ଏବଂ ବୃହତ ଧରଣର ରିଟେଲ ଚେନ ଦ୍ୱାରା ଆଦୃତ । କୋମିଓ ସ୍ମାର୍ଟଫୋନ ପକ୍ଷରୁ ଭୁବନେଶ୍ୱରରେ ମାସିକ ୧୦,୦୦୦ ୟୁନିଟର ବିକ୍ରି ଉଦ୍ଦେଶ୍ୟ ସହିତ ଚଳିତ ବର୍ଷ ୨ରୁ ୩ ପ୍ରତିଶତ ବଜାର ସେୟାରର ଲକ୍ଷ୍ୟ ରଖାଯାଇଛି । ସ୍ୱତନ୍ତ୍ର ଅଫର ଗୁଡିକ ମଧ୍ୟରେ ଗ୍ରାହକମାନଙ୍କୁ ରିଲାଏନ୍ସ ଜିଓ ଅଫର ସହିତ କୋମିଓ ସପୋର୍ଟରେ ସ୍କ୍ରିନ ବ୍ରୋକେଜ ୱାରେଣ୍ଟି ଇତ୍ୟାଦି ରହିଛି ।
ଏହି ଉପକରଣରେ ଫ୍ଲାସ ସହିତ ୧୩ଏମପି ଓ ୫ଏମପି ଏଏଫର ଡୁଆଲ ପଛ କ୍ୟାମେରା ଏବଂ ୮ଏମପିବିଶିଷ୍ଟ ସମ୍ମୁଖ କ୍ୟାମେରା ରହିଛି । ଫଟୋଗ୍ରାଫରଙ୍କ ପାଇଁ ଏହି ହ୍ୟାଣ୍ଡସେଟଟି ବିଭିନ୍ନ ଧରଣର କ୍ୟାମେରା ମୋଡ ତଥା ପୋଟ୍ରେଟ କିମ୍ବା ବୁକେହ, ବିୟୁଟି, ପାନୋରୋମା, ସୋସିଆଲ ଏବଂ ନାଇଟ ମୋଡରେ ଉପଲବ୍ଧ । ହାଇ ଡେଫିନେସନକୁ ସମ୍ପୂର୍ଣ୍ଣଭାବେ ଉପଭୋଗ କରିବା ପାଇଁ ଏହି ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ୬-ଇଞ୍ଚର ଏଫଏଚଡି ଏବଂ ୨.୫ ଡି କର୍ଭଡ ଡିସପ୍ଲେ ସହିତ ଉପଲବ୍ଧ । ଏହି ୪ଜି- ଭୋଲ୍ଟି ଡୁଆଲ ସିମ ସ୍ମାର୍ଟଫୋନ ୧.୪୫ ଜିଗାହର୍ଜ କ୍ୱାଡ କୋର ପ୍ରୋସେସର ଏବଂ ୨,୯୦୦ ଏମଏଏଚ ବ୍ୟାଟେରି ଲାଇଫ ସହିତ ପ୍ରସ୍ତୁତ ।
ଏହି ସମ୍ବନ୍ଧରେ କୋମିଓ ସ୍ମାର୍ଟଫୋନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ସଞ୍ଜୟ କାଲିରୋନା କହିଛନ୍ତି ଯେ, “କୋମିଓ ଏକ୍ସ୧ ନୋଟର ଶୁଭାରମ୍ଭ ପାଇଁ ଆମ୍ଭେମାନେ ଖୁବ ଉତ୍ସାହିତ ଯେବେକି ଏହା ସମ୍ପୂର୍ଣ୍ଣ ଭାରତରେ ବ୍ରାଣ୍ଡ ସମ୍ପ୍ରସାରଣ ପାଇଁ ଏକ ପଦକ୍ଷେପ । ଆମ୍ଭମାନଙ୍କର ଗ୍ରାହକ, ରିଟେଲର ଏବଂ ବଣ୍ଟନକାରୀଙ୍କ ଠାରୁ ପାଉଥିବା ଖୁବ ଭଲ ପ୍ରତିକ୍ରିୟା ଆମ୍ଭମାନଙ୍କୁ କୋମିଓ ଏକ୍ସ୧ ନୋଟ ପରି ଉତ୍ପାଦ ପ୍ରଦାନ ପାଇଁ ଉତ୍ସାହ ଯୋଗାଉଛି ଯାହାକି ଟ.୧୦,୦୦୦ ମୂଲ୍ୟ ବିଭାଗରେ ଏହି ବ୍ରାଣ୍ଡର ଶ୍ରେଷ୍ଠ ଅଫର ପ୍ରଦାନ କରିଥାଏ ।”


Share It

Comments are closed.