କାର୍ତିକ ଯାତ୍ରାରେ ପୁରୀରେ ଏକାଠି ହୋଇଛନ୍ତି ବିଶ୍ୱବ୍ୟାପୀ ହଜାର ହଜାର ଭକ୍ତ


ଭୁବନେଶ୍ୱର : ଏଚ୍‌.ଏଚ୍‌. ରାଧାନାଥ ସ୍ୱାମୀଙ୍କ ନେତୃତ୍ୱରେ ଇସ୍କନ ଗିର୍‌ଗାଓ ଚୌପାଟି ମନ୍ଦିର, ଏହାର ବାର୍ଷିକ କାର୍ତିକ ଯାତ୍ରା ସମ୍ପନ୍ନ କରିଛି । ଏହା ହେଉଛି ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରା ଯାହା ବିଶ୍ୱର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କୁ ଏକତ୍ରିତ କରିଛି । ଚଳିତ ବର୍ଷ ଏହି ଭକ୍ତିପୂର୍ଣ୍ଣ ଯାତ୍ରା ଜଗନ୍ନାଥ ପୁରୀର ପବିତ୍ର ଭୂମି ପାଇଁ ଉଦ୍ଦିଷ୍ଟ ଥିଲା ଯାହା ଗତ ନଭେମ୍ବର ୧୬ ତାରିଖରୁ ୨୧ ତାରିଖ ୨୦୨୩ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୧୦,୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ । ଏହି ୫ ଦିନର କାର୍ଯ୍ୟକ୍ରମରେ ଗୌରାଙ୍ଗ ଦାସ ପ୍ରଭୁଜୀ ଓ ତାଙ୍କ ଟିମ୍ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ ଯାହା ଏକ ମୋବାଇଲ ସଷ୍ଟେନେବୁଲ କିଚେନ ମାଧ୍ୟମରେ ନିସ୍ୱାର୍ଥପର ସେବା ଓ ପରିବେଶ-ସଚେତନତାର ଊତ୍ସାହକୁ ଆଲୋକପାତ କରିଥିଲା । ସେ ଏହି ମେଗା କିଚେନ ମାଧ୍ୟମରେ ୧୦,୦୦୦ ଭକ୍ତଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦୃଢ ସମର୍ପଣଭାବ ସହିତ ପ୍ରତିଦିନ ଦୁଇଟି ମିଲ୍ ବା ଭୋଜନ ପ୍ରସ୍ତୁତିକୁ ପରିଚାଳନା କରିଥିଲେ । ଏହି ମହତ୍ କାର୍ଯ୍ୟ କେବଳ ଉପସ୍ଥିତ ଭକ୍ତମାନଙ୍କୁ ପୋଷଣ ପ୍ରଦାନ କରିନଥିଲା ବରଂ ସ୍ଥାୟିତ୍ୱ ଓ ଦୟାଭାବପୂର୍ଣ୍ଣ ସେବାର ନୈତିକତାର ଉଦାହରଣ ସୃଷ୍ଟି କରିଥିଲା ।

ଏସମ୍ପର୍କରେ ଇସ୍କନର ଗଭର୍ଣ୍ଣିଙ୍ଗ ବଡି କମିଶନର ସଦସ୍ୟ, ଗୌରାଙ୍ଗ ଦାସ ପ୍ରଭୁ କହିଛନ୍ତି, ‘କାର୍ତିକ ଯାତ୍ରା ଭକ୍ତମାନଙ୍କ ପାଇଁ ଦୈନନ୍ଦିନ ଜୀବନର ଜଟିଳତାରୁ ଦୂରରେ ନିଜକୁ ଆଧ୍ୟାତ୍ମିକତାରେ ନିମଜ୍ଜିତ କରିବା ପାଇଁ ଏକ ଅତୁଳନୀୟ ସୁଯୋଗ ଭାବେ କାର୍ଯ୍ୟ କରିଛି ଏବଂ ଜଗନ୍ନାଥ ପୁରୀକୁ ଚଳିତ ବର୍ଷର ଯାତ୍ରା ବିଶ୍ୱାସ, ଭକ୍ତି ଓ ସେବାର ଏକ ଚମତ୍କାର ଏକାଭିମୁଖତା ଭାବେ ପ୍ରମାଣିତ ହୋଇଛି । ଆମେ ଏହି ବାର୍ଷିକ ଯାତ୍ରା ସମୟରେ ବିଭିନ୍ନ ସମର୍ପିତ ଭକ୍ତମାନଙ୍କର ଏକ ସ୍ଥାୟୀ ଓ ପରିବେଶ-ସଚେତନତା ଶୈଳୀରେ ସେବା କରିବାର ସୁଯୋଗ ପାଇଥିବାରୁ କୃତଜ୍ଞ ମନେ କରୁଛୁ ।’

ଏହାର ଆରମ୍ଭ ପରଠାରୁ ଏହି ଆଧ୍ୟାତ୍ମିକ ଯାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇଥିଲା ଏବଂ ଏହା ୧୯୮୬ର କେବଳ ୨୦ ଜଣ ଭକ୍ତଙ୍କ ସାଧାରଣ ସମାବେଶରୁ ୨୦୨୩ରେ ୧୨,୦୦୦ରୁ ଅଧିକ ଭାବବିହ୍ୱଳପୂର୍ଣ୍ଣ ଭକ୍ତଙ୍କ ଚମତ୍କାର ଏକତ୍ରିକରଣ ପର୍ଯ୍ୟନ୍ତ ଏକ ଉଲ୍ଲେଖନୀୟ ବୃଦ୍ଧିର ସାକ୍ଷୀ ହୋଇଛି । ଚଳିତ ବର୍ଷର ଯାତ୍ରା ଭାରତ, ୟୁଏସଏ, ୟୁରୋପ, ରୁଷ୍‌, ୟୁକ୍ରେନ୍‌, ଦକ୍ଷିଣ ଆଫ୍ରିକା ଆଦି ଦେଶଗୁଡିକରୁ ଭକ୍ତମାନଙ୍କୁ ଏକତ୍ରିତ କରିଥିଲା ଯାହା ଆଧ୍ୟାତ୍ମର ସନ୍ଧାନକାରୀଙ୍କର ଏକ ସମନ୍ୱିତ ଏକତାକୁ ପ୍ରୋତ୍ସାହିତ କରିଥିଲା ।


Share It

Comments are closed.