ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼


ବନ୍ଦେ ଭାରତ ଏକ୍ସପ୍ରେସକୁ (Vande Bharat Express) ପଥର ମାଡ଼ କରାଯାଇଛି। ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ (Rourkela-Bhubaneswar Vande Bharat Express) ପଥର ମାଡ କରାଯାଇଥିବା ରେଲୱେ (East Coast Railway)ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଏହି ପଥର ମାଡଟି ଢେଙ୍କାନାଳ-ଅନୁଗୁଳ (Dhenkanal Angul Railway Section) ରେଲୱେ ସେକ୍ସନ୍ ଅନ୍ତର୍ଗତ ମେରାମଣ୍ଡଳୀ (Meramandali) ଏବଂ ବୁଢାପଙ୍କ(Budhapank) ମଧ୍ୟରେ ହୋଇଛି । ତେବେ, ଏହି ପଥର ମାଡ଼ରେ କେହି ଯାତ୍ରୀ ଆହତ ହୋଇ ନଥିବା ବେଳେ ଟ୍ରେନର ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର ଝରକା ବା ଗ୍ଲାସ୍ ଭାଙ୍ଗି ଯାଇଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ପଥରମାଡ଼ କରାଗଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍। ସୂଚନା ଅନୁସାରେ, ଗତକାଲି ଏହି ଅଘଟଣ ଘଟିଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଯେତେବେଳେ ଟ୍ରେନଟି ରବିବାର ଦିନ ଢେଙ୍କାନାଳ-ଅନୁଗୁଳ ଦେଇ ଯାତ୍ରା କରୁଥିଲା । ସେତେବେଳେ, କେହି ଦୁବୃର୍ତ୍ତ ପଥର ମାଡ଼ କରିଥିଲେ। ପରେ ଡ୍ୟୁଟିରେ ଥିବା ଆରପିଏପ୍ କର୍ମଚାରୀ ଆରପିଏଫ ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ( Assistant Security Commissioner of RPF)ଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଆରପିଏଫ ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆ ଯାଇଛି । ପଥର ଫିଙ୍ଗିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହା ଯାଇଛି ।

ସେପଟେ, ରେଲଓ୍ବେ ପକ୍ଷରୁ ମାମଲା ରୁଜୁ ହେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିଛି । ଏବଂ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍। ତେବେ,ବନ୍ଦେ ଭାରତକୁ ପଥର ମାଡ଼ କରିବା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଅନେକ ଥର ଦେଶରେ ଚାଲିଥିବା ବନ୍ଦେ ଭାରତ ଟ୍ରେନ୍ ଉପରେ ପଥର ମାଡ଼ ହୋଇଥିବା ନଜିର ରହିଛି। ବନ୍ଦେ ଭାରତ ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ରେଳବାଇ ତରଫରୁ ଲୋକଙ୍କୁ ସଚେତନ କରା ଯାଉଛି । ଯାତ୍ରୀଙ୍କର କୌଣସି କ୍ଷତି ନକରିବାକୁ ବାର ବାର ପ୍ରବର୍ତ୍ତା ଯାଉଛି । ପଥର ଫିଙ୍ଗିବା ଓ ଏହାର ପରିଣାମ ବିଷୟରେ ଲୋକଙ୍କୁ ବି ବାରମ୍ବାର ସଚେତନ କରାଯାଉଛି ।


Share It

Comments are closed.