ଭାରତରେ ମ୍ୟୁଚୁଆଲ ଫଣ୍ଡ ପହଂଚକୁ ବିସ୍ତାର କରୁଛି ଏନ୍‌ଜେ ୱେଲ୍‌ଥ


ମ୍ୟୁଚୁଆଲ ଫଣ୍ଡ ନିବେଶ ପୋର୍ଟଫୋଲିଓ, ସମ୍ପତି ସୃଷ୍ଟି ଓ ନିୟମିତ ସଂଚୟର ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଭା ହୋଇଛି । ମ୍ୟୁଚୁଆଲ ଫଣ୍ଡକୁ ନେଇ ବର୍ଦ୍ଧିତ ସଚେତନତା ସତ୍ୱେ ଭାରତର କେବଳ ୨.୬% ଲୋକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥିବା ଆସୋସିଏଶନ ଅଫ୍ ମ୍ୟୁଚୁଆଲ ଫଣ୍ଡ୍‌ସ ଇନ୍ ଇଣ୍ଡିଆ (ଏଏମ୍‌ଏଫ୍‌ଆଇ)ର ତଥ୍ୟରୁ ଜଣାଯାଇଛି । ଅନ୍ୟାନ୍ୟ ବିକଶିତ ଦେଶଗୁଡିକ ତୁଳନାରେ ଭାରତରେ ଏହି ହାର ଖୁବ୍ କମ୍ ରହିଛି । ତେଣୁ ଏନ୍‌ଜେ ୱେଲ୍‌ଥ ଡିଷ୍ଟ୍ରିବ୍ୟୁଟର୍ସ ମ୍ୟୁଚୁଆଲ ଫଣ୍ଡ ପାଇଁ ପହଂଚକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ସହିତ ଭାରତ ଓ ଭୁବନେଶ୍ୱରରେ ମ୍ୟୁଚୁଆଲ ଫଣ୍ଡ ନିବେଶ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିିଛି । ଏନ୍‌ଜେ ୱେଲ୍‌ଥର ଭୁବନେଶ୍ୱରରେ ମୋଟ ୬୦୫ ଜଣ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ଯେଉଁଥିରେ ୨୫୪ ଜଣ ପୁରୁଷ ଓ ୩୮ ଜଣ ମହିଳା ସାମିଲ ଅଛନ୍ତି । ତେବେ ଭାରତରେ ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟରଙ୍କ ଅଭାବ ଚିନ୍ତାର ବିଷୟ ଅଟେ । ବର୍ତମାନ ଦେଶରେ ପ୍ରତି ୧୦,୦୦୦ ବ୍ୟକ୍ତିଙ୍କ ପାଇଁ ଜଣଙ୍କଠାରୁ କମ୍ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ।

ଭାରତର ଅନ୍ୟତମ ସର୍ବବୃହତ୍ ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଏନ୍‌ଜେ ୱେଲ୍‌ଥ ଅଧିକରୁ ଅଧିକ ଲୋକଙ୍କୁ ମ୍ୟୁଚୁଆଲ ଫଣ୍ଡ ବିତରଣ ବ୍ୟବସାୟରେ ପ୍ରବେଶ କରିବା ପାଇଁ ପ୍ରୋତ୍ସାହିତ କରିବା ଲାଗି ସକ୍ରିୟ ଭାବେ କାର୍ଯ୍ୟ କରୁଛି । ବର୍ତମାନ ଏନ୍‌ଜେ ୱେଲ୍‌ଥର ଭାରତରେ ୩୨,୫୦୦ରୁ ଅଧିକ ସକ୍ରିୟ ଡିଷ୍ଟ୍ରିବ୍ୟୁଟର ରହିଛନ୍ତି ଯେଉଁମାନେ ଆର୍ଥିକ ସଚେତନତା ବିସ୍ତାର କରିବା ଏବଂ ଅଧିକ ଲୋକଙ୍କ ପାଇଁ ମ୍ୟୁଚୁଆଲ ଫଣ୍ଡ ପାଇଁ ପହଂଚକୁ ସୁଗମ କରିବା ଦିଗରେ ଉତ୍ସର୍ଗୀକୃତ ଅଛନ୍ତି । ଭାରତ ଉଭୟ ଅର୍ଥନୈତିକ ଓ ଏହାର ଆର୍ଥିକ ବଜାରରେ ଏକ ପରିବର୍ତନଶୀଳ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି । ତେଣୁ ଆଜିର ଯୁବପିଢି ଏହି ପରିବର୍ତନଶୀଳ ପରିଦୃଶ୍ୟରେ ରହିଥିବା ସମ୍ଭାବନାକୁ ଚିହ୍ନଟ କରିବା ଓ ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଶନକୁ ଏକ ଉଲ୍ଲେଖନୀୟ କ୍ୟାରିୟୀ ସୁଯୋଗ ଭାବେ ଅନୁସରଣ କରିବାର ଆବଶ୍ୟକତା ରହିଛି ।

 


Share It

Comments are closed.