କବିର ଖାନ ଏବଂ ସାଜିଦ ନାଦିଆୱାଲାଙ୍କ ଆଗାମୀ ଫିଲ୍ମରେ କାର୍ଯ୍ୟ କରିବେ କାର୍ତ୍ତିକ ଆର୍ୟନ


ପ୍ରଜୋଜକ ସାଜିଦ ନାଦିଆୱାଲା ଏକ ବଡ ପ୍ରୋଜେକ୍ଟରେ କାର୍ତ୍ତିକ ଆର୍ୟନଙ୍କୁ ମୁଖ୍ୟ ଭୂମିକାରେ ନେବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟରେ ମିଳିତ ଭାବେ କବିର ଖାନ ମଧ୍ୟ ପ୍ରଜୋଜନା କରିଛନ୍ତି । ଏହି ଫିଲ୍ମଟି କବିର ଖାନ ଏବଂ ସାଜିଦ ନାଦିଆୱାଲାଙ୍କ ଦ୍ୱିତୀୟ ମିଳିତ ପ୍ରୋଜେକ୍ଟ ହୋଇଥିବା ବେଳେ ସେମାନେ କାର୍ତ୍ତିକଙ୍କୁ ଏକ ନୂତନ ଅବତାରରେ ଦର୍ଶକଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ।

ଏହି ପ୍ରୋଜେକ୍ଟ ସମ୍ପର୍କରେ କାର୍ତ୍ତିକ ପୋଷ୍ଟ କରିଥିଲେ ଯେ, ମୋର ପ୍ରିୟ ଫିଲ୍ମମେକରଙ୍କ ସହିତ କାର୍ଯ୍ୟ କରିବା ପାଇଁ ମୁଁ ଖୁବ ଉତ୍ସାହିତ । ଏହି ଫିଲ୍ମର କୌଣସି ଟାଇଟେଲ ଫାଇନାଲ ନହୋଇ ନାହିଁ ।

କାର୍ତ୍ତିକ ଙ୍କ ପୂର୍ବ ଫିଲ୍ମ ଭୁଲ ଭୁଲୌୟା ସୁପର ହିଟ ହୋଇଥିବା ବେଳେ ଆଗାକୁ କୀର୍ତ୍ତୀ ସାନନଙ୍କ ସହିତ ତାଙ୍କର ଆଗାମୀ ଫିଲ୍ମ ସେହଜାଦା ଆସୁଛି । ଏବଂ ଆଗାମକୁ ସେ ହଂସଲ ମେହତାଙ୍କ ପରିପାରିକ ଡ୍ରାମାରେ ଅଭିନୟ କରିବାକୁ ଯାଉଛନ୍ତି ।

 

 


Share It

Comments are closed.