ଚୁଡା ମୁଢି ପରେ ଅନ୍ୟାନ୍ୟ ଖାଦ୍ୟ ପେୟରେ ବଢିଲା ଜିଏସଟି, ଆସନ୍ତୁ ଜାଣିବା କେଉଁ ପଦାର୍ଥ ହେବ ମହଙ୍ଗା ଏବଂ କେଉଁ ପଦାର୍ଥ ହେବ ସସ୍ତା


ଲଗାତାର ସମସ୍ତ ପଦାର୍ଥର ମୂଲ୍ୟ ବୃଦ୍ଧି ସହିତ ବର୍ତ୍ତମାନର ଜିଏସଟି ବୋଝ ଉପରେ ନଳିତା ବିଡା ପରି ହୋଇଯାଇଛି । ଆପଣଙ୍କୁ ଡାଏରି ଉତ୍ପାଦ ତଥା ଦୁଗ୍ଧ , ଲସି ଏବଂ ପନିର ଇତ୍ୟାଦିରେ ୫ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଏବଂ ସମସ୍ତ ପ୍ରକାରର ପ୍ୟାକେଡଟ ଫୁଡ ଉପରେ ମଧ୍ୟ ଜିଏସଟି ଦେବାକୁ ପଡିବ । ଆସନ୍ତୁ ଜାଣିବା କେଉଁ କେଉଁ ଉପାଦାନରେ ବଢିଲା ଜିଏସଟି  ।

ଦହି, ଲସି, ପନୀର, ମହୁ, ମାଂସ, ମାଛ ଇତ୍ୟାଦିରେ ୫ପ୍ରତିଶତ ଜିଏସଟି । ଆଇସିୟୁରେ ବୁକ ହେଉଥିବା ରୁମ ଉପରେ ୫ପ୍ରତିଶତ ଜିଏସଟି । ହୋଟେଲରେ ୧୦୦୦ରୁ କମ ଥିବା ରୁମରେ ୧୨ ପ୍ରତିଶତ ଜିଏସଟି । ଟେଟ୍ରା ପ୍ୟାକରେ ୧୮ ପ୍ରତିଶତ ଜିଏସଟି । ଏଲଇଡି ଲ୍ୟାମ୍ପ, ଏଲଇଡି ଲାଇଟସ, ପେଣ୍ଟିଙ୍ଗ ଏବଂ ଡ୍ରାଇଙ୍ଗ ଇଙ୍କ ଇତ୍ୟାଦିରେ ୧୮ ପ୍ରତିଶତ ଜିଏସଟି । ମ୍ୟାପ , ଆଟଲାସ ଏବଂ ଗ୍ଲୋବରେ ୧୮ ପ୍ରତିଶତ ଜିଏସଟି । ବ୍ଲେଡ, ଚାଖୁ, ପେନସିଲ ସାର୍ପନର, ଚାମଚ, ସ୍କିମର୍ସରେ ୧୮ ପ୍ରତିଶତ ଜିଏସଟି । ଅଟା ଚକ୍କି, ଡାଲି ମେସିନ ଉପରେ ୧୮ ପ୍ରତିଶତ ଜିଏସଟି । ଅନାଜ କାଟିବା ମେସିନ, ଡେୟାରି ମେସିନ, ଫଳ ଏବଂ କୃଷିରେ ବ୍ୟବହାର ହେଉଥିବା ମେସିନ, ମାଟି ସହିତ ଜଡିତ ଥିବା ଉତ୍ପାଦ ଉପରେ ୧୨ ପ୍ରତିଶତ , ଚିଟ ଫଣ୍ଡ ସେବା ଉପରେ ୧୮ ପ୍ରତିଶତ ଜିଏସଟି । ପାଣି ପମ୍ପ, ସାଇକେଲିଂ ପମ୍ପ ଏବଂ ସର୍କିଟ ବୋର୍ଡରେ ୧୮ ପ୍ରତିଶତ ଜିଏସଟି ରହିଛି ।

କିଛି ଜିନିଷ ସସ୍ତା ହେବା ମଧ୍ୟରେ ରୋପୱେ ମାଧ୍ୟମରେ ଜିନିଷ ପତ୍ରରେ ୫ପ୍ରତିଶତ ଜିଏସଟି ହୋଇଯାଇଛି । ଫ୍ୟାକଚର ଉପକରଣ ଉପରେ ୧୨ ପ୍ରତିଶତରୁ କମ ହୋଇ ୫ପ୍ରତିଶତ ଜିଏସଟି ହୋଇଛି । ଶରୀରରେ ବ୍ୟବହୃତ ହେଉଥିବା କୃତିମ ଅଙ୍ଗ, ଶରୀର ଇମ୍ପଲାଣ୍ଟ ମେସିନ, ଲେନ୍ସ ଇତ୍ୟାଦି ଉପରେ ୧୨ ପ୍ରତିଶତ ଜିଏସଟିରୁ ୫ପ୍ରତିଶତ ଜିଏସଟି ହୋଇଯାଇଛି ।

 


Share It

Comments are closed.