ଓଡିଆଇ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ


ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ ଓଡିଆଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ସେ ଟୁଇଟର ମାଧ୍ୟମରେ ନିଜର ଅବସର ଘୋଷଣା କରିଛନ୍ତି । ସେ ଦିନିିକିଆ ମ୍ୟାଚରେ ସମ୍ପୂର୍ଣ୍ଣ ୩ଟି ଶତକ, ୨୧ଟି ଅର୍ଦ୍ଧଶତକ ଏବଂ ୭୪ଟି ୱିକେଟ ନେଇଛନ୍ତି । ସେ ନିଜର ଶେଷ ଖେଳ ସାଉଥ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଦିନ ଖେଳିବେ ବୋଲି ଘୋଷଣା କରିଛନ୍ତି ।
ସେ ଟୁଇଟରରେ ଏକ ପୋଷ୍ଟ କରି ନିଜର ସମ୍ପୂର୍ଣ୍ଣ ଅନୁଭୂତି ସମ୍ପର୍କରେ ଜଣାଇଛନ୍ତି । ସେ କହିଛନ୍ତି ଯେ, “ମଙ୍ଗଳବାର ମୁଁ ଇଂଲଣ୍ଡ ପାଇଁ ଶେଷ ମ୍ୟାଚ ଖେଳିବି । ଏପରି ସମୟରେ ଖେଳରୁ ଅବସର ନେବା ଖୁବ ଦୁଃଖଦ କିନ୍ତୁ ଇଂଲଣ୍ଡ ପ କ୍ଷରୁ ଖେଳିଥିବା ସମସ୍ତ ମ୍ୟାଚରେ ମୁଁ ପ୍ରତି ମିନିଟକୁ ଉପଭୋଗ କରିଛି । ମୁଁ ବହୁ ଦିନ ଓଡିଆଇ କ୍ରିକେଟରୁ ଅବସର ନେବା ପରେ ସମସ୍ତ ଫୋକସ ମୁଁ ଚେଷ୍ଟ ଏବଂ ଟି୨୦ରେ ଲଗାଇବି ।”
ବେନ ଷ୍ଟୋକ ନିଜର ପ୍ରଥମ ମ୍ୟାଚ ୨୦୧୧ରେ ଆର୍ୟାଲାଣ୍ଡ ବିପକ୍ଷରେ ଖେଳିଥିଲେ । ସେ ସମ୍ପୂର୍ଣ୍ଣ ୧୦୪ଟି ମ୍ୟାଚରେ ସମ୍ପୂର୍ଣ୍ଣ ୨୯୧୯ ରନ କରିଛନ୍ତି ।


Share It

Comments are closed.