ଫଟୋଗ୍ରାଫରଙ୍କ ସହିତ ଫଟୋ ଉଠାଇ ଫ୍ୟାନଙ୍କ ମନ କିଣିଲେ ଭାରତର ସୁପର ଷ୍ଟାଇଲିସ ଅଭିନେତା କାର୍ତ୍ତିକ ଆର୍ୟନ


କାର୍ତ୍ତିକ ଆର୍ୟନ ଶୁକ୍ରବାର ଦିନ ଏକ ଆୱାର୍ଡ ପ୍ରୋଗ୍ରାମରେ କିଛି ଫଟୋଗ୍ରାଫରଙ୍କ ସହିତ ସେ ଫଟୋଉଠାଇଥିବାର ନଜର ଆସିଥିଲେ । ଏହି ଆୱାର୍ଡ ପ୍ରୋଗ୍ରାମରେ ସେ ୨୦୨୨ରେ ମୋଷ୍ଟ ଷ୍ଟାଇଲିସ ଅଭିନେତାଭାବେ ଆୱାର୍ଡ ପାଇଥିଲେ । ଏହା ତାଙ୍କର ଫ୍ୟାନ ମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲା ଏବଂ ସେମାନେ କାର୍ତ୍ତିକଙ୍କୁ ଡାଉନ ଟୁ ଆର୍ଥ ବୋଲି ମଧ୍ୟ କହିଥିଲେ ।

ଭୁଲ ଭୁଲୈୟା-୨ର ଅଭିନେତା କାର୍ତ୍ତିକ ଫଟୋ ଗ୍ରାଫରମାନଙ୍କ ସହିତ ପୋଜ ଦେଇଥିଲେ ଯେବେକି ଅନ୍ୟମାନେ ରେଡ କାର୍ପେଟରେ ଅନ୍ୟ ସେଲିବ୍ରିଟିମାନଙ୍କ ସହିତ ପୋଜ କରୁଥିବାର ନଜର ଆସିଥିଲେ । ସେହି ଅବସରରେ ସେ ପାପାରାଜିମାନଙ୍କ ସହିତ ମଧ୍ୟ କଥା ବାର୍ତ୍ତା କରୁଥିବାର ନଜନ ଆସିଥିଲେ ଏବଂ ସେମାନଙ୍କ ସହିତ ଫଟୋ ପୋଜ ଦୋଇଥିଲେ । ଏହା ପରେ ତାଙ୍କର ସେହି ପେଷ୍ଟରେ ଫ୍ୟାନମାନଙ୍କର ସକରାତ୍ମକ କମେଣ୍ଟର ବର୍ଷା ଆରମ୍ଭ ହୋଇଥିଲା । ଏହି ଆୱାର୍ଡ କାର୍ଯ୍ୟକ୍ରମରେ କିର୍ତ୍ତୀ ସାନନଙ୍କୁ ମଧ୍ୟ ମୋଷ୍ଟ ଷ୍ଟାଇଲିସ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ୟାର କା ପଂଚନାମା ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଦେଇଆସିଛନ୍ତି । ତାଙ୍କ ଅଭିନିିତ ଫିଲ୍ମ ଗୁଡି ମଧ୍ୟରେ ସୋନୁ କି ଟିଟିୁ କି ସ୍ୱିଟି,ଧମାକା, ଲଭ ଆଜ କଲ, ପତୀ ପତ୍ନୀ ଅର ବୋ, ଲୁକା ଚୁପ୍ପି ଏବଂ ପ୍ୟାର କା ପଂଚନାମା -୨ ରହିଛି ।


Share It

Comments are closed.