ଉପରାଷ୍ଟ୍ରପତି ପଦ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି


ରାଷ୍ଟ୍ରପତି ନିର୍ବାଚନୀରେ ଆଦିବାସୀ କାର୍ଡ ଖେଳଥିବା ବିଜେପି ଶନିବାର ଉପରାଷ୍ଟ୍ରପତି ପଦ ପାଇଁ ତାର ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମକୁ ନେଇ ହେଉଥିବା ମାନସମନ୍ଥନ ପାଇଁ ପାର୍ଟି ମୁଖ୍ୟାଳୟରେ ସଂସଦୀୟ ବୋର୍ଡର ଏକ ବୈଠକ ଡକାଯାଇଛି। କୁହାଯାଉଚି ଯେ ଏହି ନିର୍ବାଚନରେ ​​ବିଜେପି ମଧ୍ୟ ଆଗ ଶ୍ରେଣୀର ଯେକୌଣସି ଚେହେରା ଉପରେ ବାଜି ଲଗାଇପାରେ।

ସୂଚନାଥାଉକି ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ରହିଛି। ଏହା ବ୍ୟତୀତ ରାଷ୍ଟ୍ରପତି ନିର୍ବାଚନ ପରି ଏହି ନିର୍ବାଚନରେ ​ମଧ୍ୟ ​ବିଜେପି ଏବଂ YSR କଂଗ୍ରେସ ଭଳି କିଛି ଅଣ-କଂଗ୍ରେସ ବିରୋଧୀ ଦଳର ସମର୍ଥନ ପାଇବ ବୋଲି ବିଜେପି ନିଶ୍ଚିତ ହୋଇ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ସଂସଦୀୟ ବୋର୍ଡର ବୈଠକ ପରେ ବିଜେପି ପ୍ରାର୍ଥିଙ୍କ ନାଁ ଘୋଷଣା କରିପାରେ। ସଂସଦୀୟ ବୈଠକ ପୂର୍ବରୁ ବା ତାହାରି ଭିତରେ ସହଯୋଗୀ ମାନଙ୍କୁ ଏହି ଫସଲା ବିଷୟରେ ସୂଚନା ଦେଇଦିଆଯିବ।

ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କିଛି ଗୁରୁତ୍ବପୂର୍ଣ୍ଣ ନାଁକୁ ନେଇ ଚର୍ଚ୍ଚା ହେଉଛି। ନିକଟରେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଥିବା ମୁଖ୍ତାର ଅବ୍ବାସ ନକଭି, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନାମ ଉପରାଷ୍ଟ୍ରପତି ପଦ ପାଇଁ ଚର୍ଚ୍ଚା ହେଉଛି। ଏହି କ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ନାମ ଉପରେ ମଧ୍ୟ ଆଲୋଚନା ହେଉଛି। ଦେଖିବାର କଥା ବିଜେପି ଓ ବିରୋଧିଙ୍କ ପକ୍ଷରୁ କିଏ ରାଷ୍ଟ୍ରପତି ପଦରେ ରହୁଛନ୍ତି।


Share It

Comments are closed.