ପାକିସ୍ତାନ କ୍ରିକେଟ ବୋର୍ଡକୁ କଡା ସମାଲୋଚନା କଲେ ଅକମଲ


ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନ କ୍ରିକେଟର୍‌ କମରାନ୍‌ ଅକମଲ। ତାଙ୍କ ସାନ ଭାଇ ତଥା କ୍ରିକେଟର୍‌ ଉମର ଅକମଲଙ୍କ ପ୍ରସଙ୍ଗରେ ପିସିବି ଯେପରି ମନୋଭାବ ପୋଷଣ କରୁଛି ତାହା ଗ୍ରହଣୀୟ ନୁହେଁ ବୋଲି କମରାନ୍‌ ମତ ଦେଇଛନ୍ତି। ପାକିସ୍ତାନ ସୁପର ଲିଗ୍‌ରେ ଖେଳୁଥିବା ବେଳେ ସ୍ପଟ୍‌ ଫିକ୍ସିଂ ପାଇଁ ଉମରଙ୍କୁ କେତେକ ବୁକି ଯୋଗାଯୋଗ କରିଥିଲେ। ନିୟମ ଅନୁଯାୟୀ ଉମର ଏ ସଂପର୍କରେ ତୁରନ୍ତ ପିସିବିକୁ ଜଣାଇବାର ଥିଲା। ତେବେ ଏପରି ନ କରିବାରୁ ଉମରଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଥିଲା ପିସିବି। ପରବର୍ତ୍ତୀ ସମୟରେ ପିସିବି ଦ୍ବାରା ନିଯୁକ୍ତ ଜଣେ ସ୍ବତନ୍ତ୍ର ବିଚାରପତି ମାମଲାର ବିଚାର କରି ଉମରଙ୍କ ଦଣ୍ଡାଦେଶକୁ ୩ବର୍ଷରୁ ୧୮ମାସକୁ କମାଇ ଦେଇଥିଲେ। ସ୍ବତନ୍ତ୍ର ବିଚାରପତିଙ୍କ ରାୟ ବିରୋଧରେ କୋର୍ଟ ଅଫ୍‌ ଆର୍ବିଟେସନ୍‌ ଫର ସ୍ପୋର୍ଟସ୍ (କାସ୍‌)ରେ ଅପିଲ୍‌ କରିବାକୁ ପିସିବି ସୋମବାର ଘୋଷଣା କରିଥିଲା। ଏପରି ଆଭିମୁଖ୍ୟକୁ କମରାନ୍‌ ସମାଲୋଚନା କରିଛନ୍ତି।


Share It

Comments are closed.