ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ଧମକ, “ଆଗାମୀ ଟାର୍ଗେଟ ତୁମେ”


ମିଳିତ ଜାତିସଂଘ (ୟୁଏନ୍) ଦ୍ୱାରା ଘୋଷିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଧମକ ଦେଇଛି। ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦେଇଛି ଯେ ମାକ୍ରୋନ୍ ଏବଂ ସେମାନଙ୍କ ପରି ଅନ୍ୟ କାଫିର(ଇସଲାମ ଧର୍ମ ନିନ୍ଦୁକ)ମାନେ ଟାର୍ଗେଟରେ ଅଛନ୍ତି। ଏମାନଙ୍କୁ ସେମାନେ ଟାର୍ଗେଟ କରିବେ ଯେଉଁମାନେ ପ୍ରୋଫେଟଙ୍କ ସମ୍ମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛନ୍ତି । ଜୈଶର ପୂର୍ବରୁ ଅଲ୍ କାଏଦା ଓ ଇସଲାମିକ୍ ଷ୍ଟେଟ୍ ମଧ୍ୟ ଫ୍ରାନ୍ସକୁ ଧମକ ଦେଇ ସାରିଛି।

ଅଲ କଲାମ ନାମକ ଏକ ୱେବସାଇଟରେ ପ୍ରକାଶିତ ଏହି ଆର୍ଟିକିଲରେ ଜୈଶ ପକ୍ଷରୁ କୁହାଯାଇଛି, ଆଜି ନୁହେଁ ତ କାଲି ଏବଂ ଆସନ୍ତାକାଲି ନୁହେଁ ତ ତା ପରଦିନ କେଉଁଠି ନା କେଉଁଠି ଆଉ ଜଣେ ଅବଦୁଲ୍ଲା ଚେଚେନି ରହିବେ। ଉଲ୍ଲେଖନୀୟ ଯେ, ଅବଦୁଲ୍ଲା ଚେଚେନି ହେଉଛି ସେହି ଆତଙ୍କବାଦୀ ଯିଏ ଗତ ମାସରେ ପ୍ୟାରିସରେ ଜଣେ ସ୍କୁଲ ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରିଥିଲା।

ଏହି ଲେଖାରେ ମୁମତାଜ କାଦରି ଓ ଗାଜି ଖାଲିଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ପ୍ରବନ୍ଧରେ ମମତାଜ କାଦ୍ରି ଏବଂ ଗାଜୀ ଖାଲିଦ ମଧ୍ୟ ଉଲ୍ଲେଖ କରାଯାଇଛି। ମୁମତାଜ ହେଉଛି ସେହି ବ୍ୟକ୍ତି ଯିଏ ୨୦୧୧ ରେ ପାକିସ୍ତାନର ଗଣତନ୍ତ୍ର ସମର୍ଥକ ନେତା ସଲମାନ ତାସିରଙ୍କୁ ହତ୍ୟା କରିଥିଲା। ଗାଜୀ ଖାଲିଦ ଚଳିତ ବର୍ଷ ଜୁଲାଇରେ କୋର୍ଟ ପରିସରରେ ଅହମ୍ମଦିଆ ମୁସଲିମ ତାହିର ଅହମ୍ମଦ ନସିମଙ୍କୁ ଗୁଳି କରି ହତ୍ୟା କରିଥିଲା। ତାସିର ନାସିମଙ୍କ ଉପରେ ମଧ୍ୟ ପାକିସ୍ତାନରେ ଧର୍ମ ନିନ୍ଦୁକ ଭାବରେ ମାମଲାର ରୁଜୁ ହୋଇଥିଲା।


Share It

Comments are closed.