ଅଭିନେତ୍ରୀ ନିଶାଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଘଟଣା ପଛର ସତ୍ୟତା କ’ଣ ଜାଣନ୍ତୁ


ଅଭିନେତ୍ରୀ ନିଶା ରାୱଲ ଏବଂ ତାଙ୍କ ସ୍ୱାମୀ କରଣ ମେହେରାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଉଭୟ ପକ୍ଷରୁ ଭିନ୍ନ ଭିନ୍ନ ମତ ଦିଆଯାଉଛି । ନିଶା କରଣ ଉପରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ଏହାର ଉତ୍ତରରେ କରଣ କହିଛନ୍ତି ଯେ, ନିଶା ନିଜେ ନିଜକୁ ଆଘାତ ଦେଇଛନ୍ତି। ଏହା ପରେ ନିଶା ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖାଇଥିଲେ। ଏଥି ସହିତ ନିଶାଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ମଥାରେ ଆଘାତ ଲାଗିଛି ଏବଂ ମୁହଁରେ ରକ୍ତ ଛିଟା ଲାଗିଛି।

ନିଶାଙ୍କ ଏହି ଫଟୋ ବହୁତ ଯନ୍ତ୍ରଣାଦାୟକ ଅଟେ । ନିଶାଙ୍କ ସାଙ୍ଗ ତଥା ଫ୍ୟାସନ ଡିଜାଇନର ରୋହିତ ବର୍ମା ଇନଷ୍ଟାରେ ଏହି ଫଟୋ ସେୟାର କରି ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଏଥିସହ କରଣ ମେହେରାଙ୍କ ପୋଲ ଖୋଲିବାକୁ ଦାବି କରିଛନ୍ତି। ନିଶାଙ୍କ କହିବାନୁସାରେ, ଏହା ପ୍ରଥମ ନୁହେଁ ଯେ କରଣ ତାଙ୍କ ଉପରେ ହାତ ଉଠାଇଥିଲେ। କରଣ ବହୁ ଥର ଏପରି ମାଡ଼ ମାରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖ ଦିନ କରନ ମେହେରାଙ୍କ ବିରୋଧରେ ଗୋରେଗାଓଁରେ ତାଙ୍କ ପତ୍ନୀ ନିଶା ରାୱଲ ଥାନାରେ ଅଭିଯୋଗ ଆଣିଥିଲେ। କରଣ ମେହେରା ଏବଂ ନିଶା ରାୱଲଙ୍କ ଦାମ୍ପତ୍ୟ ଜୀବନ ଠିକଠାକ ଚାଲିନଥିଲା। ବିବାଦ ବଢ଼ିବା ପରେ ନିଶା ରାୱଲ କରଣଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। କରନ ୨୪ ନଭେମ୍ବର ୨୦୧୨ ରେ ଅଭିନେତ୍ରୀ ନିଶାଙ୍କୁ ବିବାହ କରିଥିଲେ। ଉଭୟ ପରସ୍ପରକୁ ୬ ବର୍ଷ ଧରି ଡେଟ କରିଥିଲେ। ୨୦୧୭ ରେ ସେମାନଙ୍କର ଏକ ପୁଅ ହୋଇଥିଲା । କରନ ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ୟେ ରିସ୍ତା କ୍ୟା କହଲାତା ହୈ’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଚରିତ୍ରର ନାମ ଥିଲା ନୈତିକ ସିଙ୍ଘାନିଆ । ଏହା ପରେ ସେ ‘ନଚ୍ ବଲିୟେ ୫’, ‘ନଚ୍ ବଲିୟେ ଶ୍ରୀମାନ ଭର୍ସେସ୍ ଶ୍ରୀମତୀ’ ଏବଂ ‘ବିଗ୍ ବସ୍ ୧୦’ ରେ ଭାଗ ନେଇଥିଲେ ।


Share It

Comments are closed.