ସମସ୍ତେ ନେଇ ପାରିବେ ନାହିଁ ଆଣ୍ଟି କରୋନା ଔଷଧ ୨-ଡିଜି, ନିର୍ଦ୍ଦେଶାବଳୀ ଜାରୀ କଲା ଡିଆରଡିଓ


କରୋନା ରୋଗୀଙ୍କ ଉପରେ ୨-ଡିଜି ଔଷଧ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କଲା ଡିଆରଡିଓ। ତେବେ ଅନିୟନ୍ତ୍ରିତ ଡାଇବେଟିସ୍ ଏବଂ ଗମ୍ଭୀର ହୃଦରୋଗ ପୀଡିତ, ରେସ୍ପିରେଟରି ଡିଷ୍ଟ୍ରେସ୍ ସିଣ୍ଡ୍ରୋମ ପୀଡିତଙ୍କୁ ଏହି ଔଷଧ ଦେବା ପୂର୍ବରୁ ସତର୍କତା ରକ୍ଷା କରିବାକୁ କୁହାଯାଇଛି।

ମେ ମାସ ଆରମ୍ଭରେ କରୋନାର ମାଇଲ୍ଡ ଏବଂ ସିରିୟସ୍ ରୋଗୀଙ୍କ ଉପରେ ଜରୁରୀକାଳିନ ସ୍ଥିତିରେ ୨-ଡିଅକ୍ସି-ଡି-ଗ୍ଲୁକୋଜ ପ୍ରୟୋଗ କରିବାକୁ ଭାରତର ଡ୍ରଗ୍ କଣ୍ଟ୍ରୋଲର ମଞ୍ଜୁରି ଦେଇଥିଲା। ଡିଆରଡିଓ ଦ୍ଵାରା ବିକଶିତ ହୋଇଥିବା ଏହି ଔଷଧକୁ ମେ ୧୭ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଜାରି କରିଥିଲେ।

ଡିଆରଡିଓ ୨ଡିଜି ଔଷଧକୁ ଗର୍ଭବତୀ, ସ୍ତନୟପାନ କରାଉଥିବା ମହିଳା, ୧୮ ବର୍ଷରୁ କମ୍ ବୟସର ଲୋକମାନଙ୍କୁ ଦେବାକୁ ମନା କରିଛି। ଏହି ଔଷଧକୁ ଡିଆରଡିଓ ଡିଆରଏଲର ସହଯୋଗରେ ବିକଶିତ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟ ମେ ୮ରେ କହିଥିଲା ଯେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗିଙ୍କୁ ଖୁବ୍ ଶୀଘ୍ର ଠିକ୍ କରିବା ପାଇଁ ଏବଂ ଅକ୍ସିଜେନ ସପୋର୍ଟ ସିଷ୍ଟମରୁ ବାହାର କରିବା ପାଇଁ ୨ ଡିଜି ଔଷଧ ଦିଆଯିବ।


Share It

Comments are closed.