ଆସନ୍ତା ଆଇପିଏଲ ପାଇଁ ବିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି


ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)୨୦୧୯ର ସଂସ୍କରଣ ପାଇଁ ଚଳିତ ମାସ ଡିସେମ୍ବର ୧୮ରେ ନିଲାମି ଅପସନ ଆରମ୍ଭ ହେବାକୁ ଯାଉଛି । ଏହି ନିଲାମି ଅପସନ ଜୟପୁରରେ ହେବାକୁ ଯାଉଥିବାବେଳେ ବିସିସିଆଇ ପକ୍ଷରୁ ଏକ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ସୂଚନା ଦିଆଯାଇଛି ।
ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁଯାୟୀ, କୌଣସି ବି ଭାରତୀୟ ଖେଳାଳୀଙ୍କୁ ୨ କୋଟିରୁ ଉର୍ଦ୍ଧ ମୂଲ୍ୟରେ ନିଲାମ କରାଯାଇ ପାରିବ ନାହିଁ । ଏହି ନିଲାମିରେ ୩୪୬ଟି କ୍ରିକେଟର ସାମିଲ ହେବ ।
ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଇପିଏଲ ନିଲାମୀ ପାଇଁ ୧୦୦୩ ଜଣ ଖେଳାଲୀଙ୍କୁ ପଞ୍ଜୀକରଣ କରିଯାଇଥିଲା । ଯାହା ପରେ ୮ ଜଣ ଫ୍ରାଞ୍ଚାଇଜ ନିଜ ପସନ୍ଦର ଖେଳାଳୀଙ୍କ ସୂଚୀକୁ ବିସିସିଆଇ ହସ୍ତାନ୍ତର କରିବା ପରେ ଏତିକି ଖେଳାଳୀଙ୍କୁ ଚୟନ କରାଯିବାର ନିଷ୍ପତି ନିଆଯାଇଛି ।
ସେପଟେ ବ୍ରେଣ୍ଡନ ମ୍ୟାକୁଲମ, କ୍ରିସ ୱକ୍ସ, ଲସିତ ମାଲିଙ୍ଗା, ସନ ମାର୍ସ, କ୍ଲୋଲିନ ଇନଗ୍ରାମ, କୋରୀ ଏଣ୍ଡିରସନ, ଏଞ୍ଜଲ ମାଥିୟୁସ, ସୋମ କରଣ ଏବଂ ଡାର୍ସି ସର୍ଟଙ୍କୁ ୨ କୋଟିରୁ ଉର୍ଦ୍ଧ ମୂଲ୍ୟରେ ନିଲାମ କରାଯିବା ସୂଚୀରେ ସ୍ଥାନ ଦିଆଯାଇଛି ।
ଗତ ବର୍ଷ ଭାରତୀୟ ଦଳର ଦ୍ରୁତ ବୋଲର ଜୟଦେବ ଉନାଡକଟଙ୍କୁ ୧୧ କୋଟି ୫୦ ଲକ୍ଷରେ ନିଲାମ କରାଯାଇଥିବାବେଳେ ବର୍ତ୍ତମାନ ତାଙ୍କୁ ୧.୫୦ କୋଟି ଖେଳାଳୀଙ୍କ ସୂଚୀରେ ସାମିଲ କରାଯାଇଛି । ସେପଟେ ରିଧିମାନ ଶାହା, ଅକ୍ଷର ପଟେଲ ଏବଂ ଯୁବରାଜ ସିଂହଙ୍କୁ ୧ କୋଟି ଖେଳାଳୀଙ୍କ ସୂଚୀରେ ସାମିଲ କରାଯାଇଛି ।


Share It

Comments are closed.