ଅନୁପମ ଖେରଙ୍କୁ ଶକ୍ତ ଝଟକା, ୩୬ ଘଣ୍ଟାରେ କମିଲେ ୮୦ ହଜାର ଫଲୋର୍ସ


ବଲିଉଡର ଭେଟେରାନ୍ ଅଭିନେତା ଅନୁପମ ଖେରଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଅନୁପମ ଖେର ଦାବି କରିଛନ୍ତି ଯେ ମାତ୍ର ୩୬ ଘଣ୍ଟା ମଧ୍ୟରେ ତାଙ୍କର ୮୦ ହଜାର ଫଲୋଅର୍ କମ୍ ହୋଇଯାଇଛନ୍ତି । ଅନୁପମ ଖେରଙ୍କ ବିଷୟରେ ଗୋଟିଏ କଥା ସ୍ପଷ୍ଟ ଯେ ସେ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ । ବଲିଉଡ ଠାରୁ ଆରମ୍ଭ କରି ରାଜନୈତିକ, ସାମାଜିକ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଥାନ୍ତି। ସୋସିଆଲ ମିଡିଆରେ ଭିଡିଓ, ଫଟୋ ଇତ୍ୟାଦି ସେୟାର କରି ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିନ୍ତୁ ହଠାତ୍ ତାଙ୍କ ଫଲୋଅର୍ସ ଟ୍ୱିଟରରେ ହ୍ରାସ ପାଇବା ପରେ ସେ ବହୁତ ଚିନ୍ତିତ ହୋଇପଡିଛନ୍ତି ।

https://twitter.com/AnupamPKher/status/1402957722161541124?s=20

କମ୍ ହୋଇଥିବା ଫଲୋଅର୍ସଙ୍କ ବିଷୟରେ ଜାଣିବା ପାଇଁ ଅନୁପମ ଖେର ଟ୍ୱିଟରରେ ପ୍ରଶ୍ନ ପଚାରି ଲେଖିଛନ୍ତି, “ପ୍ରିୟ ଟ୍ୱିଟର ଏବଂ ଟ୍ୱିଟର ଇଣ୍ଡିଆ, ମୁଁ ଗତ ୩୬ ଘଣ୍ଟା ମଧ୍ୟରେ ୮୦ ହଜାର ଫଲୋଅର୍ସଙ୍କୁ ହରାଇଛି, ଏହା ଆପଣଙ୍କ ଆପରେ କୌଣସି ଟେକନିକ୍ ସମସ୍ୟା ନା ଆଉ କିଛି? ଏହା ମୋର ଅବ୍ଜରଭେସନ୍, କୌଣସି ଅଭିଯୋଗ ନୁହେଁ ।”


Share It

Comments are closed.