ନୋକିଆ ୩.୧ ପ୍ଲସ୍ ଓ ନୋକିଆ ୮୧୧୦ର ଶୁଭାରମ୍ଭ


ଏଚଏମଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ନୋକିଆ ୩.୧ ପ୍ଲସ୍ ଓ ନୋକିଆ ୮୧୧୦ର ଶୁଭାରମ୍ଭ କରାଯାଇଛି । ନୋକିଆ ୩.୧ ପ୍ଲସ୍ର ମୂଲ୍ୟ ୧୧,୪୯୯ ଟଙ୍କା ରଖାଯାଇଥିବାବେଳେ, ଏହା ୧୯ ଅକ୍ଟୋବର ୨୦୧୮ରୁ ଭାରତର ଅଗ୍ରଣୀ ରିଟେଲର୍ ଓ ନୋକିଆ.କମ୍/ଫୋନ୍ସରେ ଉପଲବ୍ଧ ହେଉଛି । ସେହିପରି ନୋକିଆ ୮୧୧୦ ମାତ୍ର ୫,୯୯୯ଟଙ୍କାରେ ୨୦୧୮ ଅକ୍ଟୋବର ୧୪ରୁ ଉପଲବ୍ଧ ହେବାକୁ ହେଉଛି ।
ନୋକିଆ ୩.୧ ପ୍ଲସ୍ ସ୍ମାର୍ଟଫୋନ୍ର ୬ଇଞ୍ଚ ଏଚ୍ଡି+ ଡିସ୍ପ୍ଲେ ସହିତ ୧୮:୯ ଅନୁପାତର ଆକର୍ଷଣୀୟ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରୁଛି । ଏହାର ୩୫୦୦ଏମ୍ଏଏଚ୍ ବ୍ୟାଟେରୀ ଦୁଇ ଦିନର ବ୍ୟାଟେରୀ କାଳ ପ୍ରଦାନ କରୁଛି । ଏଥିରେ ଥିବା ମେଡିଆଟେକ୍ ହେଲିଓ ପି୨୨ ଅକ୍ଟାକୋର୍ ପ୍ରୋସେସର୍ ଫୋନ୍କୁ ଉଚ୍ଚ କାର୍ଯ୍ୟସକ୍ଷମତା ପ୍ରଦାନ କରୁଛି । ୧୩ ଏମ୍ପିର ଫେଜ୍ ଡିଟେକ୍ସନ୍ ଅଟୋଫୋକସ୍ ମେନ୍ କ୍ୟାମେରା ଓ ୫ଏମ୍ପିର ରିୟର୍ କ୍ୟାମେରା ପ୍ରଫେସ୍ନାଲ୍ ଷ୍ଟୁଡିଓ ଶୈଳୀର ଫଟୋ ଉତ୍ତୋଳନ କରିବାରେ ସହାୟକ ହେଉଛି ଏବଂ ଏହାର ୮ଏମ୍ପି ସାମନା ପାଖ କ୍ୟାମେରା ଉନ୍ନତ ମାନର ସେଲ୍ଫି ପ୍ରଦାନ କରୁଛି । ସେହିପରି ନୋକିଆ ୮୧୧୦ ହେଉଛି ଏକ ୪ଜି ଫିଚର୍ଫୋନ୍, ଯେଉଁଥିରେ ରହିଛି ଭୋଲ୍ଟି କଲିଂ ସୁବିଧା, କ୍ୱାଲକମ୍ ୨୦୫ ମୋବାଇଲ୍ ପ୍ଲାଟଫର୍ମ, ୱାଇ-ଫାଇ ସଂଯୋଗ ସୁବିଧା ଏବଂ ଆପ୍ ଷ୍ଟୋର୍ରେ ରହିଛି ଗୁଗୁଲ୍ ଆସିଷ୍ଟାଣ୍ଟ, ଗୁଗୁଲ୍ ମ୍ୟାପ୍, ଗୁଗୁଲ୍ ସର୍ଚ, ଫେସ୍ବୁକ୍, ଜିମେଲ୍ ଇତ୍ୟାଦି ଭଳି ପ୍ରମୂଖ ଆପ୍ଲିକେସନ୍ ।
ଅଜୟ ମେହଟ୍ଟା, ଉପସଭାପତି ଓ କଣ୍ଟ୍ରିହେଡ଼-ଇଣ୍ଡିଆ ଏଚ୍ଏମ୍ଡି ଗ୍ଲୋବାଲ୍, ପ୍ରକାଶ କରିଛନ୍ତି ଯେ, “ନୋକିଆ ୩.୧ ପ୍ଲସ୍କୁ ଭାରତୀୟମାନଙ୍କ ପାଇଁ ନିର୍ମାଣ କରାଯାଇଛି, ଯାହା ଏହି ପାର୍ବଣର ଶ୍ରେଷ୍ଠ ସ୍ମାର୍ଟଫୋନ୍ । ସେହିପରି ନୋକିଆ ୮୧୧୦ ହେଉଛି ଏକ ୪ଜି ଫିଚର୍ଫୋନ, ଯାହା ବ୍ୟବହାରକାରୀଙ୍କୁ ଅତ୍ୟାଧୁନିକ ଆପ୍ଗୁଡ଼ିକୁ ପରିଚାଳନା କରିବାରେ ସାହାଯ୍ୟ କରୁଛି ।” ନୋକିଆ ୩.୧ ପ୍ଲସ୍ ସମ୍ବନ୍ଧରେ ଜୁହୋ ସର୍ବିକାଶ, ମୂଖ୍ୟ ଉତ୍ପାଦ ଅଧିକାରୀ, ଏଚ୍ଏମ୍ଡି ଗ୍ଲୋବାଲ୍ ପ୍ରକାଶ କରିଛନ୍ତି ଯେ, “ନୋକିଆ ୩.୧ ପ୍ଲସ୍ ମୋବାଇଲ୍ ଏହ ବୃହତ୍ ଡିସ୍ପ୍ଲେ, ଡୁଆଲ୍ କ୍ୟାମେରା ଓ ଦୁଇ ଦିନର ବ୍ୟାଟେରୀ କାଳ, ଅକ୍ଟା କୋର୍ ପ୍ରୋସେସର୍ ପ୍ରଦାନ କରୁଛି । ଏହାସହିତ ଏଥିରେ ରହିଛି ଡାଇ କାଷ୍ଟ ମେଟାଲ୍ ଇଣ୍ଟେରିୟର୍ ସହିତ ମେଟାଲ୍ ବଡି । ସଂକ୍ଷେପରେ କହିବାକୁ ଗଲେ, କମ୍ ଖର୍ଚ୍ଚ କରି ଆମେ ବୃହତ୍ ଜିନିଷ କରିଛୁ ।”


Share It

Comments are closed.