କାଲି ହେଉଛି ଡ୍ରିମ ଗାର୍ଲଙ୍କ ଜନ୍ମଦିନ


କାଲି ହେଉଛି ଡ୍ରିମ ଗାର୍ଲ(ହେମା ମାଲିନି)ଙ୍କ ଜନ୍ମଦିନ । ସେ ୭୦ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି । ହୁଏତ ତାଙ୍କ ଆୟୁଷ ଦିନକୁ ଦିନେ ବଢିବାରେ ଲାଗୁଛି କିନ୍ତୁ ଲାଗୁଛି ଯେପରି ସମୟ ତାଙ୍କ ପାଇଁ ଅଟକି ଯାଇଛି । କାରଣ ସେ ଆଗରୁ ଯେମିତି ସୁନ୍ଦର ଥିଲେ ବର୍ତ୍ତମାନ ମଧ୍ୟ ଠିକ ସେହିଭଳି ଦେଖାଯାଉଛନ୍ତି । ତାଙ୍କ ରୂପରେଖାରେ କୌଣସି ବି ପରିବର୍ତ୍ତନ ହୋଇ ନାହିଁ ।

ସେ ବଲିଉଡରେ ସୋଲେ, ସୀତା ଏବଂ ଗୀତା, ଅନ୍ଦାଜ, ଡ୍ରିମ ଗାର୍ଲ, ରଜିୟା ସୁଲତାନ ଏବଂ ଜନି ମେରା ନାମ ଭଳି ଅନେକ ହିଟ ଫିଲ୍ମ ଦେଇ କୋଟି କୋଟି ପ୍ରସଂଶକଙ୍କର ହୃଦୟର ରାଣୀ ହୋଇପାରିଥିଲେ । ବର୍ତ୍ତମାନ ହେମାଙ୍କୁ ଆଉ ଅଧିକାଂଶ ଫିଲ୍ମରେ ଦେଖିବାକୁ ମିଳୁ ନାହିଁ । ସେ ବର୍ତ୍ତମାନ ୟୁପିର ମଥୁରାର ସାଂସଦ ଅଛନ୍ତି । ସେ ବର୍ତ୍ତମାନ ସେଠାରେ ଘର କରି ରହିବା ସହ ମୁମ୍ବାଇରେ ମଧ୍ୟ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି । ସେ ଜୁହୁ ଅଞ୍ଚଳରେ ରହୁଛନ୍ତି । ଚଳିତ ପାର୍ବଣ ରୂତୁରେ ନିଜ ଘରକୁ ସଜାଇବା ତାଙ୍କର ଏକ ଝଲକ ଏହି ଫଟୋ ଦ୍ୱାରା ଦେଖିବାକୁ ମିଳିଛି ।


Share It

Comments are closed.