ଝାରସୁଗୁଡା ଏବଂ ଦିଲ୍ଲୀ ଦୈନିକ ଡାଇରେକ୍ଟ ବିମାନ ସେବା ମଇ ୧୫ରୁ


ଝାରସୁଗୁଡା, ୧୫ ଏପ୍ରିଲ ୨୦୨୪:  ଭାରତର ଲୋକପ୍ରିୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଦିଲ୍ଲୀ ଓ ଓଡିଶାର ଝାରସୁଗୁଡା ମଧ୍ୟରେ ଦୈନିକ ବିମାନ ସେବା ବା ଡାଇରେକ୍ଟ ଫ୍ଲାଇଟ୍‌ର ଘୋଷଣା କରିଛି, ଯାହାକି ଆସନ୍ତା ମେ ୧୫ ତାରିଖ ୨୦୨୪ରୁ କାର୍ଯ୍ୟକାରୀ ହେବ । ଆଂଚଳିକ ସଂଯୋଗ ଓ ପହଂଚଯୋଗ୍ୟତା ବୃଦ୍ଧି କରିବା ପାଇଁ ନିଜର ଲକ୍ଷ୍ୟ ସହ ଜଡିତ ରହି ଏହି ବିମାନଗୁଡ଼ିକ ଉଦୀୟମାନ ଶିଳ୍ପ କେନ୍ଦ୍ର ଓ ଭାରତର ରାଜଧାନୀ ମଧ୍ୟରେ ଏକ ପ୍ରତ୍ୟକ୍ଷ ପ୍ରବେଶ ଦ୍ୱାର ପ୍ରଦାନ କରିବ ।

ଏସମ୍ପର୍କରେ ଇଣ୍ଡିଗୋର ଗ୍ଲୋବାଲ ସେଲ୍ସ ବିଭାଗର ମୁଖ୍ୟ ବିନୟ ମଲ୍‌ହୋତ୍ରା କହିଛନ୍ତି, “ଆମେ ଝାରସୁଗୁଡା ଓ ଦିଲ୍ଲୀ ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ଘୋଷଣା କରି ଖୁବ୍ ଆନନ୍ଦିତ । ଓଡିଶାରେ ଏକ ଉଦୀୟମାନ ଶିଳ୍ପ କେନ୍ଦ୍ର ଭାବେ ଝାରସୁଗୁଡା ବ୍ୟବସାୟ ଓ କାରବାର ପାଇଁ ଅସୀମ କ୍ଷମତା ଧାରଣ କରିଛି ଏବଂ ଏହି ନୂଆ ବିମାନ ସେବା ଅଂଚଳରେ ନୂତନ ସୁଯୋଗଗୁଡିକୁ ଉନ୍ମୋଚନ କରିବ । ଏହା କେବଳ ଆନ୍ତଃରାଜ୍ୟ ସଂଯୋଗ ଓ ଆଂଚଳିକ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଆମର ବିସ୍ତୃତ ନେଟ୍‌ୱର୍କ ମାଧ୍ୟମରେ ଏକାଧିକ ଘରୋଇ ଓ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳୀ ପାଇଁ ଏକ ପ୍ରବେଶ ପଥ ଭାବେ କାର୍ଯ୍ୟ କରିବ । ଭାରତର ଅଗ୍ରଣୀ କ୍ୟାରିୟର ଭାବେ ଆମେ ଏକ ଅତୁଳନୀୟ ନେଟ୍‌ୱର୍କରେ ସୁଲଭ, ସମୟାନୁବର୍ତୀ, ସୌଜନ୍ୟମୂଳକ ଓ ବାଧାହୀନ ଯାତ୍ରା ଅନୁଭୂତି ପ୍ରଦାନ କରିବାର ଆମର ପ୍ରତିଶ୍ରୁତି ପୂରଣ କରିବା ଜାରି ରଖିଛୁ ।”

ଝାରସୁଗୁଡା ହେଉଛି ଭାରତୀୟ ରାଜ୍ୟ ଓଡିଶାର ପଶ୍ଚିମାଂଚଳରେ ଅବସ୍ଥିତ ଏକ ସହର । ଏହାର ବିକାଶଶୀଳ ଶିଳ୍ପ କ୍ଷେତ୍ର ପାଇଁ ପରିଚିତ ଝାରସୁଗୁଡା ହେଉଛି ପାୱାର ପ୍ଲାଂଟ୍‌, ମାନୁଫ୍ୟାକ୍‌ଚରିଂ ଓ ଖଣିଜ ସମ୍ପଦ ପାଇଁ ଏକ କେନ୍ଦ୍ର । ଶିଳ୍ପ ଅଭିବୃଦ୍ଧି ଓ ପରିବେଶୀୟ ସୁନ୍ଦରତା  ମିଶ୍ରଣକୁ ଧାରଣ କରିଥିବା ଏହି ସହର ନିକଟସ୍ଥ ହୀରାକୁଦ ଡ୍ୟାମ୍ ଓ ଜଳଭଣ୍ଡାର, କୋଇଲିଘୁଘାର ଜଳପ୍ରପାତ, ରାମଚଣ୍ଡୀ ମନ୍ଦିର, ଝାଡେଶ୍ୱର ମନ୍ଦିର, ପିକୋଲଗୁଘାର ଝରଣା, ଗୁଜା ପାହାଣ, ଉଲାପଗଡ ପାହାଡ ଦୂର୍ଗ ଓ ବଡଡେରା ଗୂମ୍ଫା ଭଳି ଅନେକ ସୁନ୍ଦର ସ୍ଥାନ ଓ ପର୍ଯ୍ୟଟନସ୍ଥଳୀର କେନ୍ଦ୍ର ଅଟେ ।

ନିଜର ଭ୍ରମଣ ପାଇଁ ଯୋଜନା କରିବାକୁ ଚାହୁଁଥିବା ଗ୍ରାହକମାନେ ଆମର ଅଫିସିଆଲ ୱେବ୍‌ସାଇଟ୍ ଙ୍ଗଙ୍ଗଙ୍ଗ.ଶକ୍ଟଓଦ୍ଭୟସଏକ୍ଟ.ସଦ୍ଭ କିମ୍ବା ଆମର ମୋବାଇଲ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରିପାରିବେ । ଏହି ବିମାନଗୁଡିକର ଶୁଭାରମ୍ଭ ଏୟାରଲାଇନ୍‌ର ଘରୋଇ ସଂଯୋଗକୁ ଆହୁରି ସୁଦୃଢ କରିବ ।


Share It

Comments are closed.