ଫଟୋ ଉଠାଇବା ହେଲା କାଳ, ୮୦୦ ଫୁଟ ତଳକୁ ଖସି ଜୀବନ ହାରିଲେ ଭାରତୀୟ ଦମ୍ପତି


କାର୍ଲିଫର୍ନିଆର ୟେସୋମିଟି ନ୍ୟାସନାଲ ପାର୍କରେ ଜଣେ ଭାରତୀୟ ଦମ୍ପତି ୮୦୦ ଫୁଟ ତଳକୁ ଖସି ଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ବିଷ୍ଣୁ ବିଶ୍ୱନାଥ (୨୯) ଏବଂ ମିନାକ୍ଷୀ ମୁର୍ତ୍ତି (୩୦) ୟେସୋମିଟି ନ୍ୟାସନାଲ ପାର୍କର ଟାଫ୍ଟ ପଏଣ୍ଟରୁ ଖସି ପଡିଥିଲେ, ଯାହା ପଳରେ ତାଙ୍କର ସେଠି ମୃତ୍ୟୁ ଘଟିଛି । ସେ ଆମେରୀକାରେ ଭାରତୀୟ ପ୍ରବାସୀ ରୂପରେ ବସବାସ କରୁଥିଲେ ।
ମିଳିଥିବା ସୂଚନା ମୁତାବକ, ଦମ୍ପତି ନ୍ୟୁୟର୍କରୁ ସାନ ଫ୍ରାନ୍ସସିକୋକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ବିଶ୍ୱନାଥ ସିସ୍କୋରେ ସିଷ୍ଟମ ଇଞ୍ଜିନିୟର ରୂପେ କାର୍ଯ୍ୟରତ ଥିଲେ । ଏହା ସହ ସେ ଟ୍ରାଭେଲ ବ୍ଲଗର ମଧ୍ୟ ଥିଲେ ଏବଂ “ହଲିଡେସ ଏଣ୍ଡ ହାଫିଲି ଏଭର ଆଫ୍ଟର” ନାମକ ବ୍ଲଗରେ ସାରା ଦୁନିଆ ଭ୍ରମଣ କରି ନିଜ ଯାତ୍ରା ସଂପର୍କରେ ନିଜର ଅନୁଭୂତୁ ଲେଖିଥିଲେ ।
ରେଞ୍ଜର୍ସ ଉଭୟଙ୍କ ମୃତ୍ୟୁ ଦେହକୁ ଟାଫ୍ଟ ପଏଣ୍ଟ ତଳେ ଥିବା ଦୁର୍ଗମ ଅଞ୍ଚଳରୁ ଉଦ୍ଧାର କରିଛନ୍ତି । ଏହି ଟାଫ୍ଟ ପଏଣ୍ଟରୁ ୟୋସେମିଟି ଘାଟର ମନରୋମ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ଘଟଣାକୁ ନେଇ ୟୋସେମିଟ ଘାଟିର କର୍ତ୍ତୃପକ୍ଷ କହିଛନ୍ତି ଯେ, “ସେ କିପରି ଏଠାରୁ ୮୦୦ ତଳକୁ ଖସି ପଡିଲେ ଆମେ ଜାଣି ନାହୁଁ । ବର୍ତ୍ତମାନ ଆମେ ଏହା ତଦନ୍ତ କରବୁ ଏବଂ ଏହା ଏକ ବହୁତ ଦୁଃଖଦ ଘଟଣା ଅଟେ । ”
ଉଭୟ ଦମ୍ପତି ସଫ୍ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟରତ ଥିଲେ ଏବଂ ୨୦୧୪ରେ ପରସ୍ପରକୁ ବିବାହ କରିଥିଲେ ।


Share It

Comments are closed.