ଶୀତ ଦିନେ ଆପଣଙ୍କ ଶିଶୁର ଚର୍ମର ଯତ୍ନ ନେବ ହିମାଳୟ


ଶୀତ ବିଶେଷ କରି ଶିଶୁମାନଙ୍କଠାରେ ଚର୍ମରେ ଅସୁବିଧା ଆଣିଥାଏ । କାରଣ ସେମାନଙ୍କ ଚର୍ମ କିଶୋରମାନଙ୍କ ତୁଳନାରେ ଅଧିକ ସୂଷ୍ମ । ତାପମାତ୍ରା କମ୍ ହୋଇଯାଇ ଚର୍ମ ଶୁଖିଯାଉଥିବାରୁ ଶୀତ ସମୟରେ ଶିଶୁମାନଙ୍କର ଚର୍ମ ଅଧିକ ପୃଷ୍ଟି ଆବଶ୍ୟକ କରିଥାଏ ।
ଡା. ସୁଭାଷିନୀ ଏନ୍ ଏସ୍, ଆୟୁର୍ବେଦ ବିଶେଷଜ୍ଞ, ଡିସ୍କଭରି ସାଇନ୍ସ ଗ୍ରୁପ୍, ଦି ହିମାଳୟ ଡ୍ରଗ୍ କମ୍ପାନୀ ପ୍ରକାଶ କରିଛନ୍ତି ଯେ, “ଶିଶୁର ଗାଲ, ଆଣଣ୍ଠୁ, କୋମଳ ନାକ, କହୁଣି ବହୁଳ ଭାବରେ ଶୁଷ୍କ ହୋଇଯାଏ ଓ ଫାଟିଥାଏ, ଯାହା ଶୀତଦିନେ ଅଧିକ ଖରାପ ହୋଇଥାଏ । ଚର୍ମ ପ୍ରାକୃତିକ ଉପାୟରେ ହାଇଡ୍ରେଟ ଓ ଓଦା ହୋଇଥାଏ । ରସାୟନଯୁକ୍ତ ଉତ୍ପାଦ ଚର୍ମର ସ୍ଥିତିକୁ ଖରାପ କରିଦେଇଥାଏ । ତେଣୁ ପ୍ରାକୃତିକ ଉପାଦାନରେ ତିଆରି ଉତ୍ପାଦଗୁଡ଼ିକୁ ଅଭିଭାବକମାନେ ବ୍ୟବହାର କରନ୍ତୁ, ଯାହା ଶିଶୁର କୋମଳତାକୁ ସଂରକ୍ଷିତ କରି ଆବଶ୍ୟକୀୟ ଯତ୍ନ ପ୍ରଦାନ କରିଥାଏ ।”
ଡା. ସୁଭାଷିନୀ ଅଭିଭାବକମାନଙ୍କୁ ଆଲମଣ୍ଡ ତୈଳ, ଅଲିଭ୍ ଅଏଲ୍, ଘି କୁଆଁରୀ, ୱିଣ୍ଟର୍ ଚେରୀ, ଲିକୋରାଇସ୍, ମହୁ ଓ ଦୁଗ୍ଧ ଆଦି ଅଧିକ ଥିବା ଶିଶୁ ଉତ୍ପାଦଗୁଡ଼ିକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଗୁଡ଼ିକ ହେଉଛି ହାତରେ ତିଆରି ଚେରମୂଳି/ଉପାଦାନ, ଯେଉଁଗୁଡ଼ିକ ଆଦ୍ରତାକୁ ବନ୍ଦ କରିବା ନିମନ୍ତେ ଜଣାଶୁଣା ଏବଂ ଏଗୁଡ଼ିକ ଶୀତ ସମୟରେ ଶିଶୁମାନଙ୍କର ଚର୍ମକୁ ସର୍ବୋତ୍ତମ ଯତ୍ନ ପ୍ରଦାନ କରିବା ଦିଗରେ ସହାୟକ ହୋଇଥାଆନ୍ତି ।
ଗାଧୋଇଦେବା ପୂର୍ବରୁ ନିୟମିତ ତୈଳ ମାଲିସ କରିବା ଅନେକାଂଶରେ ଚର୍ମର ଶୁଷ୍କତାକୁ ହ୍ରାସ କରିବା ସହ ଏହାର କୋମଳତା ବୃଦ୍ଧି କରିଥାଏ । ଏହା ପରାମର୍ଶ ଯୋଗ୍ୟ ଯେ, ଶିଶୁକୁ ପ୍ରତି ଦୁଇ ଦିନରେ ଥରେ ସାମାନ୍ୟ ଉଷୁମ ପାଣିରେ ଗାଧୋଇଦେବା ଉଚିତ୍ । ଯଦି ପାଣି ଅଧିକ ଗରମ ହୋଇଥାଏ, ତେବେ ଏହା ଚର୍ମର ଏପରି ଭାଗରେ ଥିବା ସୁରକ୍ଷିତ ସ୍ତର ଉପରେ କ୍ଷତି ପହଞ୍ଚାଇଥାଏ । ଅଧିକ ସମୟଧରି ଶିଶୁଙ୍କୁ ଗାଧୋଇଦେଲେ ମଧ୍ୟ ଏହା ଚର୍ମର ଆଦ୍ରତାକୁ କାଢ଼ି ନେଇଥାଏ । ତେଣୁ ଶୀତ ଦିନେ ଗାଧୋଇ ଦେବା ସମୟକୁ ହ୍ରାସ କରିବା ଉଚିତ୍ ।
ଗାଧୋଇବା ପରେ ଚର୍ମକୁ ମଏଶ୍ଚରାଇଜିଂ କରାଇବା ମଧ୍ୟ ଆର୍ଦ୍ରତାକୁ ବନ୍ଦ କରାଇ ମଧ୍ୟ ଚର୍ମର ଉତ୍କର୍ଷତାକୁ ବଢ଼ାଇଥାଏ, ଯାହା ଚର୍ମକୁ ହାଇଡ୍ରେଟ୍ କରାଇଥାଏ । ଦେଶରେ ଥିବା ଉତ୍ତମ ବେବି କ୍ରିମ୍ ମ୍ୟାଲୋ(ବଳ) ଓ ଲିକୋରାଇସ୍ (ଅସ୍ଥିମଧୁ) ଆପଣଙ୍କ ଶିଶୁର ଚର୍ମକୁ ଉତ୍ତମତା ଓ ସୁରକ୍ଷା ପ୍ରଦାନ କରିଥାଏ, ବିଶେଷ କରି ଫାଟିଥିବା ଗାଲ, ଗୁରୁଣ୍ଡି ଚାଲିଥିବା ଆଣ୍ଠୁ, କୋମଳ ନାକ ଓ ଘଷିହୋଇଥିବା କହୁଣୀ ।
ଶରୀରକୁ ଗରମ ରଖିବା ପାଇଁ ଶିଶୁକୁ ପବନ ଚାଳାଚଳ ହୋଇପାରୁଥିବା ଶୀତକାଳୀନ ବସ୍ତ୍ର ପିନ୍ଧାଇବା ଉଚିତ୍ । ସିଧାସଳଖ ଭାବେ ଶିଶୁକୁ ଉଲେନ୍ ସ୍ୱେଟର୍ କିମ୍ବା କମ୍ଭଳ ଢାଙ୍କିବାକୁ ବିରୋଧ କରନ୍ତୁ । କାରଣ ଏଥିରେ ଥିବା ସମୃଣ ତନ୍ତୁ ଶିଶୁର କୋମଳ ଚର୍ମରେ ଘଷି ହୋଇଥାଏ, ଯାହାଦ୍ୱାରା କୁଣ୍ଡିଆ ହୋଇଥାଏ ।


Share It

Comments are closed.