ଆଜି ଭାରତୀୟ ନୌସେନା ଦିବସ


ଆଜି ଭାରତୀୟ ନୌସେନା ଦିବସ (Indian Navy Day 2023) । ସୈନ୍ୟବାହିନୀଙ୍କ ବୀରତ୍ବ ଓ ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜି ଭାରତୀୟ ନୌସେନା ଦିବସ (Indian Navy Day 2023) । ସୈନ୍ୟବାହିନୀଙ୍କ ବୀରତ୍ବ ଓ ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଏ ।

୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ସେତେବେଳର ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ନାମରେ ନାମିତ, ତା ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା ନୌ-ସୈନିକ । ‘ଅପରେସନ ଟ୍ରାଇଡେଣ୍ଟ’ ଜରିଆରେ କରାଚୀ ନୌସେନା ଉପରେ ଆକ୍ରମଣ କରିଥିଲା ଭାରତୀୟ ନୌସେନା । ପ୍ରଥମ ଥର ପାଇଁ ଆଣ୍ଟି ସିପ୍ ମିସାଇଲରୁ ଏହି ଆକ୍ରମଣ କରାଯାଇଥିଲା । ଏଥିରେ ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଆଡମିରାଲ ଏସ୍‌.ନନ୍ଦାଙ୍କ ନେତୃତ୍ବରେ ପ୍ରାୟ ୯୦ ଘଣ୍ଟା ଧରି ଚାଲିଥିଲା ଏହି ମାରାଥନ୍ ଅପରେସନ । ଏଥିରେ ୭୨୦ ପାକିସ୍ତାନୀ ନୌସୈନିକ ପ୍ରାଣ ହରାଇଥିଲେ । ଶେଷରେ ପାକିସ୍ତାନ ନୌସେନା ଭାରତ ନିକଟରେ ଆତ୍ମ ସମର୍ପଣ କରିଥିଲା । ତେଣୁ ୧୯୭୧ ଡିସେମ୍ବର ୪ରେ ଭାରତୀୟ ନୌସେନା ଦେଶକୁ ଦେଇଥିବା ଏହି ବିଜୟର ଇତିହାସକୁ ମନେପକାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଇ ଆସୁଛି ।


Share It

Comments are closed.