ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ- ଧର୍ମେନ୍ଦ୍ର ପ୍ରଧାନ

• ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ ଭକ୍ତ ଭାବେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ • ସ୍ୱାମୀଜୀଙ୍କ ପ୍ରତିମା କେବଳ ଏକ ସଙ୍କେତ ନୁହେଁ, ଗୋଟିଏ ବିଚାରଧାରା, ସଂସ୍କାର ଓ ପରମ୍ପରା • ଉନ୍ମୋଚିତ ପ୍ରତିମୂର୍ତ୍ତି ସ୍ୱାମୀଜୀଙ୍କ ବିଚାର ଓ ଗୁରୁଜାଙ୍ଗ ଗ୍ରାମର ଅତୀତର ସଂସ୍କାରକୁ ପୁନର୍ଜୀବିତ କରିବ • ସ୍ୱାମୀଜୀ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ • ସ୍ୱାମୀଜୀ ଯେଉଁଭଳି ଜନଜାତି ପିଲାଙ୍କୁ ସଂସ୍କାର ଦେଉଥିଲେ ସେହିଭଳି ତାଙ୍କର ଜନ୍ମମାଟି ଗୁରୁଜାଙ୍ଗରେ ଛାତ୍ରଛାତ୍ରୀଙ୍କୁ ସେହି ସଂସ୍କାରରେ ସଂସ୍କୃତ ସହ ବେଦ ପଢାଇବାର ଯୋଜନା କରିବା • ତାଳଚେରର ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଭଳି ଆମ ପୂର୍ବଜଙ୍କ ବିଚାରକୁ ମଧ୍ୟ ବ୍ୟାପକ କରିବା


ପରମପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀ ସ୍ୱାଭିମାନ, ସଂଘର୍ଷ, ସାମାଜିକ ସମରସତା ଓ ସମର୍ପଣର ପରିଚୟ । ଆଜି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜଙ୍ଘ ଠାରେ ଉନ୍ମୋଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ୱାମୀଜୀଙ୍କ ବିଚାର ଓ ଗୁରୁଜାଙ୍ଗ ଗ୍ରାମର ଅତୀତର ସଂସ୍କାରକୁ ପୁନର୍ଜୀବିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଲାଟି ଦିନରୁ ମୁଁ ସ୍ୱାମୀଜୀଙ୍କର ଅନୁଯାୟୀ ଓ ଭକ୍ତ ଭାବେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ । ଓଡ଼ିଶାର ସମସ୍ୟା ଓ ବିପଦ କ’ଣ ଏବଂ ଏହାକୁ ସମାଧାନ କରିବା ପାଇଁ ଯୁବବର୍ଗଙ୍କ ଭୂମିକା କ’ଣ, ତାହା ଉପରେ ସେ ଆମକୁ ମାର୍ଗଦର୍ଶନ ଦେଇଥିଲେ । ସମାଜର ଥିବା କଷ୍ଟ ଓ ଦୁଃଖରୁ ଉର୍ଦ୍ଧ୍ୱରେ ରହି ସମସ୍ୟାର ସମାଧାନ କରିବା ସହ ଅନ୍ୟାୟ ହେଲେ ବି ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଲଢିବାକୁ ପଛାଇବା ନାହିଁ, ଏପରି ବିଚାର ସେ ରଖୁଥିଲେ । ସମାଜର ବଂଚିତ ବର୍ଗଙ୍କ ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମର୍ପଣ ଭାବନା ତିଆରି କରିବା ପାଇଁ ସ୍ୱାମଜୀ ପ୍ରେରିତ କରୁଥିଲେ । ସେ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ ।  

ଏହି ଅଲୌକିକ ଦୁନିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀ ସମସ୍ତଙ୍କର, ସମଗ୍ର ଦେଶ ଓ ବିଶ୍ୱର, ସମସ୍ତ ସନାତନୀ ମାନଙ୍କର । ଓଡ଼ିଶାର ଉପାନ୍ତ ଅଞ୍ଚଳ କନ୍ଧମାଳ ସେ ଜାତି, ଧର୍ମ ଓ ଦେଶ ପାଇଁ ବଳିଦାନ ବଳିଦାନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ଭକ୍ତ ମାନଙ୍କର ଆଗ୍ରହ ଓ ପ୍ରଚେଷ୍ଟା କାରଣରୁ ଆଜି ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ଉନ୍ମୋଚନ ହୋଇଅଛି । ତାଙ୍କର ଏହି ପ୍ରତିମା ଏକ ସଙ୍କେତ ନୁହେଁ ବରଂ ବିଚାରଧାରା, ସଂସ୍କାର ଓ ପରମ୍ପରା ମଧ୍ୟ । ତାଙ୍କର ଏହି ପ୍ରତିମା ପ୍ରେରକ ହେବା ଦରକାର ।  ଆଜିର ଦିନରେ ତାଙ୍କ ବିଚାରକୁ ପାଥେୟ କରି ଆମେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱକୁ ବ୍ୟାପକ କରିବା । ଲୋକଙ୍କୁ ଆତ୍ମନିର୍ଭର କରିବା ସହ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ବନାଇବା । ତାଙ୍କର ବିଚାର ଓ ଗୁରୁଜାଙ୍ଗର ସଂସ୍କାରକୁ ପୁନବିଚାର କରିବା । କନ୍ଧମାଳରେ ଗାଁରେ ଗାଁରେ ସେ ଯେଉଁଭଳି ଭାବରେ ଜନଜାତି ପିଲାଙ୍କୁ ସଂସ୍କାର ଦେଉଥିଲେ ସେହିଭଳି ଭାବରେ ତାଙ୍କର ଜନ୍ମମାଟି ଗୁରୁଜାଙ୍ଗରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସେହି ସଂସ୍କାରରେ ସଂସ୍କୃତ ସହ ବେଦ ପଢାଇବାର ଯୋଜନା କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।    

କେବଳ ସ୍ୱାମୀଜୀ ନୁହେଁ ବରଂ ତାଳଚେରର ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଯେତେବେଳେ ଇଂରେଜ ମାନଙ୍କ ଅତ୍ୟାଚାର ସହ ଲଢେଇ କରୁଥିଲେ । ତାଙ୍କୁ ଏହି ଗାଁର ସାହସୀ ଲୋକମାନେ ସୁରକ୍ଷା ଦେଇଥିଲେ । ଅବିର ପେଣ୍ଠୋଇ, ରତ୍ନାକର କର, ଘନଶ୍ୟାମ କର, ସଦାଶିବ ପାଣି, ପ୍ରମୋଦ ପାଣି, ଉଦୟନାଥ ପାଣି, ବିଭୀଶ୍ୟାମ ପାଣିଙ୍କ ଭଳି ଅନେକ ସହଯୋଗୀଙ୍କ ସହଯୋଗ ପାଇଁ ସେ ବାହାରେ ରହି ଦେଶ ମାତୃକାର ସେବା ପାଇଁ ଯୋଜନା କରିଥିଲେ । ସ୍ୱାମୀଜୀ ଓ ପବିତ୍ର ମୋହନ ପ୍ରଧାନଙ୍କ ଆମ ପୂର୍ବଜଙ୍କ ବିଚାରକୁ ମଧ୍ୟ ବ୍ୟାପକ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.