ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଜମୁଛି ବାଲିଯାତ୍ରା


ଆଜି ଶେଷ ହୋଇପାରେ କଟକ ଐତିହାସିକ ବାଲି ଯାତ୍ରା (Bali Yatra 2023) । ନଭେମ୍ବର ୨୭ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଅନ୍ତିମ ଦିବସ। ଆଠ ଦିନିଆ ମହାମେଳାର ଆଜି ଶେଷଦିନ ହୋଇଥିବାରୁ ଅସମ୍ଭାଳ ଭିଡ଼ ହେବ ବୋଲି ଆଶା କରାଯାଇଛି। ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ପ୍ରତ୍ୟକ ଦିନ ଅସମ୍ଭାଳ ଦେଖିବାକୁ ମିଳୁଛି। ଆଜି ଶେଷ ହୋଇପାରେ କଟକ ଐତିହାସିକ ବାଲି ଯାତ୍ରା (Bali Yatra 2023) । ନଭେମ୍ବର ୨୭ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଅନ୍ତିମ ଦିବସ। ଆଠ ଦିନିଆ ମହାମେଳାର ଆଜି ଶେଷଦିନ ହୋଇଥିବାରୁ ଅସମ୍ଭାଳ ଭିଡ଼ ହେବ ବୋଲି ଆଶା କରାଯାଇଛି। ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ପ୍ରତ୍ୟକ ଦିନ ଅସମ୍ଭାଳ ଦେଖିବାକୁ ମିଳୁଛି। ଚଟପଟା ଖାଇବା ସାଙ୍ଗକୁ ବିଭିନ୍ନ ଦୋଳିର ମଜା ନେଉଛନ୍ତି କଟକବାସୀ। ସଂଜ ନଇଁଲେ ବାଲିଯାତ୍ରା ପଡିଆ (Bali Yatra 2023) ଲୋକାରଣ୍ୟ ହୋଇ ପଡୁଛି। ଗତକାଲି ବାଲିଯାତ୍ରାର ସପ୍ତମ ଦିନ ଥିଲା। ସପ୍ତମ ସଂନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଅନୁ ମଲ୍ଲିକଙ୍କ ଗୀତରେ ଝୁମିଥିଲେ ଦର୍ଶକ। ଆଉ ଗତକାଲି ରବିବାର ଥିବାରୁ ଅଧିକ ଭିଡ଼ ମଧ୍ୟ ହୋଇଥିଲା। ଗଣକବି ବୌଷ୍ଣବ ପାଣିଙ୍କ ମଞ୍ଚ ଉପରେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅନୁମଲ୍ଲିକ ଙ୍କ ସୋ ବାଲିଯାତ୍ରା ମାହୋଲକୁ ଆହୁରି ରଙ୍ଗୀନ୍ କରିଦେଇଥିଲା। ସେପଟେ, ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଓ ଉତ୍ସାହ ଦେଖି ବାଲିଯାତ୍ରାର ଅବଧିକୁ ଆଉ ଦୁଇଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Chief Minister Naveen Patnaik) ଅନୁରୋଧ କରିଛନ୍ତି କଟକ ମେୟର ସୁବାସ ସିଂ। ସରକାର ମେଳାରେ ହେଉଥିବା ଭିଡ, ଆଇନଶୃଙ୍ଖଳା, ବ୍ଯବସାୟୀଙ୍କ ସ୍ବାର୍ଥ ଏବଂ ସମ୍ଭାବ୍ଯ ବର୍ଷାକୁ ଦେଖି ବାଲିଯାତ୍ରା ବଢାଇବା ପାଇଁ ନିଷ୍ପତ୍ତି ନେବେ ବୋଲି ଆଶା ରହିଥିବା କହିଛନ୍ତି ମେୟର। ଚଳିତ ଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଟନେଲ୍‌ ଆକ୍ୱାରିୟମ୍। କେରଳରୁ ଆସିଥିବା ଏହି ୫ ହଜାର ବର୍ଗଫୁଟର ଆକ୍ବାରିୟମରେ ୫ ହଜାରରୁ ଅଧିକ ଶ୍ରେଣୀର ମାଛ ରହିଛନ୍ତି । ଏହାକୁ ଦେଖିବା ପାଉଁ ଦର୍ଶକଙ୍କ ପ୍ରବଳ ଭିଡ଼ ଏଠାରେ ଜମୁଛି।

ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ ୧୬ଟି ଗାଡି଼ ପାର୍କିଂର ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ଯାଏଁ ଆଣିବାକୁ ୩୦ଟି ବସର ବ୍ୟବସ୍ଥା କରାଯାଇଛି । ତେବେ ଏହି ବସ୍ ପାଇଁ ଜନସାଧାରଣଙ୍କୁ କୌଣସି ଶୁକ୍ଲ ଦେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗ ଓ ବୟସ୍କ ପାଇଁ ମାଗଣାରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ୪ଟି ଗେଟ୍ ରଖାଯାଇଛି । ଏହାସହ ଯାତ୍ରୀଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ସହ ଉଭୟ ପଡ଼ିଆରେ ୨୫୦ଟି ଶୌଚାଳୟ ଖୋଲାଯାଇଛି ।


Share It

Comments are closed.