ରୋହିତଙ୍କ ଅର୍ଦ୍ଧଶତକ ପରେ କିଛି ଏଭଳି ଭାବେ ଦେଖିବାକୁ ମିଳିଲା ବିରାଟଙ୍କ ପ୍ରତିକ୍ରିୟା


ଆଜି ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଥିବାବେଳେ ଭାରତ ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିଲା । ମ୍ୟାଚର ପ୍ରଥମ ଦିନରେ ଭାରତ ବିନା କୌଣସି ୱିକେଟ ହରାଇ ନିଜ ଦଳିଗତ ସ୍କୋର ୧୦୦ ପାରି କରିନେଇଥିବାବେଳେ ଅନ୍ୟପଟେ ରୋହିତ ଏହି ମ୍ୟାଚରେ ନିଜର ୧୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ଦିନର ଲଞ୍ଚ ବ୍ରେକ ପୂର୍ବରୁ ରୋହିତ ନିଜ ଅର୍ଦ୍ଧଶତକ ପୂରଣ କରିନେଇଥିବାବେଳେ ଅନ୍ୟପଟେ ଏହାକୁ ନେଇ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା ।

ରୋହିତଙ୍କ ଅର୍ଦ୍ଧଶତକ ପରେ ଡ୍ରେସିଙ୍ଗ ରୁମରେ ବସିଥିବା ଅନ୍ୟ ସମସ୍ତ ଖେଳାଳୀ ନିଜ ଆସନରୁ ଉଠି ତାଳି ମାରୁଥିବାର ଦେଖିବାକୁ ମିଳିଥିବାବେଳେ ଏଥିରୁ ବିରାଟ ମଧ୍ୟ ବାଦ ପଡି ନାହାନ୍ତି । ସେ ରୋହିତଙ୍କ ଅର୍ଦ୍ଧଶତକ ପରେ ଖୁସିରେ ଶତମୁଖ ହୋଇ ତାଳି ମାରୁଥିବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ଦଳର ଟିମ ମ୍ୟାନେଜମେଣ୍ଟ, ଅଧିନାୟକ ଏବଂ ମୁଖ୍ୟ କୋଚ ମିଶିକରି ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଓପନର ରୂପେ ଓହ୍ଲାଇବା ପାଇଁ ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଆଜି ଏହି ଦିନରେ ରୋହିତ ପ୍ରଦର୍ଶନ ଦେଖି ଟିମ ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ବିରାଟଙ୍କୁ ସାନ୍ତାନା ମିଳିଥିବ ନିଶ୍ଚୟ ।


Share It

Comments are closed.