ବିରାଟଙ୍କ ବିଶ୍ୱ ରେକର୍ଡ ପରେ ତାଙ୍କୁ ଫ୍ଲାଇଙ୍ଗ କିସ୍ ଦେଇ ଶୁଭେଚ୍ଛାର ବାର୍ତ୍ତା ଦେଲେ ପତ୍ନୀ ଅନୁଷ୍କା, ଭିଡିଓ ଭାଇରାଲ


ବର୍ତ୍ତମାନ ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ (IND ବନାମ NZ) ମଧ୍ୟରେ ବିଶ୍ୱକପ ୨୦୨୩ର ସେମିଫାଇନାଲ ମ୍ୟାଚ ଚାଲିଛି । ଏହି ଅବସରରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka sharma) ତାଙ୍କ ସ୍ୱାମୀ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ। ଯେତେବେଳେ ବିରାଟ ୫୦ ତମ ଶତକ ସ୍କୋର କରି ଇତିହାସ ରଚିଲେ, ସେତେବେଳେ ଅଭିନେତ୍ରୀ ଖୁସି ହୋଇ ତାଙ୍କୁ ଫ୍ଲାଇଙ୍ଗ୍ କିସ୍ (Fling kiss) ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅନୁପମ ଖେର ଏହି ଭିଡିଓ ସେୟାର କରିଛନ୍ତି
ଅଭିନେତା ଅନୁପମ ଖେର ବିରାଟ କୋହଲିଙ୍କ ଏହି ସୁନ୍ଦର ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ଅନୁପମ ଖେର ବିରାଟଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାପସନ ଲେଖିଥିଲେ। ସେ ଲେଖିଛନ୍ତି – ‘ ଏମିତି ରଚିଲେ ବିରାଟ କୋହଲି ଇତିହାସ… ଏବଂ ଆମେ ସମସ୍ତେ ଭାରତୀୟ ଗର୍ବରେ ଆନନ୍ଦିତ ହେଲେ ! ବିଜୟୀ ହୁଅ! ଦୀର୍ଘଜୀବୀ ହୁଅ! ‘

ଅନୁଷ୍କା ଫ୍ଲାଇଙ୍ଗ୍ କିସ୍ ଦେଲେ

ଏହି ଭିଡିଓରେ ଅନୁଷ୍କା ଶର୍ମାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ସେ ଷ୍ଟାଡିୟମରେ ଠିଆ ହୋଇ ବିରାଟଙ୍କ ଶତକ ଖୁସିରେ ତାଳି ମାରୁଥିବାର ନଜର ଆସିଥିଲେ। ଅଭିନେତ୍ରୀ ବିରାଟଙ୍କୁ ଫ୍ଲାଇଙ୍ଗ କିସ୍ ମଧ୍ୟ କରିଥିଲେ। ଅନୁଷ୍କାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅନୁଷ୍କାଙ୍କ ବ୍ୟତୀତ ବିକି କୌଶଲ, କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରାଙ୍କ ସମେତ ଅନେକ ବି-ଟାଉନ ତାରକା ବିରାଟଙ୍କୁ ସମ୍ମାନ ଜଣାଇବା ପାଇଁ ଠିଆ ହୋଇ କରତାଳି ଦେଇଥିବାର ନଜର ଆସିଛନ୍ତି।

ବିରାଟ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି
ଇତିହାସ ସୃଷ୍ଟି କରିଥିବା ବିରାଟ କୋହଲି ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡ ଭାଙ୍ଗିଥିଲେ ଏବଂ ୫୦ ତମ ଦିନିକିଆ ଶତକ ହାସଲ କରିଥିଲେ। ଯାହା ପରେ ସମସ୍ତେ କ୍ରିକେଟ୍ କିଙ୍ଗ କୋହଲିଙ୍କୁ ଅଭିନନ୍ଦନ କରୁଥିବା ନଜର ଆସିଛନ୍ତି।


Share It

Comments are closed.