‘ହୋ..ହା’ରେ ପୁଣି ଦୁଲକିବ ବାରବାଟୀ ଷ୍ଟାଡିୟମ


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ୱାର୍ଲକପରେ ଭାରତୀୟ କ୍ରିକେଟ ଟିମ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ରଖିଛି । ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ପାଞ୍ଚଟି ଟିମ ଭାରତ ଗସ୍ତରେ ଆସିବେ । ଏହି ଟିମ ଗୁଡିକ ହେଲେ ଦକ୍ଷିଣ ଆଫ୍ରିକା, ବାଙ୍ଗଳାଦେଶ, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ଜିମ୍ବାୱେ । ଏହି ସମୟରେ ଭାରତ ୫ଟି ଟେଷ୍ଟ, ୯ଟି ଦିନିକିଆ ଏବଂ ୧୨ ଟି-୨୦ ମ୍ୟାଚ ଖେଳିବ ।
ଅନ୍ୟପଟେ ୫ ବର୍ଷ ପରେ ପୁଣି ଥରେ କଟକ ବାରବାଟୀ ଷ୍ଟାଡିୟମକୁ ଆନ୍ତର୍ଜାତିକ ମ୍ୟାଚ ଫେରିଛି । ଆସନ୍ତା ଡିସେମ୍ବରରେ ଏଠାରେ ଭାରତ ବନାମ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ଖେଳାଯିବ ବୋଲି ସୂଚନା ମିଳିଛି ।
ପ୍ରକାଶ ଥାଉକି, ଏଠାରେ ଶେଷ ଥରକ ପାଇଁ ୨୦୧୭ ଡିସେମ୍ବର ୨୦ରେ ଭାରତ ବନାମ ଶ୍ରୀଲଙ୍କା ଟି-୨୦ ମ୍ୟାଚ ଖେଳାଯାଇଥିଲା । ସେହିପରି ୨୦୧୯ ଜାନୁଆରୀ ୧୯ରେ ଭାରତ ବନାମ ଇଂଲଣ୍ଡ ଶେଷ ଦିନିକିଆ ଖେଳାଯାଇଥିଲା । ଏହା ପର ଠାରୁ ବାରବାଟିରେ ଗୋଟିଏ ବି ମ୍ୟାଚ ଖେଳାଯାଇ ନଥିଲା ।
ବିସିସିଆଇ ପକ୍ଷରୁ ଏହି ଖବର ମିଳିବା ପରେ ସମସ୍ତ କ୍ରିକେଟ ପ୍ରେମୀ ଠାରୁ ଆରମ୍ଭକରି କ୍ରୀଡାବିତ ଏବଂ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରକାଶ ଥାଉକି, ବର୍ତ୍ତମାନ ସୁଧା ବାରବାଟି ଷ୍ଟାଡିୟମରେ ୧୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳାଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିବାବେଳେ ୨ଟି ଟି-୨୦ ମ୍ୟାଚ ମଧ୍ୟ ଖେଳାଯାଇଛି ।


Share It

Comments are closed.