ବିରାଟ ଓ ପାଣ୍ଡ୍ୟାଙ୍କ ଧୁଆଁଧାର ଇନିଂସ, ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ


ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ବ୍ୟାଟିଂ କରି ୬ ଓ୍ୱିକେଟ୍‌ ହରାଇ ୧୬୮ ରନ୍‌ କରିବାରେ ସକ୍ଷମ ହୋଇଛି ରୋହିତ ବାହିନୀ । ପାଣ୍ଡ୍ୟା ଖେଳିଲେ ୬୩ ରନ୍‌ର ଧୁଆଁଧାର ଇନିଂସ ।

ଟି-୨୦ ବିଶ୍ୱକପ୍ ୨୦୨୨ର ୨ୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆ ଓପନ୍‌ର । ରୋହିତ ଓ ରାହୁଲ ଓହ୍ଲାଇଥିଲେ । କିନ୍ତୁ ଅଧିକ ସମୟ ଧରି କ୍ରିଜ୍‌ରେ ରହିପାରିନଥିଲେ ରାହୁଲ୍‌ । ଦଳୀୟ ସ୍କୋର ୯ ରନ୍‌ ହୋଇଥିବା ଲାଗିଥିଲା ପ୍ରଥମ ଝଟ୍‌କା । ଓପନର କେଏଲ୍‌ ରାହୁଲ୍‌ ବ୍ୟକ୍ତିଗତ ଭାବେ ୫ ରନ୍‌ କରି ଆଉଟ ହୋଇଥିଲେ । ରୋହିତ ବି ୨୭ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ଏହାପରେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ୪୦ ବଲ୍‌ରେ ୫୦ ରନ୍‌ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି । ଯାହାଫଳରେ ଭାରତ ମୋଟ ୨୦ ଓଭରରେ ୬ ଓ୍ୱିକେଟ୍‌ ହରାଇ ୧୬୮ ରନ୍‌ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡକୁ ସେମିଫାଇନାଲ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୧୬୯ ରନ୍‌ ହାସଲ କରିବାକୁ ପଡିବ ।


Share It

Comments are closed.