ଚୀନକୁ ଔଷଧ ପଠାଇବ ଭାରତ


ଚୀନରେ ଏବେ କରୋନାର ସବୁଠୁ ଘାତକ ଲହର ଜାରି ରହିଛି । ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ନୂଆ ରୋଗୀ ଚିହ୍ନଟ ହେଉଥିବାରୁ ହସ୍ପିଟାଲରେ ବେଡ ସହ ଔଷଧର ଅଭାବ ପରିଲକ୍ଷିତ ହେଉଛି । ପଡ଼ୋଶୀକୁ ଏଭଳି ସ୍ଥିତିରେ ଦେଖି ଭାରତ ପୁଣି ସହାୟତାର ହାତ ବଢ଼ାଇଛି । ଭାରତ ଚୀନକୁ ଔଷଧ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଚୀନକୁ ଭାରତ ଜ୍ଜ୍ୱର ଔଷଧ ପ୍ରଦାନ କରିବ ବୋଲି ଫାର୍ମାସ୍ୟୁଟିକଲ୍ସ ଏକ୍ସପୋର୍ଟ ପ୍ରୋମୋଶନ କାଉନସିଲ ଅଫ ଇଣ୍ଡିଆର ଚେୟାରମ୍ୟାନ୍ ସାହିଲ ମୁଞ୍ଜାଲ ସୂଚନା ପ୍ରଦାନ କରିଛନ୍ତି ।


Share It

Comments are closed.