ଭାରତର ଦୁନିଆର ଦ୍ୱିତୀୟ ସର୍ବବୃହତ ଇଟଂରନେଟ୍ ବ୍ୟବହାରକାରୀ ଦେଶ: ରିପୋର୍ଟ


ଭୁବନେଶ୍ୱର: ରିଲାଏନ୍ସ ଜିଓ ସେବା ଆରମ୍ଭ ପରେ ଭାରତରେ ଦେଖାଦେଇଥିବା ଇଟଂରନେଟ ବିପ୍ଳବ ପ୍ରଭାବରେ ଭାରତ ଏବେ ଦୁନିଆର ଦ୍ୱିତୀୟ ସର୍ବାଧିକ ଇଟଂରନେଟ୍ ବ୍ୟବହାରକାରୀ ରହିଥିବା ଦେଶ ହୋଇପାରିଛି ବୋଲି ୨୦୧୯ ମେରୀ ମେକର୍ ରିପୋର୍ଟ ଅନ୍ ଇଟଂରନେଟ୍ ଟ୍ରେଣ୍ଡସ୍ ରିପୋର୍ଟରେ ପ୍ରକାଶ ପାଇଛି । ସାରା ବିଶ୍ୱର ୧୨ ପ୍ରତିଶତ ଇଟଂରନେଟ୍ ବ୍ୟବହାରକାରୀ ଭାରତରେ ରହିଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କାଯାଇଛି ।
ବିଶ୍ୱର ୨୧ ପ୍ରତିଶତ ଇଟଂରନେଟ୍ ବ୍ୟବହାକାରୀ ରହିଥିବା ଚୀନ୍ ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ଆମେରିକାରେ ୮ ପ୍ରତିଶତ ଇଟଂରନେଟ୍ ବ୍ୟବହାରକାରୀ ରହିଛନ୍ତି । ସାରା ବିଶ୍ୱରେ ମୋଟ ଇଟଂରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୩.୮ ବିଲିଅନ୍, ଏହା ବିଶ୍ୱର ମୋଟ ଜନସଂଖ୍ୟାର ଅଧା ସହ ସମାନ ।
ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଇଟଂରନେଟ୍ କ୍ଷେତ୍ରରେ ଜିଓ ହେଉଛି ଏକ ମାତ୍ର ଅଭିନବ କଂପାନି ଯାହା ଆମେରିକା ବାହାରର ଏକମାତ୍ର କଂପାନି, ଯାହା ଭାରତରୁ ସୃଷ୍ଟି ହୋଇଛି । ୩୦୭ ନିୟୁତରୁ ଅଧିକ ମୋବାଇଲ୍ ଫୋନ୍ ଗ୍ରାହକଙ୍କ ସହ ରିଲାଏନ୍ସ ଜିଓ ଅଫଲାଇନ୍ରେ ଇ-କମର୍ସର ସଂପ୍ରସାରଣ କରୁଛି ।
ରିପୋର୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ଉଦ୍ଧୃତ କରି କୁହାଯାଇଛି ଯେ, ରିଲାଏନ୍ସ ରିଟେଲ୍ର ବଜାର ଏବଂ ଜିଓର ଡିଜିଟାଲ୍ ଭିତିଭୂମି ଓ ସେବାକୁ ସମନ୍ୱିତ କରି ଏକ ହାଇବ୍ରିଡ୍, ଅନଲାଇନ୍-ଅଫଲାଇନ୍ କମର୍ସ ପ୍ଲାଟଫର୍ମ ସୃଷ୍ଟି ଦିଗରେ କାର୍ଯ୍ୟ ଜାରି ରହିଛି । ଏହି ପ୍ଲାଟଫର୍ମ ୩୫୦ ନିୟୁତ ଗ୍ରାହକଙ୍କୁ ରିଲାଏନ୍ସ ରିଟେଲ୍ ଷ୍ଟୋର୍ରେ ପ୍ରବେଶ କରିବାର ସୁଯୋଗ ପ୍ରଦାନ କରିବ ଏବଂ ୩୦୭ ନିୟୁତ ରିଲାଏନ୍ସ ଜିଓ ଗ୍ରାହକ ଓ ୩୦ ନିୟୁତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ବଜାରରେ ପ୍ରବେଶ କରିବାରେ ସହାୟତା ପ୍ରଦାନ କରିବ ।’’
ଜିଓର ମାଗଣା ଭଏସ୍ କଲ୍ ଏବଂ ସୁଲଭ ମୂଲ୍ୟର ଡାଟା ପ୍ଲାନ ଯୋଗୁ ଏକ ବର୍ଷ ଭିତରେ ଡାଟା ବ୍ୟବହାର ଦୁଇ ଗୁଣ ବଢ଼ିଛି । ରିପୋର୍ଟ ଅନୁସାରେ ୨୦୧୮ରେ ରିଲାଏନ୍ସ ଜିଓ ନେଟୱର୍କରେ ବାର୍ଷିକ ଡାଟା ବ୍ୟବହାର ପରିମାଣ ୧୭-୧୮ ଏକ୍ସାବାଇଟ୍ (୧୭-୧୮ ବିିଲିଅନ ଜିବି) ରହିଛି । ୨୦୧୭ରେ ରହିଥିବା ୯ ଏକ୍ସାବାଇଟ୍ ତୁଳନାରେ ଡାଟା ବ୍ୟବହାର ଦୁଇ ଗୁଣା ଅଧିକ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟ ପକ୍ଷରେ ରିଲାଏନ୍ସ ରିଟେଲ୍ ଷ୍ଟୋର୍ ସଂଖ୍ୟା ପାଖାପାଖି ୧୧,୦୦୦ ରହିଛି । ୫୦୦୦ ସହର ଓ ନଗରରେ ଥିବା ୫୧୦୦ରୁ ଅଧିକ ଜିଓ ପଏଂଟ୍ ଷ୍ଟୋର୍କୁ କଂପାନି ଇ-କମର୍ସ କାମ ପାଇଁ ଡେଲିଭରି ଓ କଲେକ୍ସନ (ସଂଗ୍ରହ) ପଏଂଟ୍ ଭାବେ ବ୍ୟବହାରକରିବାକୁ ଯୋଜନା ରଖିଥିବା ଏବଂ କଂପାନି ଦେଶର ୯୫% ଜନସଂଖ୍ୟା ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।


Share It

Comments are closed.